ଓଡ଼ିଶାର ମାନ୍ୟବର ରାଜ୍ୟପାଳ ମହାମହୀମ ପ୍ରଫେସର ଗଣେଶୀ ଲାଲ ଫେବ୍ରୁଆରୀ ୨୪ରେ ହୋଟେଲ ଶ୍ୱସ୍ତି ପ୍ରିମିୟମ, ଭୁବନେଶ୍ୱରରେ ନବମ କଳିଙ୍ଗ ସାହିତ୍ୟ ମହୋତ୍ସବକୁ ଉଦଘାଟନ କରିବେଯୋଗଦେବେ ୧୦ ରାଷ୍ଟ୍ର ଓ ୫୦୦ ବକ୍ତା : Ommtv

ଓଡ଼ିଶାର ମାନ୍ୟବର ରାଜ୍ୟପାଳ ମହାମହୀମ ପ୍ରଫେସର ଗଣେଶୀ ଲାଲ ଫେବ୍ରୁଆରୀ ୨୪ରେ ହୋଟେଲ ଶ୍ୱସ୍ତି ପ୍ରିମିୟମ, ଭୁବନେଶ୍ୱରରେ ନବମ କଳିଙ୍ଗ ସାହିତ୍ୟ ମହୋତ୍ସବକୁ ଉଦଘାଟନ କରିବେଯୋଗଦେବେ ୧୦ ରାଷ୍ଟ୍ର ଓ ୫୦୦ ବକ୍ତା : Ommtv

ଓଡ଼ିଶାର ମାନ୍ୟବର ରାଜ୍ୟପାଳ ମହାମହୀମ ପ୍ରଫେସର ଗଣେଶୀ ଲାଲ ଫେବ୍ରୁଆରୀ ୨୪ରେ ହୋଟେଲ ଶ୍ୱସ୍ତି ପ୍ରିମିୟମ, ଭୁବନେଶ୍ୱରରେ ନବମ କଳିଙ୍ଗ ସାହିତ୍ୟ ମହୋତ୍ସବକୁ ଉଦଘାଟନ କରିବେଯୋଗଦେବେ ୧୦ ରାଷ୍ଟ୍ର ଓ ୫୦୦ ବକ୍ତା : Ommtv

ଓଡ଼ିଶାର ମାନ୍ୟବର ରାଜ୍ୟପାଳ ମହାମହୀମ ପ୍ରଫେସର ଗଣେଶୀ ଲାଲ ଫେବ୍ରୁଆରୀ ୨୪ରେ ହୋଟେଲ ଶ୍ୱସ୍ତି ପ୍ରିମିୟମ, ଭୁବନେଶ୍ୱରରେ ନବମ କଳିଙ୍ଗ ସାହିତ୍ୟ ମହୋତ୍ସବକୁ ଉଦଘାଟନ କରିବେଯୋଗଦେବେ ୧୦ ରାଷ୍ଟ୍ର ଓ ୫୦୦ ବକ୍ତା : Ommtv

କଳିଙ୍ଗ ସାହିତ୍ୟ ମହୋତ୍ସବ (କେଏଲଏଫ) ଭାରତ ଓ ବିଶ୍ୱକୁ କରିବ ଉତ୍ସବମୁଖରସାହିତ୍ୟର ବିବିଧ ରୂପ ତଥା ଜୀବିତ ଅନୁଭୂତି, ରାଜନୀତି, କଳା, ଚଳଚ୍ଚିତ୍ର, ବ୍ୟବସାୟ , ଗଣମାଧ୍ୟମ ଓ କ୍ରୀଡା ପରି
ବିଷୟବସ୍ତୁ ଗୁଡ଼ିକୁ ନେଇ ନବମ କଳିଙ୍ଗ ସାହିତ୍ୟ ମହୋତ୍ସବ ବିଶ୍ବ ତଥା ଜାତୀୟ ସ୍ତରରେ ଆଲୋଚନା ନିମନ୍ତେ ଏକ
ମଞ୍ଚ ପ୍ରସ୍ତୁତ କରିବ।
ପ୍ରମୁଖ ବିଷୟବସ୍ତୁ:


୧. ମୁଖ୍ୟ ବିଷୟବସ୍ତୁ: ‘ଭାରତ ଓ ବିଶ୍ୱ’
୨. ଯୋଗଦେବେ ୫୦୦ରୁ ଅଧିକ ବକ୍ତା, କବି, ସଙ୍ଗୀତଜ୍ଞ, କଳାକାର ଏବଂ ପରିବେଷଣକାରୀ
୩. ଚଳିତବର୍ଷ, ହାଇବ୍ରିଡ ପଦ୍ଧତିରେ ଏହା ଆୟୋଜନ ହେବ, ୩ ଦିନ ଗ୍ରାଉଣ୍ଡ ଫେଷ୍ଟିଭାଲ
୪. ସପ୍ତମ କଳିଙ୍ଗ କଳା ମହୋତ୍ସବ ଓଡ଼ିଶା ଏବଂ ଭାରତର ୬୦ କଳାକାରଙ୍କ କୃତିକୁ ପ୍ରଦର୍ଶନ କରିବ
୫. ୨୦ ଲେଖକଙ୍କୁ ମିଳିବ କଳିଙ୍ଗ ସାହିତ୍ୟ ମହୋତ୍ସବ (କେଏଲଏଫ) ପୁସ୍ତକ ପୁରସ୍କାର
୬. ସମ୍ମାନଜନକ କଳିଙ୍ଗ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ
୭. ୩୦ରୁ ଊଦ୍ଧ୍ୱର୍ ଜାତୀୟ ଓ ଅନ୍ତର୍ଜାତୀୟ ପୁସ୍ତକ/ପ୍ରକାଶନ ଉନ୍ମୋଚନ ହେବ
୮. ଚଳିତ ବର୍ଷରୁ ପ୍ରକାଶନୀ କ୍ଷେତ୍ରଗୁଡ଼ିକ ଉପରେ ନୂଆ ପୁରସ୍କାର
୯. ମିଷ୍ଟିକ ମିକ: ପରିବେଷଣକାରୀଙ୍କ ପାଇଁ ଉନ୍ମୁକ୍ତ ପ୍ଲାଟଫର୍ମ
