ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ : Ommtv

ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ : Ommtv

ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ : Ommtv

କରଂଜିଆ: ପାଂଚପୀଢ ଉପଖଣ୍ଡର ଏକମାତ୍ର ଡିପ୍ଲୋମା ଇଂଜିନିୟରିଂ ଶିକ୍ଷାନୁଷ୍ଠାନ ଏସ୍‌ଏସ୍‌ଆଇଟି ପଲିଟେକନିକରେ କରଂଜିଆ ପୋଲିସ୍‌ର ଆହ୍ବାନକ୍ରମେ ଏକ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଇଂ ମାନସ କୁମାର ବାସ୍କେଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି କରଂଜିଆ ଥାନାର ଥାନାଧିକାରୀ ସୁଚନ୍ଦ୍ର ମହାଳିକ ସାଇବର ସୁରକ୍ଷା ଅଭିଯାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ସଚେତନତା କରାଇଥିଲେ। ସ୍ମାର୍ଟଫୋନର ଦୂରୁପୋଯୋଗ ଯୋଗୁଁ ହିଁ ସାଇବର ଠକେଇ ବଢିଚାଲିଛି ବୋଲି ମତବ୍ୟକ୍ତ କରିଥିଲେ। ରାଜ୍ୟବ୍ୟାପୀ ଚାଲିଥିବା ଉକ୍ତ ଅଭିଯାନର ଏକ ରଥ ମଧ୍ୟ ଆଗାମୀ ୧୦ ଅକ୍ଟୋବରରେ କରଂଜିଆରେ ପହଂଚିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଥିଲେ। ଏଥି ସହିତ ସଚେତନତା ରଥକୁ ସ୍ବାଗତ କରିବା ଲାଗି ବହୁ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ଯୋଗଦେବାକୁ ଆହ୍ବାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ କରଂଜିଆ ପୋଲିସ୍‌ର ଅନ୍ୟ କର୍ମଚାରୀଙ୍କ ସମେତ ସମସ୍ତ ବିଭାଗର ମୁଖ୍ୟ ଇଂ ଯୁଧିଷ୍ଠିର ମହାନ୍ତ,ଇଂ ସୁଶାନ୍ତ କୁମାର ମହାନ୍ତ, ଇଂ ବିଜୟିନୀ ମହାନ୍ତ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ମଧ୍ୟ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ଅଧ୍ୟାପକ ଇଂ ସତ୍ୟନାରାୟଣ ମାଝୀ ଓ ଇଂ ଉତ୍ତମ କୁମାର ନାଏକ ପରିଚାଳନା କରିଥିଲେ। ମୟୂରଭଞ୍ଜ ଯଶିପୁର ରୁ ନୀହାର ରଞ୍ଜନ ମହାନ୍ତ ଓମ୍ ଟିଭି