କଳିଙ୍ଗ ସିନେ ଆର୍ଟସ୍ ପକ୍ଷରୁ ଆର୍ଟ ଅଫ୍ ଗିଭିଂ ଡ଼େ ପାଳିତ : Ommtv Round The Clock

: ସାମାଜିକ ଅନୁଷ୍ଠାନ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ପକ୍ଷରୁ ରାଜଧାନୀର ଦଶଟି ଅଲଗା ଅଲଗା ବସ୍ତିରେ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଡ଼େ। ଆର୍ଟ ଅଫ୍ ଗିଭିଂର ପ୍ରତିଷ୍ଠାତା ସମା‌ଜସେବୀ ଅଚ୍ୟୁତ ସାମନ୍ତଙ୍କ ପ୍ରେରଣାରେ ଫାଉଣ୍ଡେସନ୍ ସଭ୍ୟମାନେ ଆଜି ରାଜଧାନୀର ବିଭିନ୍ନ ବସ୍ତିରେ ପିଲାମାନଙ୍କ ସହ ଏହି ଦିବସଟିକୁ ନିରାଡ଼ମ୍ବରରେ ପାଳନ କରିଛନ୍ତି। ମଞ୍ଚେଶ୍ବର ଅଞ୍ଚଳର ମୁଣ୍ଡାବସ୍ତି, ତୁଇକୁଟି, ଇଟାଭାଟି, ସାନ୍ତାଳ ବସ୍ତି, କେନାଲ ବନ୍ଧ, ସିତାରାମ ବସ୍ତି, କେଳାସାହିର ଚନ୍ଦକାର ଭାଲୁଙ୍କା, ଗଡ଼ ସାହି ଏବଂ ମୁଣ୍ଡା ଆଶ୍ରମ ବସ୍ତିର ପିଲାମାନଙ୍କ ସହ ଏହି ଉତ୍ସବକୁ ପାଳନକରି ସଭ୍ୟମାନେ ସେମାନଙ୍କୁ ଖାଦ୍ୟପୁଡ଼ିଆ ସହିତ ପାଠ୍ୟ ଉପକରଣ ଓ କିଛି ଶୁଖିଲା ରନ୍ଧା ଖାଦ୍ୟ ସାମଗ୍ରୀ ବଣ୍ଟନକରିଛନ୍ତି। ଯେ କୌଣସି ଉପାୟରେ ଲୋକଙ୍କ ମୁଁହରେ ହସ ଫୁଟାଇବା ଆର୍ଟ ଅଫ୍ ଗଭିଂର ମୂଳ ଉଦେଶ୍ୟ ହୋଇଥିବାରୁ ଫାଉଣ୍ଡେସନ୍‌ର ପ୍ରତ୍ୟେକ ଜିଲ୍ଲା ପ୍ରତିନିଧିମା‌ନେ ପ୍ରତ୍ୟେକ ମାସର ଶେଷ ରବିବାର ଦିନକୁ ଆର୍ଟ ଅଫ୍ ଗିଭିଂ ଦିବସଭାବ‌େ ପାଳନକରି ଆସୁଛନ୍ତି। ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ଅନୁଷ୍ଠାନ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି। ଯାହାର ନେତୃତ୍ବ ନେଇଛନ୍ତି ଜିଲ୍ଲା ସଂଯୋଜକ ରତିକାନ୍ତ ଗଡ଼ନାୟକ। ଭୁବନେଶ୍ବରରେ ସଭାପତି ଡ଼.ସୁଶାନ୍ତ ଦାସ, ସଂପାଦକ ବିଦ୍ୟାଧର ବାରିକ ଓ ବରିଷ୍ଠ ସଭ୍ୟ ମଧୁସ୍ମିତା ସାହୁଙ୍କ ସହ ଆଜୀବନ ସଭ୍ୟ ଅନିଲ ପ୍ରଧାନ, ସୁନିଲ ସାହୁ, ରାକେଶ ସାମଲ, ଗୁଲସନ ଦାଶ, ପିନୁ ନାୟକ ଓ ଡ଼ନ ବାରିକ ଏହି ସେବା କାର୍ଯ୍ୟରେ ସହଯୋଗ କରିଥିଲେ।