୧୦. ଡ. ପୀୟୂଷ ରୟଙ୍କ ଦ୍ୱାରା ଚଳଚ୍ଚିତ୍ର ପ୍ରଦର୍ଶନ
ଭୁବନେଶ୍ୱର: ବାର୍ଷିକ ପ୍ରତିଷ୍ଠିତ କଳିଙ୍ଗ ସାହିତ୍ୟ ମହୋତ୍ସବ (କେଏଲଏଫ) ମନ୍ଦିରମାଳିନୀ ଭୁବନେଶ୍ୱରରେ ହୋଟେଲ ଶ୍ୱସ୍ତି
ପି୍ରମିୟମଠାରେ ଫେବ୍ରୁଆରୀ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ନବମ ବର୍ଷ ପରିପ୍ରେକ୍ଷୀରେ, ଏହି ମହୋତ୍ସବ ଜୀବନର
ପ୍ରତିଟି କ୍ଷେତ୍ରରୁ ଲେଖକ, ବକ୍ତା, ବିଚାରକ, ଏବଂ ହିତାକାଂକ୍ଷୀ ବ୍ୟକ୍ତିବିଶେଷଙ୍କୁ ନେଇ ଏକ ପ୍ରାଣକେନ୍ଦ୍ର ଉପସ୍ଥାପନ କରିବ ।
ଏହି ସାହିତି୍ୟକ ସମାରୋହ ଏକ ଭବ୍ୟ ଭାଷା ବିବିଧତାକୁ ବଖାଣିବ, ଯାହା ୨୫ ରାଷ୍ଟ୍ର ଏବଂ ୨୫ରୁ ଊଦ୍ଧ୍ୱର୍ ଭାଷାକୁ ପ୍ରତିନିଧିତ୍ୱ
କରିବ ବୋଲି କେଏଲଏଫର ପ୍ରତିଷ୍ଠାତା ନିଦେ୍ର୍ଦଶକ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ପରିଡ଼ା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି

ଏହି ନବମ କଳିଙ୍ଗ ସାହିତ୍ୟ ମହୋତ୍ସବର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ମହାମହୀମ
ପ୍ରଫେସର ଗଣେଶୀ ଲାଲ ସାମିଲ ହେବେ; ସମ୍ମାନିତ ଅତିଥି ଶ୍ରୀ ସୀତାକାନ୍ତ ମହାପାତ୍ର, ଶ୍ରୀ ତୁଳସୀ ଦିୱାସା, ଶ୍ରୀ ଏସ.କେ. ନନ୍ଦ,
ଶ୍ରୀ ୱାଇ.ଏସ.ଆର. ମୂର୍ତ୍ତି, ଇଟାଲୀୟ କନସୁଲେଟଙ୍କ ଉପସ୍ଥିତିରେ ନୋବେଲ ପୁରସ୍କାରପ୍ରାପ୍ତ ଶ୍ରୀ କୈଳାସ ସତ୍ୟାର୍ଥୀଙ୍କ
ଦ୍ୱାରା ଭିଡିଓ ସମ୍ବୋଧନ କରାଯିବ ।
ପ୍ରମୁଖ ପୁରସ୍କାର:
କଳିଙ୍ଗ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର- ଗୀତାଞ୍ଜଳି ଶ୍ରୀ
କଳିଙ୍ଗ ସାହିତ୍ୟ ପୁରସ୍କାର- ଡ. ରମେଶ ପ୍ରସାଦ ପାଣିଗ୍ରାହୀ
କେଏଲଏଫ-ପବ୍ଲିସିଂ ହାଉସ ଅଫ ଦ ଇୟର ପୁରସ୍କାର- ପେଙ୍ଗୁଇନ ର୍ୟାଣ୍ଡମ ହାଉସ

କେଏଲଏଫ- ପବ୍ଲିସିଂ ହାଉସ ଅଫ ଦ ଇୟର ପୁରସ୍କାର-ରାଜକମଲ ପ୍ରକାଶନ
ମହୋତ୍ସବର ଏହି ୨୦୨୩ ସଂସ୍କରଣରେ ୫୦୦ରୁ ଊଦ୍ଧ୍ୱର୍ ବକ୍ତା ବିଭିନ୍ନ ଜାତୀୟ ସ୍ତରର ବ୍ୟକ୍ତିବିଶେଷ, ନୋବେଲ, ବୁକର,
ଅନ୍ତର୍ଜାତୀୟ ବୁକର, ସାହିତ୍ୟ ଏକାଡେମୀ ଆଦି ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ
ଅଂଶଗ୍ରହଣ କରିବେ । ସାମ୍ପ୍ରତିକ ସମୟରେ ଅତି ଜରୁରି ପାଲଟିଥିବା ପାଣିପାଗ ନ୍ୟାୟ ସମେତ ବ୍ୟାପକ ବିଷୟବସ୍ତୁ ଏଥିରେ ସ୍ଥାନ
ପାଇବ; ମହିଳାଙ୍କ ସ୍ୱର ଓ ପରିଚୟ, ଟେକ ମୋରାଲିଟି ଏବଂ କୃତି୍ରମ ବୁଦ୍ଧିମତ୍ତା, ବିଶ୍ୱ ସଂକଟ, ଆଧୁନିକ ବିଜ୍ଞାନ, ଭାରତ ଓ
