‘ସୁରକ୍ଷା ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ’ : Ommtv

Surakhya

‘ସୁରକ୍ଷା ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ’ : Ommtv
‘ସୁରକ୍ଷା ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ’ : Ommtv
:, ରାଜଧାନୀର ଅନ୍ୟତମ ଅଗ୍ରଣୀ: ସ୍ୱେଚ୍ଛାସେବୀ ସଂଗଠନ “ସୁରକ୍ଷା” ପକ୍ଷରୁ
ଏବଂ କ୍ୟାପିଟାଲ ଶୋଭନୀୟ ଶିକ୍ଷାଶ୍ରମ ମିଳିତ ସହଯୋଗରେ ଆଜି ପୂର୍ବାହ୍ନରେ ଆଶ୍ରମ ପରିସରରେ
ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସ୍ତମ୍ଭାକାର ତଥା “ସୁରକ୍ଷା” ଉପଦେଷ୍ଟା ଶ୍ରୀ
ସୁଧାଂଶୁ ମହାପାତ୍ର ଯୋଗଦେଇ ଏହାକୁ ଉଦ୍‌ଘାଟନ କରି କହିଥିଲେ ଯେ, ଜଳ ହିଁ ଜୀବନ । ଆମେ
ସମସ୍ତେ ଏହାର ସଠିକ ଉପଯୋଗକୁ ଗୁରୁତ୍ୱଦେବା ଆବଶ୍ୟକ ।
ରାଜଧାନୀ ଶୋଭନୀୟ ଶିକ୍ଷାଶ୍ରମର ପ୍ରଧାନ ଗୁରୁମା ମମତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
ଏହି କାର୍ଯ୍ୟକ୍ରମରେ “ସୁରକ୍ଷା”ର ନିର୍ଦ୍ଦେଶିକା ଶ୍ରିମତୀ ମିଲି ରଣା ସ୍ୱାଗତ ଭାଷଣ ଦେଇଥିବା ବେଳେ
ସମ୍ପାଦକ କେଶବ ରଣା, ଶିକ୍ଷାବିତ୍ ପ୍ରଶାନ୍ତ କୁମାର ଦାଶ, “ସୁରକ୍ଷା” କୋଷାଧ୍ୟକ୍ଷ ପଦ୍ମଲୋଚନ ସାହୁ,
ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜଳ ସଂରକ୍ଷଣ ଉପରେ ବିସ୍ତୃତ ଭାବେ ଆଲୋକପାତ
କରିଥିଲେ ।
ଏହି ଅବସରରେ ବୁଦ୍ଧପାର୍କ ଛକ ଠାରୁ, ଲୁମ୍ବିନି ବିହାର ପୋଖରୀ ସୁରକ୍ଷା ନିମନ୍ତେ ଏକ
ସଚେତନତା ଶୋଭାଯାତ୍ରା ସମଗ୍ର ନିଳାଦ୍ରୀ ବିହାର ଓ ଲୁମ୍ବିନି ବିହାର ଅଞ୍ଚଳ ପରିକ୍ରମା କରି ସ୍ଥାନିୟ
ଶୋଭନୀୟ ଶିକ୍ଷାଶ୍ରମଠାରେ ପହଞ୍ଚିଥିଲେ । ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ
ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ “ସୁରକ୍ଷା”ର ବରିଷ୍ଠ ସଭ୍ୟ ବିଚିତ୍ରାନନ୍ଦ
ରାଉତରାୟ, ସୁକାନ୍ତ ଗିରି, ରାମ ବେହେରା, ପପୁ ଶୋଭନୀୟ ଶିକ୍ଷାଶ୍ରମର ଗୁରୁମା ହରପ୍ରିୟା ମହାନ୍ତି,
ସୁଲଗ୍ନା ପାଢ଼ି, ସରୋଜିନି ବିଶ୍ୱାଳ, ମଧୁସ୍ମିତା ପ୍ରଧାନ, ପ୍ରମୁଖ ଯୋଗ ଦାନ କରି କାର୍ଯ୍ୟକ୍ରମଟିକୁ ସଫଳ
ମଣ୍ଡିତ କରିଥିଲେ ।