OMM TV ଚିତ୍ରଶିଳ୍ପୀ ପଞ୍ଚାନନ ସାମଲଙ୍କ ପି.ଏଚ.ଡି ଲାଭ

PHD

OMM TV ଚିତ୍ରଶିଳ୍ପୀ ପଞ୍ଚାନନ ସାମଲଙ୍କ ପି.ଏଚ.ଡି ଲାଭ
OMM TV ଚିତ୍ରଶିଳ୍ପୀ ପଞ୍ଚାନନ ସାମଲଙ୍କ ପି.ଏଚ.ଡି ଲାଭ
: ପ୍ରଥିତଯଶା ଚିତ୍ରଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ପଞ୍ଚାନନ ସାମଲ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରୁ ସମ୍ମାନ ଜନକ ପି.ଏଚ.ଡି ଲାଭ କରିଛନ୍ତି I ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରୁ ଚିତ୍ରକଳା ବିଭାଗର ପ୍ରାଧ୍ୟାପକ ଡଃ ଚକ୍ରଧର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରସ୍ତୁତ ସନ୍ଦର୍ଭ : “ଆନ ଏକ୍ସପ୍ଲୋରେଟୋରୀ ଷ୍ଟଡି ଅନ ଏପଲିକ ୱାକ୍ସ ଅଫ ପିପିଲି : ଚେଞ୍ଜିଙ୍ଗ ଡାଇମେନସନ ଟୁ ଓଡ଼ିଶା ହାଣ୍ଡିକ୍ରାଫ୍ଟ୍ସ ଆଣ୍ଡ କଲଚର”, ଆଦିବାସୀ ଭାଷା ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ପ୍ରଫେସର ଏ.ସି. ସାହୁ ଏବଂ ବିଶିଷ୍ଟ କଳା ଐତିହାସିକ, ବି.କେ. ଆର୍ଟ କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ବିଶ୍ୱବିଦ୍ୟାଳୟ ଦୃଶ୍ୟକଳା ଅଧ୍ୟୟନ କମିଟିର ଅଧ୍ୟକ୍ଷ ଡଃ. ଅଲେଖ ଚନ୍ଦ୍ର ସାହୁଙ୍କ ଦ୍ଵାରା ପରୀକ୍ଷିତ ଓ ଉଚ୍ଚ ପ୍ରଶଂସିତ ହୋଇଛନ୍ତି I ପିତା ସ୍ଵର୍ଗତ ତରଣୀ କାନ୍ତ ସାମଲ, ମାତା ହରିପ୍ରିୟା ସାମଲଙ୍କ ସୁପୁତ୍ର ଶ୍ରୀ ସାମଲ ତାଙ୍କର ଏହି ସଫଳତା ପାଇଁ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କର୍ତ୍ତୃପକ୍ଷ, ଅଧ୍ୟାପକ ଡଃ. ଆଶିଷ ମହାପାତ୍ର, ବରିଷ୍ଠ ଶିଳ୍ପୀ ଶରତ ଚନ୍ଦ୍ର ମହାନ୍ତି, ପିପିଲି ଓ ପୁରୀର ସମସ୍ତ ଚାନ୍ଦୁଆ ଶିଳ୍ପୀ ତଥା ପରିବାର ବର୍ଗ ଓ ଶୁଭେଛୁଙ୍କ ନିକଟରେ ଧନ୍ୟବାଦ ଅର୍ପଣ କରିଛନ୍ତି I #Ommtv #Omtv #art #PhD #NBPC #Kalingacinearts #panchananasamal