ବିଶ୍ୱ, କଳା ଓ ଫଟୋଗ୍ରାଫି, ସ୍ୱାସ୍ଥ୍ୟ ଏବଂ ଔଷଧ, ଆଦି ଉପରେ ମହାନ ମହିଳା ଲେଖକ ଓ କଳାକାରମାନେ ଆଲୋକପାତ କରିବେ ।
ପ୍ରତିବର୍ଷ, ଏହି ମହୋତ୍ସବ ବିଶ୍ୱର ମହାନ ଲେଖକ, ବିଚାରକ, ହିତାକାଂକ୍ଷୀ, ରାଜନୀତିଜ୍ଞ, ବ୍ୟବସାୟିକ ନେତୃତ୍ୱ, ଖେଳାଳି ଏବଂ
ମନୋରଞ୍ଜନକାରୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିଥାଏ, ଯାହାଦ୍ୱାରା ବିଚାରଶୀଳ ବକ୍ତବ୍ୟ ଓ ଚର୍ଚ୍ଚା ଉପରେ ମତପ୍ରକାଶ ପାଇଁ
ସ୍ୱାଧୀନତା ମିଳିଥାଏ । ୨୦୧୩ରେ ଆରମ୍ଭ ହେବା ଦିନଠାରୁ ଏହି ମହୋତ୍ସବ ସାରା ବିଶ୍ୱରେ ପ୍ରାୟ ୨୫୦୦ ବକ୍ତା ଓ
ପରିବେଷଣକାରୀଙ୍କୁ ଏକାଠି କରିବା ସହ ପୁସ୍ତକପ୍ରେମୀଙ୍କୁ ସ୍ୱାଗତ କରିଛି । କଳିଙ୍ଗ ସାହିତ୍ୟ ମହୋତ୍ସବ ଏହାର ନବମ ସଂସ୍କରଣ
ସହ ପ୍ରତ୍ୟାବର୍ତ୍ତନ କରିଛି ଯାହାକି ମଜଭୁତ କରିବା ସହ ଉଚିତ ଶିକ୍ଷା ପ୍ରଦାନ କରିଛି ଏବଂ ମନୋରଞ୍ଜନର ଖୋରାକ ଯୋଗାଇଛି ।
ଭୁବନେଶ୍ୱରରେ ୨୦୨୩ ଫେବ୍ରୁଆରୀ ୨୪-୨୬ରେ ଆୟୋଜିତ ହେବାକୁ ଥିବା କଳିଙ୍ଗ ସାହିତ୍ୟ ମହୋତ୍ସବ ଅବସରରେ ବିଶ୍ୱ ସାହିତ୍ୟ,
ସିନେମା, ଗଣମାଧ୍ୟମ ଓ ରାଜନୀତି କ୍ଷେତ୍ରର ନାମୀଦାମୀ ବ୍ୟକ୍ତିମାନେ ‘ଭାରତ ଓ ବିଶ୍ୱ’ ବିଷୟବସ୍ତୁ ଉପରେ ଆଲୋକପାତ କରିବେ ।
ନେପାଳ, ଶ୍ରୀଲଙ୍କା, ଜାପାନ, ବି୍ରଟେନ, ଇଟାଲୀ, ଦକ୍ଷିଣ ଆଫ୍ରିକା, ଅଷ୍ଟି୍ରଆରୁ ପ୍ରଶଂସିତ ଲେଖକମାନେ ବକ୍ତା ଭାବେ ଉତ୍ସବରେ
ଯୋଗଦେବେ । କଳିଙ୍ଗ କଳା ମହୋତ୍ସବରେ ୧୦୦ରୁ ଊଦ୍ଧ୍ୱର୍ କଳାକାର ଯୋଗଦେବେ ।
କଳିଙ୍ଗ ସାହିତ୍ୟ ମହୋତ୍ସବ ଏହାର ସାମାଜିକ ଉପଯୋଗୀ ବିଷୟବସ୍ତୁ ପାଇଁ ବେଶ ପରିଚିତି ହାସଲ କରିଛି ଏବଂ ସମସ୍ତ ସୃଜନଶୀଳ
ଲୋକଙ୍କୁ ଚିନ୍ତା କରିବା ଏବଂ ‘ସମକାଳୀନ ପ୍ରସଙ୍ଗ’ ଉପରେ ସ୍ପଷ୍ଟ ଅଭିବ୍ୟକ୍ତି ପାଇଁ ଏହା ବାଧ୍ୟ କରିଛି । ଏହାର ପୂର୍ବ
ସଂସ୍କରଣଗୁଡ଼ିକ ଭଳି କେଏଲଏଫ ଏ ବର୍ଷ ମଧ୍ୟ ଲେଖକ, କବି ଓ କଳାକାରଙ୍କ ନିମନ୍ତେ ବିଚାର କରିବା ପାଇଁ ଏକ ଆଲୋଚନାତ୍ମକ
ବିଷୟବସ୍ତୁ ରଖିଛି । ଚଳିତବର୍ଷ କଳିଙ୍ଗ ସାହିତ୍ୟ ମହୋତ୍ସବର ମୁଖ୍ୟ ବିଷୟବସ୍ତୁ ରହିଛି: ‘ଭାରତ ଓ ବିଶ୍ୱ’ ।
ଭାରତବର୍ଷ ଭାବେ ଜଣାଶୁଣା, ଭାରତ ସର୍ବଦା ବିଶ୍ୱ ସହିତ ଏକ ବ୍ୟାପକ ଅନୁରକ୍ତି ରଖିଛି । ‘ବସୁଧୈବ କୁଟୁମ୍ବକମ’ ହେଉଛି ଏକ
ଆଦର୍ଶ ଯାହା ଭାରତୀୟ ସଭ୍ୟତାକୁ ନିରନ୍ତର ଭାବେ ପ୍ରେରଣା ଯୋଗାଇଛି । ଏହି ବିଚାରଧାରା କୌଣସି ଗୋଟିଏ ସଂସ୍କୃତି ଅଥବା
