ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ଉଦ୍‍ଯାପିତ : Ommtv

ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ଉଦ୍‍ଯାପିତ

ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ଉଦ୍‍ଯାପିତ : Ommtv
ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ଉଦ୍‍ଯାପିତ : Ommtv
ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ
: କିଟରେ ୩ ଦିନ ଧରି ଚାଲିଥିବା ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି । ଏହି ଅବସରରେ ଭାରତୀୟ ଅର୍ଥନୀତି ପକ୍ଷରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନୀତ କରାଯାଇଛି । ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି । ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଯୋଜନା ଆୟୋଗର ପ୍ରାକ୍ତନ ଉପାଧ୍ୟକ୍ଷ ଡ. ମଣ୍ଟେକ ସିଂହ ଆଲୁୱାଲିଆ କହିଲେ, ସ୍ଥିର ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ ।
ବର୍ତ୍ତମାନ ସମୟରେ ଆସନ୍ତା ୨୫ବର୍ଷ ପାଇଁ ଭାରତର ବାର୍ଷିକ ଅଭିବୃଦ୍ଧି ହାର ୭.୫ ପ୍ରତିଶତରୁ ୮ ପ୍ରତିଶତ ମଧ୍ୟରେ ରହିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ । ଅଭିବୃଦ୍ଧିର ସଂଖ୍ୟା ଓ ଗୁଣାତ୍ମକ ମାନ ବଜାୟ ଉପରେ ଡ. ସିଂହ ରେଖାପାତ କରିଥିଲେ ।
ଭିଆଇଟିର କୁଳାଧିପତି ଡ. ଜି ବିଶ୍ୱନାଥନ୍‍ ନିଜ ବକ୍ତବ୍ୟରେ ଅର୍ଥନୈତିକ ଅସମାନତା ନେଇ ଚିନ୍ତା ପ୍ରକଟ କରିବା ସହ ଭାରତର ପ୍ରଗତି ସହ ପ୍ରଗତିଶୀଳ ଦେଶର ଅଭିବୃଦ୍ଧିକୁ ତୁଳନା ନେଇ ଗବେଷଣା ଉପରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଞ୍ଚିସ୍ଥିତ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟର କୁଳପତି ତଥା ଭାରତୀୟ ଅର୍ଥନୀତି ସଂଘର ସହଯୋଗୀ ସଭାପତି ତପନ କୁମାର ସାଣ୍ଡିଲ୍ୟ, ଚେନ୍ନାଇସ୍ଥିତ ଭିଇଏଲ୍‍ଏସ୍‍ ବିଶ୍ୱବିଦ୍ୟାଳୟର ଉପକୁୁଳାଧିପତି ତଥା ସଂଘର ଉପସଭାପତି ଏ ଜ୍ୟୋଥି ମୁର୍ଗାନ, ଭାରତୀୟ ଅର୍ଥନୀତି ସଂଘର ଉପସଭାପତି ଦେବେନ୍ଦ୍ର ଆୱସ୍ତି, ସମ୍ମିଳନୀର ମୁଖ୍ୟ ସଂଯୋଜକ ଅନୀଲ କୁମାର ଠାକୁର, ଅଟଳବିହାରୀ ବାଜପେୟୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏ ଡି ଏନ୍‍ ବାଜପାୟୀ, ରାଞ୍ଚି ବିଶ୍ୱବିଦ୍ୟାଳୟ କୁଳପତି ଅଜିତ କୁମାର ସିହ୍ନା, ଝାଡ଼ଖଣ୍ଡ ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ଟି ଏନ୍‍ ସାହୁ, ଅର୍ଥନୀତି ସଂଘର ପ୍ରାକ୍ତନ ସଭାପତି ଏସ୍‍ ମହେନ୍ଦ୍ର ଦେବ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ନିଉ ଭୁବନେଶ୍ବର ପ୍ରେସ୍ କ୍ଳବ୍ ସହିତ ଯୋଗ ଦିଅନ୍ତୁ : ୯୪୩୯୧୭୭୬୩୦