ରଥଖଳାରୁ:ରଥନିର୍ମାଣକାର୍ଯ୍ୟ : ଓମଟିଭି

ରଥଖଳାରୁ:ରଥନିର୍ମାଣକାର୍ଯ୍ୟ*             *୫୬ ତମ ଦିବସ*

ରଥଖଳାରୁ:ରଥନିର୍ମାଣକାର୍ଯ୍ୟ : ଓମଟିଭି

*ତା୨୯.୬.୨୦୨୨,ବୁଧବାର*(ଓମଟିଭି )
*ରଥଖଳାରୁ:ରଥନିର୍ମାଣକାର୍ଯ୍ୟ*
            *୫୬ ତମ ଦିବସ*
*ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ*
*ତିନିରଥର ମୋଟ ମହାରଣା -୭୮
*ତିନିରଥର ଭୋଇ ସେଵକ   -୭୭
*ତିନିରଥର କରତି ସେଵକ  -   ୪
*ତିନିରଥର ରୂପକାର ସେଵକ-୧୮
*ତିନିରଥର ଓଝା ମହାରଣା    -୧୭
*ତୁମ୍ବ ବିନ୍ଧ କାରିଗର               -   ୧
*ପାହୀ ମହାରଣା                   -    ୨
*ସହାୟକ(ପାଣିବାଲା)         -    ୧
                                ମୋଟ-୧୯୮
(ସବୁଦିନପରି ଆଜି ସକାଳ ୮ଟାରେ
ତିନିରଥର ନିର୍ମାଣକାରୀ ସେବକ 
ମାନେ ରଥଖଳା ଠାରେ ଉପସ୍ଥିତ
ହୋଇ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଥିଲେ,ପରେ ପରେ ରଥ ନିର୍ମାଣକାରୀ ଙ୍କ ଉପସ୍ଥାନ ନିଆଯାଇଥିଲା)
       *ରଥ ନିର୍ମାଣ ଅଗ୍ରଗତି*
* ତିନିରଥର ବେଦି ସିଂହାସନରେ
ଆଜି 'ପ୍ରଭା' ଫିଟିଙ୍ଗ ଶେଷ ହୋଇଅଛି।(ଭୋଇ ସର୍ଦାର ରବି-
ଭୋଇଙ୍କ ତତ୍ୱାବଧାନରେ ଭୋଇ
ସେଵକ ମାନେ ତିନିରଥର 'ପ୍ରଭା'