ସାମାଜିକ ତଥା ରାଜନୈତିକ ବ୍ୟବସ୍ଥାର ପ୍ରଭୁତ୍ୱରେ ବିଶ୍ୱାସ ରଖେନାହିଁ; ବରଂ ଆପୋସ ସମ୍ପର୍କ ଏବଂ ପ୍ରଗତି ପାଇଁ ବିଶ୍ୱର
ତମାମ ରାଷ୍ଟ୍ର ଏବଂ ସଂସ୍କୃତିକୁ ଏକତ୍ରିତ କରିବା ଉପରେ ଗୁରୁତ୍ୱ ଦେଇଥାଏ ।
ସାମ୍ପ୍ରତିକ ବିଶ୍ୱରେ, ‘ବୈଶ୍ୱିକ’ ସଂସ୍କୃତିର ଧାରଣା ବିଶେଷକରି ବିଶ୍ୱର ଭାରତୀୟ ବିଚାରଧାରା ସହ ପର୍ଯ୍ୟାୟବାଚୀ ଭାବେ
ଧରିନିଆଯାଏ । ଏହି ସମୀକରଣ ଠିକ ନୁହେଁ । ପାଶ୍ଚାତ୍ୟର ଉପନିବେଶବାଦ ଅତିନ୍ଦି୍ରୟ ସମ୍ବେଦନ ଏଭଳି ଭାବେ ଦର୍ଶାଯାଇଥିଲା
ଯେଉଁଥିରେ ପାଶ୍ଚାତ୍ୟ ଜ୍ଞାନପ୍ରାପ୍ତି ମଡେଲ ଦାସତ୍ୱ ଓ ସ୍ୱାୟତ୍ତତା: ପାର୍ଥିବ, ମନସ୍ତାତ୍ୱିକ ଓ ଆଧ୍ୟାତ୍ମିକ ପାଇଁ ବ୍ୟବହୃତ
ହେଉଥିଲା ।
ଭାରତ ଅନେକ ଭାଷାରେ ଲିଖନ କରିଥାଏ ଏବଂ ଅନେକ ସ୍ୱରରେ ବ୍ୟାଖ୍ୟାନ କରିଥାଏ । ସାରା ଦେଶରେ ଗଭୀର ସମାବେଶିତାକୁ
ପ୍ରୋତ୍ସାହନ ପାଇଁ, ଆମ ଭାଷା, ଲୋକକଥା, ‘ମାର୍ଗ’ ଓ ‘ଦେଶୀ’ ପରମ୍ପରା ଏହି ଉତ୍ସବରେ ପ୍ରଦର୍ଶିତ ହେବ । ଅଞ୍ଚଳଗୁଡ଼ିକ
ସେମାନଙ୍କ ସ୍ଥାନ, ପ୍ରଦେଶ ଓ ମହାନଗର ସମେତ ନିଜସ୍ୱ ଗରିମା ବହନ କରିବେ । ବିଗତ ୭୫ ବର୍ଷ ଧରି, ଭାରତ ପ୍ରତ୍ୟେକ
କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି । ଏହି ମହୋତ୍ସବ ଆମର ସାମର୍ଥ୍ୟ ଓ ସୀମା, ଆହ୍ୱାନ ଓ ସୁଯୋଗଗୁଡ଼ିକ ଉପରେ ନିର୍ମାଣ
ହୋଇଛି । ବିତର୍କ ଓ ଆଲୋଚନା ମାଧ୍ୟମରେ ଏହିସବୁକୁ ସୁରୁଖୁରୁରେ ଅନ୍ୱେଷଣ କରାଯାଇ ପାରିବ, ଯାହା ଆମ ମାତୃଭୂମି, ରାଷ୍ଟ୍ର ପ୍ରତି
ଏକ ଶ୍ରଦ୍ଧାଞ୍ଜଳି ହୋଇପାରିବ ।
କଳିଙ୍ଗ ସାହିତ୍ୟ ମହୋତ୍ସବ (କେଏଲଏଫ) ଭାରତରେ ଅନ୍ୟତମ ଅଗ୍ରଣୀ ସାହିତି୍ୟକ ମଞ୍ଚ ଭାବେ ଉଭା ହୋଇଛି, ଯାହା ଉଭୟ
ଅଭିଜ୍ଞସମ୍ପନ୍ନ ତଥା ଯୁବ ସାହିତି୍ୟକଙ୍କୁ ଆକର୍ଷଣ କରିଛି । ପୂର୍ବ ସଂସ୍କରଣଠାରୁ ବଡ଼ ଏହି ଉତ୍ସବର ଅଷ୍ଟମ ସଂସ୍କରଣ ଜାତୀୟ ତଥା

ଅନ୍ତର୍ଜାତୀୟ ସ୍ତରର ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ୱମାନଙ୍କୁ ସାହିତ୍ୟ କ୍ଷେତ୍ରରେ ବିଭିନ୍ନ ବିଚାରରେ ସମାନତା ଅନ୍ୱେଷଣ,
ଆଲୋଚନା ଓ ବିତର୍କ ଆଦି ପାଇଁ ଏକଜୁଟ କରିବ । ଏହି ତିନିଦିନିଆ ମହୋତ୍ସବ ସାହିତ୍ୟ, ସ୍ୱାଧୀନତା, ଗଣତାନ୍ତ୍ରିକ ମୂଲ୍ୟବୋଧ,
ସାଂସ୍କୃତିକ ବିବିଧତା, ସାମାଜିକ ସମାନତା ମଧ୍ୟରେ ପାରସ୍ପରିକ ସଂଯୋଗର ଅନେକ ଦିଗକୁ ନେଇ ଆୟୋଜିତ ହେବ ।
ଅଧିବେଶନଗୁଡ଼ିକ ଗଣତନ୍ତ୍ର, ସାଂସ୍କୃତିକ ଜାତୀୟତା, ଯୁବପିଢ଼ି, ଭାରତୀୟ ଭାଷା, ପ୍ରକାଶନୀ ଶିଳ୍ପ, ପୌରାଣିକ କଥା, ଗଣମାଧ୍ୟମ,
ବଜାର, ଶିଶୁ, ମହିଳା, କିନ୍ନର, ନାଗରିକ ସହଭାଗିତା, ଚଳଚ୍ଚିତ୍ର, କ୍ରୀଡ଼ା, ନୀତିଶାସ୍ତ୍ର, ବିବେକ, ବିପ୍ଳବ, ଶାନ୍ତି ପ୍ରତିଷ୍ଠା, ସଂସ୍କଳ୍ପ
ଓ ସଦଭାବ ଆଦି ବିଷୟଗୁଡ଼ିକ ଉପରେ ରେଖାଙ୍କିତ କରିବ । ଏଥିସହ ଉତ୍ସବରେ ବିଷୟଗୁଡ଼ିକ ଉପରେ ଆଗ ଧାଡ଼ିର ବିଶେଷଜ୍ଞଙ୍କୁ ନେଇ
ସାମ୍ନାସାମ୍ନି ଆଲୋଚନା ଅଧିବେଶନ ଆଦି ଦେଖିବାକୁ ମିଳିବ । ମହୋତ୍ସବର ସାହିତି୍ୟକ ଉତ୍ସାହରେ ନୂଆ ସ୍ୱାଦ ଭରିବା ପୂର୍ବକ ଏକ
ଗଳ୍ପ ବ୍ୟାଖ୍ୟାନ ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବ ।
ଏତଦବ୍ୟତୀତ, ତିନିଦିନିଆ ମହୋତ୍ସବରେ ୩୦ରୁ ଅଧିକ ନୂଆ ପୁସ୍ତକ, ପ୍ରବନ୍ଧ ଆଦି ଉନ୍ମୋଚିତ ହେବ । କେଏଲଏଫର ପ୍ରତିନିଧି ଓ
ବକ୍ତାମାନେ ‘ମିଷ୍ଟିକ ୱାକ’ ନାମକ ‘ହେରିଟେଜ ୱାକ’ରେ ଅଂଶଗ୍ରହଣ ପାଇଁ ଅନନ୍ୟ ସୁଯୋଗ ପାଇବେ ଏବଂ ବୃକ୍ଷରୋପଣ ଓ ‘ମିଷ୍ଟିକ
ମିକ’ରେ ସାମିଲ ହୋଇପାରିବେ । ପ୍ରତିନିଧିମାନଙ୍କ ପାଇଁ ଆହୁରି ସୁଯୋଗ ବିସ୍ତାର ଲାଗି କେଏଲଏଫ ଟିମ ସ୍ଥାନୀୟ ସାଇକେଲ କ୍ଲବ ସହ
ସହଯୋଗିତା ସ୍ଥାପନ କରିଛି, ଯଦ୍ଦ୍ୱାରା ବକ୍ତାମାନେ ସାଇକେଲ ଦ୍ୱାରା ସମଗ୍ର ସ୍ମାର୍ଟ ସିଟି ବୁଲିପାରିବେ ଏବଂ ପ୍ରାଚୀନ ଐତିହ୍ୟ
ଓ ଆଧୁନିକ ସହରୀ ଯୋଜନାର ମିଶ୍ରଣର ଅନୁଭୂତି ସାଉଁଟି ପାରିବେ ।
ଏକ ଉତ୍ସର୍ଗକୃତ ମଞ୍ଚ, କଳିଙ୍ଗ କଳା ମହୋତ୍ସବ କଳାକାରମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ସୁଯୋଗ ପ୍ରଦାନ କରିବ,
ଯାହାଦ୍ୱାରା ସେମାନେ ନିଜ ପ୍ରତିଭା ପ୍ରଦର୍ଶନ କରିପାରିବେ ଏବଂ ମହୋତ୍ସବର ପ୍ରମୁଖ ବିଷୟବସ୍ତୁ ସହ ସେମାନଙ୍କ କଳାକୁ
ସଂଯୋଗ କରିପାରିବେ ।
ମହୋତ୍ସବ ଅବସରରେ ସାହିତ୍ୟ କ୍ଷେତ୍ରରେ ସମ୍ମାନଜନକ କଳିଙ୍ଗ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ ।
କେଏଲଏଫର ପ୍ରତିଷ୍ଠାତା ନିଦେ୍ର୍ଦଶକ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ପରିଡ଼ା କହିଛନ୍ତି, ‘‘ଅନ୍ତର୍ଜାତୀୟ ବୁକର ପୁରସ୍କାର ବିଜେତା
ଗୀତାଞ୍ଜଳି ଶ୍ରୀ ଆମ ଗହଣରେ ଉପସ୍ଥିତ ରହିବେ । ନୋବେଲ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀ ଏବଂ ଆହୁରି ଅନେକ
ଅନ୍ତର୍ଜାତୀୟ ତଥା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ ଏଠାରେ ପାଇବା ଆମ ପାଇଁ ସମ୍ମାନର ବିଷୟ । ସାହିତ୍ୟ
କ୍ଷେତ୍ରରେ ଜାରି ରହୁଥିବା ଆଲୋଚନାରେ ସୀତାକାନ୍ତ ମହାପାତ୍ର, ପ୍ରତିଭା ରାୟ, ରମାକାନ୍ତ ରଥ, ଜୟନ୍ତ ମହାପାତ୍ର, ସଞ୍ଜୀବ
ସାନ୍ୟାଲ, ରଞ୍ଜିତ ହୋସକୋଟେ, ରକ୍ଷାନ୍ଦ ଜଲିଲ, ଶେଖର ପାଠକ, ଦୟା ଦିଶାନାୟକେ, ରାଜେଶ ସିଂହ, ସଚ୍ଚିଦାନନ୍ଦ ଯୋଶୀ, ଅଳକା
ସରାଓଗି, ବ୍ୟୋମେଶ ଶୁକ୍ଳା, ଗୀତ ଚତୁର୍ବେଦୀ, ଗଗନ ଗିଲ, ସତ୍ୟ ବ୍ୟାସ, ପ୍ରବୀଣ କୁମାର, ହିନେ୍ଦାଲ ସେନଗୁପ୍ତା, ପ୍ରଭାତ ରଞ୍ଜନ,
ଅଶଘର ୱଜହଟ, ଦିବ୍ୟ ପ୍ରକାଶ ଦୁବେ, ନବତେଜ ସରନା, ଅକ୍ଷୟ ମୁକୁଲ ପ୍ରମୁଖଙ୍କ ଭଳି ଜୀବନ୍ତ କିମ୍ବଦନ୍ତୀ ଓ ଯୁବ ପ୍ରତିଷ୍ଠିତ
ବ୍ୟକ୍ତିତ୍ୱମାନେ ଯୋଗଦାନ କରିବେ । କେଏଲଏଫ କାର୍ଯ୍ୟକ୍ରମ ସର୍ବଦା ବିଭିନ୍ନ ଭାଷା ଏବଂ ସଂସ୍କୃତିରେ ନୂଆ ବିଚାରଧାରାକୁ
ଗୁରୁତ୍ୱ ଦେଇଥାଏ ଏବଂ ଏହି ମହୋତ୍ସବ ଭୂ-ରାଜନୀତି, ଇତିହାସ, ଧର୍ମ ଏବଂ ଆଧ୍ୟାତ୍ମିକତା, ପ୍ରବନ୍ଧ, କବିତା, ଜଳବାୟୁ, କୃଷି,
ଶିକ୍ଷା, ଶକ୍ତି, ଓ ଆହୁରି ଅନେକ ଯୁଗୋପଯୋଗୀ ପ୍ରସଙ୍ଗକୁ ନେଇ ଏକ ବ୍ୟାପକ ବଳୟ ପରିବ୍ୟାପ୍ତ କରିଥାଏ । ମହୋତ୍ସବରେ ବକ୍ତା
ଭାବେ ନେପାଳ, ଶ୍ରୀଲଙ୍କା, ଜାପାନ, ବ୍ରିଟେନ, ଇଟାଲୀ, ଦକ୍ଷିଣ ଆଫ୍ରିକା, ଅଷ୍ଟି୍ରଆରୁ ପ୍ରଶଂସିତ ଲେଖକମାନେ ଅଂଶଗ୍ରହଣ
କରିବେ ।’’
କେଏଲଏଫର ସଂଯୋଜକ ଶ୍ରୀଯୁକ୍ତ ଆଶୁତୋଷ କୁମାର ଠାକୁର କହିଛନ୍ତି, ‘‘କଳିଙ୍ଗ ସାହିତ୍ୟ ମହୋତ୍ସବ (କେଏଲଏଫ)ର ନବମ
ସଂସ୍କରଣ ଆଶା ଓ ଆଶାବାଦର ସଂକଳ୍ପ ନେଇ ଫେରିଛି । ଆମର ଏହି ପ୍ରତ୍ୟାବର୍ତ୍ତନ ନମନୀୟତା ଓ ଉତ୍ଥାନର ଉତ୍ସାହକୁ ବଖାଣୁଛି ।
ଆମେ ପୃଥିବୀର ଯେ କୌଣସି ସାହିତି୍ୟକ ଉତ୍ସବ ଭାବେ ପ୍ରତିଭାସମ୍ପନ୍ନ ଲେଖକଙ୍କୁ ପ୍ରସ୍ତୁତ କରିବା ଲାଗି ବିଶ୍ୱବ୍ୟାପୀ
ପ୍ରତିଭାମାନଙ୍କୁ ଏକଜୁଟ କରିଛୁ । ବାସ୍ତବିକ ଭାବେ ସମଗ୍ର ବିଶ୍ୱରୁ ସାହିତି୍ୟକ ଅଗ୍ରଦୂତମାନଙ୍କୁ ନେଇ ଚଳିତ ବର୍ଷର ସଂସ୍କରଣ
ବେଶ ଦର୍ଶନୀୟ ହେବ । ମନ୍ଦିରମାଳିନୀ ସହର ଭୁବନେଶ୍ୱରକୁ ସାହିତି୍ୟକ ଉତ୍ସାହର ଖୁସି ଫେରାଇ ଆଣିବା ଲାଗି ଆମେ ଅତ୍ୟନ୍ତ ଖୁସି

ଯୋଗଦେବାକୁ ଥିବା ବକ୍ତା- ଅଭୟ ମିଶ୍ର, ଅଜିତ ରାଏ, ଅଖିଳେଶ, ଅକ୍ଷୟ ମୁକୁଲ, ଅଳକା ସରାଓଗି, ଅନୁ ଚୌଧୁରୀ, ଅଶଘର ୱଜହଟ,
ଅଶ୍ୱିନ ସାଙ୍ଘି, ବାଲାଜୀ ଭିଟ୍ଟଲ, ବିମଲ ପ୍ରସାଦ, ଚିଙ୍କି ସିହ୍ନା, ଦୟା ଦିଶାନାୟକେ, ଦେବାଶିଷ ସାମନ୍ତରାୟ, ଦିବ୍ୟ ପ୍ରକଶ ଦୁବେ, ଡ.
