ଅର୍ଥନୀତି ବିଭାଗର ସ୍ୱାଗତ ଉତ୍ସବ : Ommtv

ଅର୍ଥନୀତି ବିଭାଗର ସ୍ୱାଗତ ଉତ୍ସବ

ଅର୍ଥନୀତି ବିଭାଗର ସ୍ୱାଗତ ଉତ୍ସବ : Ommtv

ଅର୍ଥନୀତି ବିଭାଗର ସ୍ୱାଗତ ଉତ୍ସବ : Ommtv

 ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ପକ୍ଷରୁ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଛି l ବିଭାଗର ମୁଖ୍ୟ ହରମୋହନ ସାହୁଙ୍କ ପୌରହିତ୍ୟରେ 7 ତାରିଖ ଶନିବାର ଦିନ ଅନୁଷ୍ଠିତ ସ୍ୱାଗତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ସାହୁ ମୁଖ୍ୟ ଅତିଥିରୂପେ ଯୋଗଦେଇ ମହାବିଦ୍ୟାଳୟର ଗାରିମାକୁ ମନେ ପକାଇ ମହାବିଦ୍ୟାଳୟ ଗୌରବକୁ ଅକ୍ଷୁର୍ଣ୍ଣ ରଖିବାକୁ ହେଲେ ଛାତ୍ର ଛାତ୍ରୀ ମାନେ ଶିକ୍ଷାପ୍ରତି ଅଧିକ ସଚେତନ ହେବା ଆବଶ୍ୟକ ବୋଲି ମତ ପୋଷଣ କରିଥିଲେ l ବିଭାଗର ଅଧ୍ୟାପିକା ଶିଖା ସିଆଲ ଉତ୍ସବର ଉଦେଶ୍ୟ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ l ଶେଷବର୍ଷ ଓ ଦ୍ୱିତୀୟ ବର୍ଷର ଛାତ୍ର ଛାତ୍ରୀ ମାନେ ତାଙ୍କର ସାନ ଭାଇ ଭଉଣୀ ମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନକରି ସ୍ୱାଗତ କରିଥିଲେ l ଉତ୍ସବରେ ଅତିଥି ମାନଙ୍କ ମଧ୍ୟରେ ଅଧ୍ୟାପକ ବିମଳ ପ୍ରଧାନ, ଅକ୍ଷୟ କୁମାର ପାତ୍ର,ଡ଼. କିଶୋର କୁମାର ପୃଷ୍ଟି, ଡ଼. ମହେନ୍ଦ୍ର କୁମାର ସ୍ୱାଇଁ, ଅଧ୍ୟାପିକା ଶୁଭସ୍ମିତା ବେହେରା ଓ କାର୍ଯ୍ୟାଳୟ ବରିଷ୍ଠ କର୍ମଚାରୀ ମଙ୍ଗରାଜ ପ୍ରଧାନ ଯୋଗଦେଇ ଛାତ୍ର ଛାତ୍ରୀଙ୍କର ଉଜ୍ବଳମୟ ଭବିଷ୍ୟତ ଗଠନ ଦିଗରେ ଉପଦେଶ ମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ l