ଭିନ୍ନକ୍ଷମ ସପ୍ତାହ ଅବସରରେ ରେଡ଼୍ ସ୍ୱସ୍ତିକ୍ ପକ୍ଷରୁ ଆମ୍ବୁଲାନ୍ସ ସେବା ଲୋକାର୍ପିତ : Ommtv

୧୦ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଓ ୧୫ ଜଣ ଶ୍ରବଣ ବାଧିତଙ୍କୁ ନିଶୁଳ୍କ ଶ୍ରବଣ ଯନ୍ତ୍ର ପ୍ରଦାନ । ସଚେତନତାର ବାର୍ତ୍ତା ବାଣ୍ଟିଲେ ବାଇକର୍ସ ଆସୋସିଏସନ୍ ଓ ଏକାମ୍ର କାନନ ୱାଲ୍‌କର୍ସ କ୍ଲବ ।

ଭିନ୍ନକ୍ଷମ ସପ୍ତାହ ଅବସରରେ ରେଡ଼୍ ସ୍ୱସ୍ତିକ୍ ପକ୍ଷରୁ ଆମ୍ବୁଲାନ୍ସ ସେବା ଲୋକାର୍ପିତ : Ommtv

ଭିନ୍ନକ୍ଷମ ସପ୍ତାହ ଅବସରରେ ରେଡ଼୍ ସ୍ୱସ୍ତିକ୍ ପକ୍ଷରୁ ଆମ୍ବୁଲାନ୍ସ ସେବା ଲୋକାର୍ପିତ : Ommtv
 ୧୦ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଓ ୧୫ ଜଣ ଶ୍ରବଣ ବାଧିତଙ୍କୁ ନିଶୁଳ୍କ ଶ୍ରବଣ ଯନ୍ତ୍ର ପ୍ରଦାନ ।
 ସଚେତନତାର ବାର୍ତ୍ତା ବାଣ୍ଟିଲେ ବାଇକର୍ସ ଆସୋସିଏସନ୍ ଓ ଏକାମ୍ର କାନନ ୱାଲ୍‌କର୍ସ କ୍ଲବ ।

ଭୁବନେଶ୍ୱର(ରିପୋର୍ଟ:ରାଜିବ): ଦେଶର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାପକ୍ଷରୁ ଭିନ୍ନକ୍ଷମ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଅତିଥିଭାବେ ମାନ୍ୟବରଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଦ୍ୱୈତ ନଗରୀ ପୋଲିସ୍ କମିଶନର ସୌମେନ୍ଦ୍ର
ପ୍ରିୟଦର୍ଶୀ, ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଜିନ୍ଦଲ୍‌ର ଉପସଭାପତି ବିଭୁପ୍ରସାଦ ମିଶ୍ର, ଚର୍ଟାଡ଼୍ ଆକାଉଣ୍ଟାଣ୍ଟ ଶରତ ଚନ୍ଦ୍ର ଭଦ୍ରା, ଏଲ୍‌.ଆଇ.ସିର ସିନିଅର୍‌ ଡ଼ିଭିଜିନାଲ୍ ମ୍ୟାନେଜର୍ ପ୍ରଫୁଲ୍ଲ କୁମାର ମହାନ୍ତି, ଏଲ୍‌.ଆଇ.ସିର ମାର୍କେଟିଂ ମ୍ୟାାନେଜର୍‌ ଅଶୋକ କୁମାର ଭୂୟାଁ, ଏଲ୍‌.ଆଇ.ସିର ମ୍ୟାନେଜର୍ ସେଲ୍‌ସ୍ ଶ୍ରୀ ପ୍ରମୋଦ କୁମାର ପ୍ରଧାନଙ୍କ ସହ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାର ସଭାପତି ବିଜୟ ଆଚାର୍ଯ୍ୟ ଓ ସଚିବ ତଥା କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା
ଶାଖା ତରଫରୁ ଏଲ୍‌.ଆଇ.ସି ଗୋଲ୍‌ଡ଼େନ୍ ଜୁବ୍‌ଲି ଫାଉଣ୍ଡେସନ୍‌ର ସହଯୋଗରେ ଦାରିଦ୍ର ସୀମାରେଖା ତଳେ ଥିବା ଜନସାଧାରଣଙ୍କର ସେବା ନିମନ୍ତେ ନିଶୁଳ୍କ ଆମ୍ବୁଲାନ୍ସ ସେବା ଲୋକାର୍ପଣ କରାଯାଇଛି । ଏତତ୍ ସହିତ ଡ଼ି.ଏମ୍ ସ୍କୁଲ୍ ଆଲୁମୁନି ଫାଉଣ୍ଡେସନ୍ ସହଯୋଗରେ
୧୦ ଜଣ ଦିବ୍ୟାଙ୍ଗଙ୍କ ନିମନ୍ତେ ହ୍ୱିଲ୍ ଚେୟାର, କମ୍ବଳ ଓ ଜିନ୍ଦଲ୍‌ର ସହଯୋଗରେ ୧୫ ଜଣଶ୍ରବଣ ବାଧିତଙ୍କ ନିମନ୍ତେ ନିଶୁଳ୍କ ଶ୍ରବଣ ଯନ୍ତ୍ର ବଣ୍ଟନ କରାଯାଇଛି । ପ୍ରମୁଖ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ସର୍ବଦା ଜନସାଧାରଣଙ୍କ ନିମନ୍ତେ ନିରନ୍ତର ସେବା
ଯୋଗାଇ ଆସୁଛି । ଆଗାମୀ ଦିନରେ ୩୦୩ ଜଣ ଭିନ୍ନକ୍ଷମଙ୍କ ନିମନ୍ତେ ଏସ୍‌.ବି.ଆଇ ଓ ଜିନ୍ଦଲ ସହାୟତାରେ କୃତିମ ଅଙ୍ଗ ପ୍ରଦାନ କରାଯିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ବାଇକର୍ସ ଆସୋସିଏସନ୍ ଓ ଏକାମ୍ର କାନନ ୱାକଲ୍‌ର୍ସ କ୍ଲବ୍ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାର ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ ।