କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‍ଯାପିତ : Ommtv

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‍ଯାପିତ

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‍ଯାପିତ : Ommtv
କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‍ଯାପିତ : Ommtv
ଭୁବନେଶ୍ୱର,୨୧/୮ : କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‌ରେ ଦୁଇଦିନ ଧରି ଚାଲିଥିବା ଦଶମ ଛାୟା ଜାତସଂଘ (କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଏମୟୁଏନ) ରବିବାର ଉଦ୍‍ଯାପିତ ହୋଇଯାଇଛି । ଏଥିରେ ରାଜ୍ୟର ସମସ୍ତ ପ୍ରମୁଖ ବିଦ୍ୟାଳୟର ୮୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଚଳିତ ବର୍ଷ ଏମୟୁଏନ୍‍ ଅଧିବେଶନର ବିଷୟବସ୍ତୁ ଥିଲା ‘ଗ୍ଲୋବାଲ୍ ସଷ୍ଟେନେବିଲିଟି: କୋଲାବରେଟିଭ୍  ଆକ୍ସନ୍ ଫର ଏ  ରେଜିଲିଏଣ୍ଟ ଫ୍ୟୁଚର୍‌’ । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୟୁନିସେଫ୍ ଭୁବନେଶ୍ୱରର ଫିଲ୍ଡ ଅଫିସ୍ ମୁଖ୍ୟ ୱିଲିୟମ୍ ହାନଲନ୍ ୨୦୩୦ ସୁଦ୍ଧା ଜାତିସଂଘ  ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ । ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ,ଜଳବାୟୁର ମୁକାବିଲା ଦିଗରେ ଯୁବଗୋଷ୍ଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜଳବାୟୁ ସଙ୍କଟ ଏକ ବଡ଼ ମାନବିକ ସଙ୍କଟ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ ପ୍ରତିଦିନ ଅନେକ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡୁଛି । ଏହାର ମୁକାବିଲା ପାଇଁ ଏକ ସାମୂହିକ ଏବଂ ସହଯୋଗୀ ପଦକ୍ଷେପ ହିଁ ସହାୟକ ହୋଇପାରିବ । ଜଳବାୟୁ ସହନଶୀଳ ବିଶ୍ୱ, ଶାନ୍ତି, ନିରାପତ୍ତା, ମାନବିକ ଅଧିକାର ଏବଂ ବିକାଶ ଭଳି ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ଏବଂ ବୁଝିବା ପାଇଁ ଏମୟୁଏନ୍‍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବ ବୋଲି ହାନଲନ୍ କହିଥିଲେ । ଏହି କାର୍ଯ୍ୟକ୍ରମରେ  କିଟ୍‍ ଇଣ୍ଟରନ୍ୟାସ୍‍ନାଲ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନାଲିସା ବଳ କହିଲେ, ଜାତିସଂଘ ଏବଂ ୟୁଏନ-୭୫ ସହଯୋଗରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାୟା ଜାତିସଂଘ ଆୟୋଜନ କରିଆସୁଛି । ସ୍କୁଲ୍‍ର ଅନ୍ତର୍ଜାତୀୟ ପାଠ୍ୟକ୍ରମ ମୁଖ୍ୟ ରୋରି ମ୍ୟାକନମାରା କହିଲେ, ଛାୟା ଜାତସଂଘ ଏକ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଏବଂ ବୁଝାମଣାକୁ ପ୍ରୋତ୍ସାହିତ କରିଥାଏ ।  ଭବିଷ୍ୟତ ପାଇଁ ବିଶ୍ୱ ନାଗରିକ ସୃଷ୍ଟି କରିବାରେ ଛାୟା ଜାତିସଂଘ ନିଶ୍ଚିତ ଭାବରେ ସହାୟକ ହେବ ବୋଲି୍‍ ସ୍କୁଲ୍‍ର ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର କହିଥିଲେ । 
ଉଦ୍‍ଯାପନୀ ଉତ୍ସବରେ ନରିନ୍ଦର ସିଂହ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ଭାଷଣ ପ୍ରଦାନ କରିଥିଲେ । ଏହା ସହ ପିଲାମାନେ ହାସ୍ୟ ଅଭିନେତା ରାହୁଲ ଦୁଆଙ୍କ ଚିତ୍ତାକର୍ଷକ ହାସ୍ୟରସର ଭରପୂର ମଜା ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ୍‍ର ଉପାଧ୍ୟକ୍ଷା ପ୍ରିୟା ୱାଦୱା ପ୍ରମୁଖ ଉପସ୍ଥିତ ଥିଲେ ।