କୁ ଟେକି ନେଇ ତିନିରଥର ବାଡ଼ଗ୍ରହୀ
ମହାରଣାଙ୍କ ଦାୟିତ୍ୱରେ ଦେବାପରେ
ତିନିରଥର ମହାରଣା ମାନେ ଭୋଇ
ସେବକଙ୍କ ସହଯୋଗରେ ତିନିରଥ
ରେ ପ୍ରଭା ଫିଟିଙ୍ଗ ସମ୍ପର୍ଣ୍ଣ କରିଛନ୍ତି)
*ଆଜି ତିନିରଥର 'ବିଜେ ଚକା' ରେ
ବିନ୍ଧ ଲରାଯାଇ ସେଥିରେ ତିନୋଟି
ଲେଖାଁଏ କାଠ ଖିଲ ବସାଯାଇଅଛି।
ତିନିରଥ ସିଂହଦ୍ୱାରକୁ ଯିବାପରେ,
ତିନିରଥ ବେଦି ସିଂହାସନରେ
ବିଜେ ଚକା ସଂଯୋଗ ହେବ।
*ଆଜି ତାଳଧ୍ଵଜ ରଥ ଏବଂ ଦେବଦଳନ ରଥ ର ବେଦି ତିନି
ପାର୍ଶ୍ୱରେ ଗାଈଗୋଠ ରଙ୍ଗ ଚିତ୍ର
ଚିତ୍ରକାର ସେଵକ ମାନେ ଶେଷ
କରିଛନ୍ତି।
*ତିନିରଥର କନକ ମୁଣ୍ଡି ରେ ପିତଳ
ସଜ ଫିଟିଙ୍ଗ ଗତକାଲି ବିଳମ୍ବିତ
ରାତ୍ରିରୁ ଆରମ୍ଭ ହୋଇ ଆଜି ଶେଷ
ହୋଇଅଛି।
* ଆଜି ତିନିରଥର ବ୍ରେକ ଗୁଡିକର ତଳ ପାର୍ଶ୍ୱରେ ଲାଗିଥିବା ରବର ମ୍ୟାଟ ବଦଳା ଯାଇ ସେଥିରେ ନୂତନ
ମ୍ୟାଟ ପଡି ନଟ ବୋଲଟ ଫିଟିଙ୍ଗ
ଶେଷ ହୋଇଅଛି।
*ଦରଜୀ ସେଵକ ମାନେ ତିନିରଥ ପାଇଁ କନା କଟିଙ୍ଗ  ତଥା ସେଲେଇ
 କାର୍ଯ୍ୟ ଶେଷ  କରି ତିନିରଥର କୋଠ  ସୁଆଁସିଆ ସେଵକ ମାନଙ୍କୁ
ରଥରେ କନା ପକାଇବା ପାଇଁ 
ଯୋଗାଇ ଦେଲାପରେ, କାଲିଠାରୁ
କୋଠ ସୁଆଁସିଆ ସେଵକ ମାନେ
ତିନିରଥର ଦୁଆର ବେଢ଼ା ରେ 
ଦୁଆର ବେଢ଼ା କନା ଫିଟିଙ୍ଗ କରିଥିଲେ, ଆଜି ତିନିରଥରେ କନା
ପଡିବା ଶେଷ ହୋଇଅଛି।
*ଦରଜୀ ସେଵକ ମାନେ ଆଜି
ଠାକୁରଙ୍କ ବିଜେ ସମୟରେ ପଟୁଆରରେ ଆସୁଥିବା କଳା ଛତି,
ଧଳା ଛତି ଓ ଓଲାରରେ କନା ପଡିବା
କାର୍ଯ୍ୟ ଶେଷ କରିଛନ୍ତି। ଏଥିସହ
ଦରଜୀ ସେଵକ ମାନେ ଶ୍ରୀବିଗ୍ରହ
ମାନଙ୍କପାଇଁ ୪ଗୋଟି ବିଜେ ତୁଳି,
ଏବଂ ଦୁଇଟି ଶିପର ତୁଳି ପ୍ରସ୍ତୁତ
କରିଛନ୍ତି।
*ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ମହାରଣା ମାନେ
ତିନିରଥ ରେ ପ୍ରଭା ଫିଟିଙ୍ଗ ପାଇଁ
୪ଗୋଟି ଲେଖାଁଏ ୧୨ ଗୋଟି
ପ୍ରଭା ବିଡିଆ କଣ୍ଟା ନିର୍ମାଣ କରି
ପ୍ରଭା ଫିଟିଙ୍ଗ ପାଇଁ ତିନିରଥ ମହାରାଣ ଙ୍କୁ ଯୋଗାଇଛନ୍ତି।
*ଆସନ୍ତା କାଲି ତା୩୦.୬.୨୦୨୨
ଗୁରୁବାର, ପ୍ରତିପଦ ତିଥିରେ
ମହାପ୍ରଭୁଙ୍କ ଗୋପାଳ ବଲ୍ଲବ ଏବଂ
ସକାଳ ଧୂପ ନିର୍ଘଣ୍ଟ ପ୍ରକାରେ ସକାଳ
୮.୩୦ ରେ ସମ୍ପନ୍ନ ହୋଇ ଘ.୮.୪୫
ରେ ରଥକୁ ଆଜ୍ଞା ମାଳ ବିଜେ ନୀତି
ପରେ ତିନିରଥ ଚକ-ଅଖରେ ତୈଳ
ଲାଗିହୋଇ ରଥ ସିଂହ ଦ୍ୱାର ଯିବା
ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହେବ।
  *ବି.ଦ୍ର*
        ତିନିରଥର ନିର୍ମାଣ ଅଗ୍ରଗତି
ସମ୍ପର୍କୀୟ ସ୍ଥିରଚିତ୍ର ପ୍ରଦାନ କରାଗଲା
 (ବିଦ୍ୟାଧର ବାରିକ (ମଧୁ )