ଦେବେନ୍ଦ୍ର କୁମାର ଦେବେଶ, ଡ. ଆଦ୍ୟାଶା ଦାସ, ଡ. ବୋଦ୍ଧିସତ୍ତ୍ୱ, ଡ. ଦ୍ୱାରିକା ପ୍ରସାଦ ୟୁନିୟାଲ, ଡା. ହିନେ୍ଦାଲ ସେନଗୁପ୍ତା,
ଡ. କେ ଏମ ଠାକୁର, ଡ. ପୀୟୂଷ ରୟ, ଡ. ସଞ୍ଜୀବ ଚୋପ୍ରା, ଫାରା ବଶିର, ଗଗନ ଗିଲ, ଗୀତ ଚତୁର୍ବେଦୀ, ଗୀତ ଶ୍ରୀ, ଗୀତାଞ୍ଜଳି ଶ୍ରୀ,
ଗୀତିକା କୋହଲି, ଗୌରହରି ଦାସ, ଜେ. ସାଇ ଦୀପକ, ଜଗି ମଙ୍ଗତ ପଣ୍ଡା, କେ. ସଚ୍ଚିଦାନନ୍ଦନ, କେ.ଆର. ମୀରା, କୈଳାସ ସତ୍ୟାର୍ଥୀ,
ଲଳିତ କୁମାର, ଲିପିକା ଭୂଷଣ, ମଧୁ କଙ୍କରିଆ, ମହେନ୍ଦ୍ର ମାଲାଙ୍ଗିଆ, ମିଲି ଅଶ୍ୱର୍ଯ୍ୟା, ମୀନାକ୍ଷୀ ଠାକୁର, ମୃଦୁଳା ଗର୍ଗ, ନବୀନ
ଚୌଧୁରୀ, ନବତେଜ ସରନା, ନୀଲାକ୍ଷୀ ସିଂହ, ପଙ୍କଜ ଚତୁର୍ବେଦୀ, ପାରମିତା ଶତପଥୀ, ପେରୁମାଲ ମୁରୁଗାନ, ପୀୟୂଷ ପାଣ୍ଡେ, ପୁନମ
ଭାସମ, ପ୍ରଭାତ ରଞ୍ଜନ, ପ୍ରଦୀପ ବୈଶାଖ, ପ୍ରତିଭା ରାୟ, ପ୍ରବୀଣ କୁମାର, ପେମଙ୍କା ଗୋସ୍ୱାମୀ, ପ୍ରୀତି ଝା, ରାଜେଶ ସିଂହ,
ରକ୍ଷାନ୍ଦ ଜଲିଲ, ରମା ଶଙ୍କର ସିଂହ, ରମାକାନ୍ତ ରଥ, ରଞ୍ଜନା ନିରୌଲା, ରଞ୍ଜିତ ହୋସକୋଟେ, ରଶିଦ କିଦୱାଇ, ରବି
ଭେଙ୍କଟେଶନ, ରେଣୁ କୌଲ ବର୍ମା, ରିଚାର୍ଡ ମହାପାତ୍ର, ରିଷଭ ସି. କୋଠାରି, ସବିନ ଇକବାଲ, ସଚ୍ଚିଦାନନ୍ଦ ଯୋଶୀ, ସଚ୍ଚିଦାନନ୍ଦ
ମହାନ୍ତି, ସଞ୍ଜୀବ ସାନ୍ୟାଲ, ସତୀଶ ପଦ୍ମନାଭନ, ସତ୍ୟ ବ୍ୟାସ, ସତ୍ୟାର୍ଥ ନାୟକ, ସୌରଭ ଦ୍ୱିବେଦୀ, ଶାଲିନୀ ପି ସୱକର, ଶେଖର
ପାଠକ, ସିଦ୍ଧାନ୍ତ ମହାପାତ୍ର, ସିଦ୍ଧାନ୍ତ ମହାପାତ୍ର, ସୀତାକାନ୍ତ ମହାପାତ୍ର, ସୌମ୍ୟ ପି ସୱକର, ଶ୍ରୀନିବାସ ମୂର୍ତ୍ତି ଏନ.ଏସ.
