ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ : Ommtv

On behalf of Hindu Senior Citizen Forum

ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ : Ommtv

ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ : Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ)ଢେଙ୍କାନାଳ ବରିଷ୍ଠ ନାଗରିକ ପରିଷଦ ସଭାପତି ଅବସରପ୍ରାପ୍ତ ଜିଲ୍ଲା ଜଜ ଦୁର୍ଗା ଚରଣ ମିଶ୍ର ଙ୍କ ନିର୍ଦ୍ଦେଶକ୍ରମେ ଆଜି 10 ଟା ସମୟରେ ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସଭାପତି ଶ୍ରୀ ଶ୍ରୀନିବାସ ମିଶ୍ର ଙ୍କ ସଭାପତିତ୍ବରେ କାର୍ଯ୍ୟକାରିଣୀ ବୈଠକ ରାସୋଳ ବାଙ୍କଟିଆ ସ୍ଥିତ ଗଣେଶ୍ଵର କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନ କୁ ସୁଦୃଢ କରିବା ପାଇଁ ବ୍ଲକ୍ ର ସମସ୍ତ 35 ଗୋଟି ପଞ୍ଚାୟତ ମଧ୍ୟରୁ ଜଣେ ଲେଖାଏଁ ସଂଯୋଜକ ମେ 24 ପୂର୍ବରୁ ସଙ୍ଗଠିତ କରି ଜୁନ 15 ସୁଦ୍ଧା ମଞ୍ଚର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ବୈଠକ ରେ ସାଧାରଣ ସମ୍ପାଦକ ବ୍ରହ୍ମାନନ୍ଦ ପ୍ରଧାନ, ସଂଗଠନ ସମ୍ପାଦକ ବିନୟ କୁମାର ସାମଲ, ତୁଷାରକାନ୍ତ ମିଶ୍ର, କର୍ଯ୍ୟକାରୀ ସଦସ୍ୟ ରବି ନାରାୟଣ ପତି, ଲଲିତ କୁମାର ଧର, ଲକ୍ଷ୍ମୀଧର ସାହୁ, ସତ୍ୟଭାମା ମିଶ୍ର, ମହେଶ୍ଵର ସାମଲ, ମନ୍ଦର ଧର ସାମଲ,ପ୍ରଫେସର ରମେଶ ଚନ୍ଦ୍ର ସାହୁ ପ୍ରମୂଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଂଯୋଜକ ରତିକାନ୍ତ ଗଡନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। #Ommtv #Omtv #KalingaCineArts #NBPC #Dhenkanal #Hindol