ଦୁଦୁରକୋଟରେ ୭୬ତମ ସ୍ବାଧୀନତା ଦିବସ ପାଳିତ : ଓମଟିଭି

ହିନ୍ଦୋଳ ଦୁଦୁରକୋଟ ବ୍ରାହ୍ମଣମରା ମାଆ ବାଉତି ଷ୍ଟାଡିୟମ୍ ଠାରେ ଛଅସ୍ତରୀ ତମ ସ୍ଵାଧୀନତା ଦିବସ ବଡ଼ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ସଦାନନ୍ଦ ଗଡନାୟକ ମହିଳା ସମର କଳା ସଂଗଠନ ସଭାନେତ୍ରୀ ସ୍ନେହଲତା ସାମଲ ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ସମସ୍ତ ସଭ୍ୟା ମାନଙ୍କ ଉପସ୍ଥିତିରେ ବିଶିଷ୍ଟ କଳାକାର ଭ୍ରମରବର ସାମଲ, ପୂର୍ବତନ ସମିତି ସଭ୍ଯ

ଦୁଦୁରକୋଟରେ ୭୬ତମ ସ୍ବାଧୀନତା ଦିବସ ପାଳିତ : ଓମଟିଭି

ଦୁଦୁରକୋଟରେ ୭୬ତମ ସ୍ବାଧୀନତା ଦିବସ ପାଳିତ : ଓମଟିଭି

ଢେଙ୍କାନାଳ, (ରିପୋର୍ଟ: ଶଶିକାନ୍ତ ଗଡନାୟକ) : ହିନ୍ଦୋଳ ଦୁଦୁରକୋଟ ବ୍ରାହ୍ମଣମରା ମାଆ ବାଉତି ଷ୍ଟାଡିୟମ୍ ଠାରେ ଛଅସ୍ତରୀ ତମ ସ୍ଵାଧୀନତା ଦିବସ ବଡ଼ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ସଦାନନ୍ଦ ଗଡନାୟକ ମହିଳା ସମର କଳା ସଂଗଠନ ସଭାନେତ୍ରୀ ସ୍ନେହଲତା ସାମଲ ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ସମସ୍ତ ସଭ୍ୟା ମାନଙ୍କ ଉପସ୍ଥିତିରେ ବିଶିଷ୍ଟ କଳାକାର ଭ୍ରମରବର ସାମଲ, ପୂର୍ବତନ ସମିତି ସଭ୍ଯ ହାପି ଗଡନାୟକ, ସ୍ଵେଚ୍ଛାସେବୀ ପ୍ରଦ୍ୟୁମ୍ନ ସାମଲ, ବିରେନ୍ଦ୍ର ସାମଲ ଯୋଗଦାନ କରି ଏହି ଜାତୀୟ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ସଂଗଠନ ଦଳପତି କଳିଙ୍ଗ ପଇକ ସମାଜ ସଭାପତି ରତିକାନ୍ତ ଗଡନାୟକ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ସମ୍ପାଦିକା ବିମଳା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମଟି ସ୍ଥାନୀୟ ଅଞ୍ଚଳରେ ବେସ୍ ପ୍ରଶଂସାର ପ୍ରାତ୍ର ସାଜିବା ସହିତ ମହିଳା ସଶକ୍ତିକରଣ ଓ ସ୍ଥାନୀୟ ଅଂଚଳ ଉନ୍ନତି ମୂଳକ କାର୍ଯ୍ୟନେଇ ଜନସାଧାରଣ ସମ‌ସ୍ତେ ଉତ୍ସାହିତ ହୋଇ ଜାତିୟ ସଂଗୀତ ଗାନ ଓ ମହାପୁରୁଷ ମାନଙ୍କ ଜୟଗାନ କରିଥିଲେ।