ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ : Ommtv

ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ : Ommtv

ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ : Ommtv

ଭୁବନେଶ୍ୱର, ୨୬/୧୦: ଆମ୍ବେଦକର ଇରନ୍ୟାସନାଲ ସେର ଓଡିଶା ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ
କନ୍‌ଷ୍ଟିଚ୍ୟୁସନ୍ କ୍ଲବ ଅଫ୍ ଇଣ୍ଡିଆ ଠାରେ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅବସର ପ୍ରାପ୍ତ
ଆଇପିଏସ୍ ଗୋପବନ୍ଧୁ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମ ପର୍ଯ୍ୟାୟର ମୁଖ୍ୟ ଅତିଥିô
ଭାବେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମବୀ ଶ୍ରୀ ରାମ ଦାସ ଅଥାୱାଲେ, ବିଶିଷ୍ଟ ଅତିଥି ଭାବେ
ସ୍ମାରକୀ ର୍କୃପକ୍ଷର ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ଦାସ, କର୍ଣ୍ଣେଲ ଏମ୍ ଏସ୍ କୌଶିକ, ଓ ସ୧ାନୀତ
ଅତିଥି ଭାବେ ଓ.ପି ଯାଦବ ଯୋଗଦେଇଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଉଦ୍‌ଘାଟକ ଭାବେ
ପୂର୍ବତନ କେନ୍ଦ୍ର ମବୀ ପ୍ରଫେସର ସଞ୍ଜୟ ପାଶୱାନ, ମୁଖ୍ୟ ଅତିଥି ଭାବେ ପୂର୍ବତନ ଡିଜିପି ଶ୍ରୀ ଅନିଲ
ଅଗ୍ରୱାଲ, ସ୧ାନୀତ ଅତିଥି ଭାବେ ଓୟୁଏଟିର ପୂର୍ବତନ ଡିନ୍ ଡ. ବାସୁଦେବ ମିଶ୍ର, ଷ୍ଟେଟ୍ ବ୍ୟାଙ୍କ ଏସ୍‌ଟି.
ଏସସି କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଜୟ ଭଗବାନ ଓ ନୃସିଂହ ନାଥ ନନ୍ଦ ପ୍ରମୁଖ
ଯୋଗଦେଇଥିଲେ । ଅଧ୍ୟକ୍ଷ କାଳିଚରଣ ସିଂ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ
ଦେଇଥିଲେ । ଏହି ଅବସରରେ ଗୋପବନ୍ଧୁ ମଲ୍ଲିକ ଏବଂ ସୌମ୍ୟା ଶର୍ମିଷ୍ଠାଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକ ବାବା
ସାହେବ ଆମ୍ବେଦକର ଆନ୍ ଆଇକନିକ୍ ସୋସିଆଲ ରିଫର୍ମର ଓ ଡକ୍ଟର ବି ଆର୍ ଆମ୍ବେଦକର ଦ ଚିଫ୍‌
ଆର୍କେଟେକ ଅଫ୍ ଇଣ୍ଡିଆନ କନ୍‌ଷ୍ଟିଚ୍ୟୁସନ୍ ଏବଂ ରଶ୍ମୀ ରାଉଳଙ୍କ ରଚିତ ଏଖାନେ ଏକ୍‌ଟି ଗ୍ରାମ୍ ଛିଲ ପୁସ୍ତକ
ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଶିକ୍ଷାବିତ୍ ସୁଶାନ୍ତ ଦାସ ପୁସ୍ତକ ସମୀକ୍ଷା କରିବା ସହିତ
ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ଭୁବନେଶ୍ୱରର ଓ ନୂଆଦିଲ୍ଲୀରେ ରହୁଥିବା ବହୁ ଓଡିଆ
ଯୋଗଦାନ କରିଥିଲେ ।