ସାଇବର ଅଭିଯାନ-୨୦୨୩ ର ସଚେତନତା କାର୍ଯ୍ୟକ୍ରମ : Ommtv

ସାଇବର ଅଭିଯାନ-୨୦୨୩ ର ସଚେତନତା କାର୍ଯ୍ୟକ୍ରମ

ସାଇବର ଅଭିଯାନ-୨୦୨୩ ର ସଚେତନତା କାର୍ଯ୍ୟକ୍ରମ : Ommtv

(ହିନ୍ଦୋଳ ରତିକାନ୍ତ ଗଡନାୟକ): ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଆଜି ହିନ୍ଦୋଳ ଥାନା ଅନ୍ତର୍ଗତ ଏନ୍ଏସି ୪ ନ ୱାର୍ଡ ସ୍ଥିତ ଥିବା ଟାଉନ୍ ହଲ୍ ପ୍ରାଙ୍ଗଣ ରେ ସାଇବର ଅଭିଯାନ-୨୦୨୩ ର ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ପ୍ରଦର୍ଶିତ ହୋଇଥିଲା। ହିନ୍ଦୋଳ ଥାନା ଆଇ, ଆଇ, ସି, ଚାରୁଲତା ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହିନ୍ଦୋଳ ଏନ୍ଏସି ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ସମେତ ଜଣ ସାଧାରଣ ଯୋଗ ଦେଇ ସାଇବର ରଥ କୁ ସ୍ଵାଗତ କରିବା ସହ ଜିଲ୍ଲା ପୁଲିସ ସମିତି ର ଏହି ସାଇବର ଠକେଇ ଉପରେ ସଚେତନ ହୋଇଥିଲେ। ଟାଟା ଷ୍ଟିଲ୍ ଫାଉଣ୍ଡେସନ ସୌଜନ୍ୟ ରୁ ଏହି ସଚେତନ କାର୍ଯ୍ୟକ୍ରମ ଅନୁସ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ହିନ୍ଦୋଳ ଏନ୍ଏସି ର ଶ୍ୟାମ ସୁନ୍ଦର ସାମଲ, ତରୁଣ ସାମଲ, ଜିତୁ ଦାସ, ବ୍ରହ୍ମାନନ୍ଦ ସାହୁ, ଟୁଟୁ ଦାଶ ପ୍ରମୂଖ ସହଯୋଗ କରିଥିଲେ।