ପ୍ରଫେସର ଅମୂଲ୍ୟ କୁମାର ପଣ୍ଡାଙ୍କ ପରଲୋକ : Ommtv

ପ୍ରଫେସର ଅମୂଲ୍ୟ କୁମାର ପଣ୍ଡାଙ୍କ ପରଲୋକ : Ommtv

ପ୍ରଫେସର ଅମୂଲ୍ୟ କୁମାର ପଣ୍ଡାଙ୍କ ପରଲୋକ : Ommtv

ପ୍ରଫେସର ଅମୂଲ୍ୟ କୁମାର ପଣ୍ଡାଙ୍କ ପରଲୋକ : Ommtv

: ଶିକ୍ଷକ ନେତା ତଥା ପ୍ରଫେସର ଅମୂଲ୍ୟ କୁମାର ପଣ୍ଡାଙ୍କ ଆଜି ଚନ୍ଦ୍ରଶେଖରପୁରସ୍ଥିତ କୋ’ଅପରେଟିଭ କଲୋନୀର ତାଙ୍କ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବ‌େଳେ ତାଙ୍କୁ ୮୪ବର୍ଷ ହୋଇଥିଲା। ବାର୍ଦ୍ଧକ୍ଷ ଯୋ‌ଗୁ ସେ ଅସୁସ୍ଥହୋଇ ଘରେ ଚିକିତ୍ସା ହେଉଥିଲେ। ଆଜି ମଧ୍ୟାହ୍ନ ସାଢ଼େ ଦୁଇଟା ବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଏହି ସମୟରେ ତାଙ୍କ ପରିବାରଲୋକ ନିକଟ‌ରେ ଥାଇ ସେବା ସୁସୃସା କରୁଥିଲେ। ବିୟୋଗ ଖବର ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ଅନେକ ଶୁଭେଛୁ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥ‌ିଲେ। ୧୯୬୧ରେ ସେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ପ୍ରାଣିବିଜ୍ଞାନରେ ସ୍ନାତକୋତ୍ତର ଡ଼ିଗ୍ରି ହାସଲକରି ରାଜ୍ୟର ବିଭିନ୍ନ କଲେଜରେ ଅଧ୍ୟାପନା କରି ରେଭେନ୍ସ୍ା କଲେଜର ପ୍ରଫେସର ତଥା ଅଧ୍ୟକ୍ଷଭାବେ ୧୯୯୬ରେ ଅବସର ନେଇଥିଲେ। ପରେ ଦୁଇ ବର୍ଷ ଉତ୍କଳ ବିଶ୍ବବିଦ୍ୟାଳୟ ୟୁଜିସି ଏକାଡ଼େମୀ ଷ୍ଟାଫ୍ କଲେଜର ନିର୍ଦେଶକଭାବେ ଭୂମିକା ନିର୍ବାହ କରିଥିଲେ। ଗବେଷଣା କ୍ଷେତ୍ରରେ ତାଙ୍କୁ ଜୀବନବ୍ୟାପି ଅବଦାନ ପାଇଁ ଭାରତୀୟ ବିଜ୍ଞାନ କଂଗ୍ରେସ ଭୁବନେଶ୍ବର ଶାଖା ଦ୍ବାରା ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାଡ଼ ଏବଂ ବିଜ୍ଞାନ ପ୍ରଚାର ସମିତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହା ବ୍ୟତିତ ୨୦୧୩ରେ ବରିଷ୍ଠ ବୈଜ୍ଞାନିକ ଏବଂ ବରିଷ୍ଠ ଶିକ୍ଷାବିତ ଭାବେ ସମ୍ବର୍ଦ୍ଧିତ ହୋଇଥିଲେ। ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସେ ଏକାଧିକ ସମ୍ମାନର ପ୍ରତିଭା ହୋଇପାରିଥିଲେ। ସେ ଥିଲେ ଓଡ଼ିଶା ସରକାରୀ କଲେଜ୍ ଶିକ୍ଷକ ସଂଘର ସଭାପତି ଏବଂ ସଂପ୍ରତି ଓଡ଼ିଶା ସରକାରୀ କଲେଜ୍ ଅବସରପ୍ରାପ୍ତ ଶିକ୍ଷକ ସଂଘର ଉପଦେଷ୍ଟା । ଉତ୍କଳ ବିଶ୍ବ ବିଦ୍ୟାଳୟରୁ ସ୍ବାଧୀନଭାବେ ପିଏଚ.ଡ଼ି ଉପଧି ପାଇଥିବା ପ୍ରଫେସର ପଣ୍ଡା ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ପାଇଁ ଏବଂ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ବ ବିକାଶ ପାଇଁ ଉଦ୍ୟମ ଜାରୀ ରଖିଥିଲେ।  

Join New Bhubaneswar Press Club : 9439177630