ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆଜି ବିଶ୍ଵ ବରିଷ୍ଠ ନାଗରିକ ଦିବସ : Ommtv

ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆଜି ବିଶ୍ଵ ବରିଷ୍ଠ ନାଗରିକ ଦିବସ

ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆଜି ବିଶ୍ଵ ବରିଷ୍ଠ ନାଗରିକ ଦିବସ : Ommtv

OMM TV ଢେଙ୍କାନାଳ ଶଶିକାନ୍ତ ଗଡନାୟକ) ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆଜି ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳନ ହିନ୍ଦୋଳ ଅନ୍ତର୍ଗତ ସଂଜପଡା ଗ୍ରାମ ପଞ୍ଚାୟତ ସଭାଗୃହ ଠାରେ ସରପଞ୍ଚ ଶୈଳେନ୍ଦ୍ରୀ ଅମାନ୍ତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର, କୋଷାଧ୍ୟକ୍ଷ ବ୍ରହ୍ମାନନ୍ଦ ପ୍ରଧାନ,ଅବସରପ୍ରାପ୍ତ ସୈନିକ ଗୋଲଖ ବିହାରୀ ଗଡନାୟକ, ସମିତି ସଭ୍ଯା ମୀନତି ସାହୁ, ପୂର୍ବତନ ସରପଞ୍ଚ ନେହେରୁ ଗଡନାୟକ ପ୍ରମୂଖ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ବରିଷ୍ଟ ସମାଜସେବୀ ରତିକାନ୍ତ ଗଡନାୟକ ସଭା ସଂଯୋଜନା ସହ ସ୍ଵାଗତ ଭାଷଣ ଦେଇଥିଲେ।ବରିଷ୍ଠ ନାଗରିକ ମଞ୍ଚ ସଂଗଠନ ର ଆଭିମୁଖ୍ୟ ଓ ଆବଶ୍ୟକତା ଉପରେ ମୁଖ୍ୟ ଅତିଥି ଆଲୋକପାତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ବରିଷ୍ଠ ନାଗରିକ ରମା ରଞ୍ଜନ ଗଡନାୟକ ପରିଚାଳନା କରିଥିଲେ।