ସୁଧାଂଶୁ କୌଶିକ, ସୁଜାତା ମହାପାତ୍ର, ସୁଜାତା ପ୍ରସାଦ, ସୁମିତ ଶର୍ମା ସମୀର, ସ୍ୱସ୍ତିକ ଚୌଧୁରୀ, ସ୍ୱାତି ଚୋପ୍ରା, ତି୍ରପୁରାରି
ଶରନ, ତ୍ରିଶା ଦା ନିୟୋଗି, ଉର୍ମିଳା ଶିରିଶ, ବୈଶାଳୀ ମାଥୁର, ବ୍ୟୋମେଶ ଶୁକ୍ଳା, ୟତିଶ କୁମାର, ଜରିନ ବିରଜୀ ।
କଳିଙ୍ଗ କଳା ମହୋତ୍ସବ, ଏକ ସ୍ୱତନ୍ତ୍ର କଳା କ୍ଷେତ୍ର ଯାହାକୁ ଯୁଗୋପଯୋଗୀ କଳାକାରଙ୍କ ସର୍ବୋକ୍ରୃଷ୍ଟ ସୃଷ୍ଟିକୁ ପ୍ରଦର୍ଶନ
ଲାଗି ଡିଜାଇନ କରାଯାଇଛି । ଏହାର ପଞ୍ଚମ ବର୍ଷରେ କଳା ମହୋତ୍ସବ ଭୁବନେଶ୍ୱର, ଓଡ଼ିଶା ଓ ଜାତୀୟ ରାଜଧାନୀରୁ ଯୁବ ପୁରୁଷ ଓ
ମହିଳା କଳାକାରମାନଙ୍କୁ ଆକୃଷ୍ଟ କରୁଛି । କଳିଙ୍ଗ କଳା ମହୋତ୍ସବରେ ୧୦୦ରୁ ଊଦ୍ଧ୍ୱର୍ କଳାକାର ସାମିଲ ହେବେ ।
ତିନିଦିନିଆ କାର୍ଯ୍ୟକ୍ରମର ପ୍ରତ୍ୟେକ ଦିନରେ ଭାରତର କଳା, ସଂସ୍କୃତି ଓ ସାହିତ୍ୟକୁ ପ୍ରଦର୍ଶନ କରିବା ପାଇଁ ଏକ ସାଂସ୍କୃତିକ
କାର୍ଯ୍ୟକ୍ରମ ଆୟୋଜନ କରାଯିବ । ମହୋତ୍ସବର ଉଦଘାଟନୀ ଦିବସରେ ବିଭିନ୍ନ ଶ୍ରେଣୀରେ ୨୬ ଜଣ ଲେଖକ କେଏଲଏଫ ବୁକ
ଆୱାର୍ଡସ ୨୦୨୨ ଗ୍ରହଣ କରିବେ । ମହୋତ୍ସବର ଏବିପି ଲାଇଭ ଡିଜିଟାଲ ମିଡିଆ ପାର୍ଟନର ହୋଇଥିବା ବେଳେ ଦୈନିକ ଜାଗରଣ
ହିନ୍ଦୀ ସମ୍ବାଦପତ୍ର ପାର୍ଟନର, ଆଉଟଲୁକ ମାଗାଜିନ ମାଗାଜିନ ପାର୍ଟନର, ଆର ଭି ୟୁନିଭର୍ସିଟି ନଲେଜ ପାର୍ଟନର ରହିଛି ।
କଳିଙ୍ଗ ସାହିତ୍ୟ ମହୋତ୍ସବ ସମ୍ପର୍କରେ
ବାର୍ଷିକ କଳିଙ୍ଗ ସାହିତ୍ୟ ମହୋତ୍ସବ ଭାରତର ସୃଜନାତ୍ମକ ଭାବନାର ଉତ୍ସବ ପାଳନ କରୁଛି ଏବଂ ସାହିତି୍ୟକ ବିବିଧତାର ଉତ୍ସବ
ମନାଉଛି, ଯାହା ଏହାକୁ ଓଡ଼ିଶା ତଥା ଭାରତର ଆଭ୍ୟନ୍ତର ଓ ବାହ୍ୟ ସାହିତ୍ୟରେ ସର୍ବୋକ୍ରୃଷ୍ଟ ବ୍ୟକ୍ତିତ୍ୱମାନଙ୍କ ସହ ଆଲୋଚନା
ପାଇଁ ସୁଯୋଗ ପ୍ରଦାନ କରୁଛି । ଶିକ୍ଷାବିତ, ଲେଖକ, ରାଜନୈତିକ ତଥା ସାମାଜିକ କାର୍ଯ୍ୟକର୍ତ୍ତା, ଆଇନ ପ୍ରଣେତା, ସରକାରୀ
ଅଧିକାରୀ, କର୍ପୋରେଟ ନେତୃବୃନ୍ଦ, ଛାତ୍ରଛାତ୍ରୀ ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରର ଲୋକ ଉତ୍ସବର ଜୀବନ୍ତ ବାତାବରଣରେ
ନିଜକୁ ହଜାଇ ଦିଅନ୍ତି ଏବଂ ନିଜ ରୁଚିର ଲେଖକ ଓ କୃତି ଉପରେ ମତ ବିନିମୟ କରିଥାନ୍ତି । ମିଷ୍ଟିକ କଳିଙ୍ଗ ମହୋତ୍ସବ ଭାରତର
ସାଂସ୍କୃତିକ କ୍ୟାଲେଣ୍ଡରରେ ଏକ ବାର୍ଷିକ ପ୍ରମୁଖ କାର୍ଯ୍ୟକ୍ରମ ରୂପରେ ଉଭା ହୋଇଛି ଏବଂ ଆମ ଧ୍ୟାନ ସାହିତ୍ୟ ସହିତ ପ୍ରଣୟକୁ
ପୁନଃ ଉଜାଗର ତଥା ବିଶେଷ ଭାବେ ଯୁବପିଢ଼ିଙ୍କଠାରେ ପଢ଼ିବା ଓ ଲେଖିବା ଅଭ୍ୟାସକୁ ନୂଆ ବଳ ଦେଇଥାଏ । ଏହା ଏକ ବୈଶ୍ୱିକ
ଆକର୍ଷଣ ସହିତ ଏକ ରାଷ୍ଟ୍ରୀୟ ମଞ୍ଚ ପ୍ରଦାନ କରୁଛି ଏବଂ ଇଂରାଜୀ ଓ ଅନ୍ୟ ଭାରତୀୟ ଆଞ୍ଚଳିକ ଭାଷାଗୁଡ଼ିକରେ ସାହିତ୍ୟ ମଧ୍ୟରେ
ଥିବା ବ୍ୟବଧାନକୁ ସଂକୁଚିତ କରୁଛି ।