ଜୀବନ ବିନ୍ଦୁ : Ommtv

Jeevan Bindu

ଜୀବନ ବିନ୍ଦୁ : Ommtv
ଜୀବନ ବିନ୍ଦୁ : Ommtv
OMM TV ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ରେ ଅନୁପ୍ରାଣିତ ହୋଇ, ଭୂମିପୁତ୍ର ଶ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ କରି ନିରାଡମ୍ବର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ, ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ,ଓଡ଼ିଶା ମୋ ପରିବାର ର ଜୀବନ ବିନ୍ଦୁ ଆନୁକୁଲ୍ୟରେ, ଏପ୍ରିଲ ୧୩ ତାରିଖ ତଥା ରାଜଧାନୀ ପ୍ରତିଷ୍ଠା ଦିବସ ଠାରୁ ବିଜୁ ବାବୁ ଙ୍କ ଶ୍ରାଦ୍ଧ ଦିବସ ପର୍ଯ୍ୟନ୍ତ ଏକ ୫ ଦିନ ବ୍ୟାପୀ ରକ୍ତଦାନ ଶିବିର ଆରମ୍ଭ କରିଛନ୍ତି। ଆସନ୍ତା ଏପ୍ରିଲ ୧୭ ତାରିଖ ଦିନ ବିଜୁବାବୁଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକୀ ଯାଏ, ଭୁବନେଶ୍ୱର ର କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ବ୍ୟାଙ୍କ୍ ଠାରେ କ୍ୟାମ୍ପ ଗୁଡିକ ଅନୁଷ୍ଠିତ ହେବ। ପ୍ରଥମ ଦିନରେ ଜୟ ଓଡ଼ିଶାର ସ୍ବେଚ୍ଛାସେବୀ ସଦସ୍ୟ ମାନେ ରକ୍ତଦାନ କରିଥିବା ବେଳେ ଆଗାମୀ ୪ଦିନରେ ଆହୁରି ଅନେକ ରକ୍ତଦାତା ଯୋଗ ଦେବେ ବୋଲି ଆଶା କରାଯାଉଛି । ସାଧାରଣତଃ ପ୍ରଚଣ୍ଡ ଖରା କାରଣରୁ ଗ୍ରୀଷ୍ମ ସମୟରେ ରକ୍ତ ସଂଗ୍ରହ କମିଯାଇଥାଏ, ସେହି ପରିସ୍ଥିତିକୁ ଦୃଷ୍ଟିରେ ରଖି ରକ୍ତ ସଙ୍କଟକୁ କିଛି ମାତ୍ରାରେ ଦୂର କରିବା ଓ ସମସ୍ତଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିବା ନିମନ୍ତେ ଏହା ଏକ କ୍ଷୁଦ୍ର ପ୍ରୟାସ ଅଟେ। କ୍ୟାପିଟାଲ ବ୍ଲଡ଼ ବ୍ୟାଙ୍କ ଅଫିସର ଡଃ ଦେବାଶିଷ ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଜଣାଇବା ସହିତ ବିଶେଷ ଭାବରେ ଗ୍ରୀଷ୍ମ ସମୟରେ ରକ୍ତଦାନ କରି ଏହି ମହତ୍ କାର୍ଯ୍ୟରେ ଯୋଗ ଦେବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ।
କୌଣସି ସମୟରେ କୌଣସି ବ୍ୟକ୍ତି ରକ୍ତାଭାବ ର ସମ୍ମୁଖୀନ ନହୁଅନ୍ତୁ, ସେଥିପାଇଁ ଆମ ମୁଖ୍ୟମନ୍ତ୍ରୀ ସବୁବେଳେ ଚେଷ୍ଟିତ ଥାଆନ୍ତି। ସାଧାରଣତଃ ପ୍ରତିଦିନ ହସ୍ପିଟାଲ ମାନଙ୍କରେ, ଥାଲାସେମିଆ ଓ କ୍ୟାନ୍ସର ତଥା ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିରେ ପ୍ରାୟ ୩୦-୪୦ ୟୁନିଟ୍ ର ରକ୍ତ ଦରକାର ହୋଇଥାଏ। ଏହି ଆବଶ୍ୟକତାକୁ କିଛି ମାତ୍ରାରେ ପୂରଣ କରିବାକୁ ଆଗାମୀ ଦିନରେ ମଧ୍ୟ ଏହି ଭଳି ଛୋଟ ଛୋଟ କ୍ୟାମ୍ପ ଆୟୋଜିତ ହେବା ବୋଲି ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ କହିଥିବା ବେଳେ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ ଭଳି ପୁଣ୍ୟ କରି ଅନେକ ଙ୍କ ଜୀବନ ବଞ୍ଚାଇବା ନିମନ୍ତେ ସମସ୍ତ ଯୁବାବର୍ଗ ଙ୍କୁ ଉତ୍ସାହିତ କରିଛନ୍ତି। #Odisha #BJD #Naveepattnaik #CMOdisha #india #OdishaMoParivar #OmmTv #NBPC #Kalingacinearts