ରାଜ୍ୟସ୍ତରୀୟ ମହମ୍ମଦ୍ ସିକନ୍ଦର୍ ଆଲାମ୍ ସଂଗୀତ ପ୍ରତିଯୋଗିତା : ଓମଟିଭି

ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ମହମ୍ମଦ୍ ସିକନ୍ଦର୍ ଆଲାମ୍ ସଂଗୀତ ପ୍ରତିଯୋଗୀତା। ସିକନ୍ଦର ଆଲାମ୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବାଦର ପରିଚାଳନା ନିର୍ଦେଶିକା ତନୟା ପଟ୍ଟନାୟକ ମୁଖ୍ୟ ଅତିଥିଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ

ରାଜ୍ୟସ୍ତରୀୟ ମହମ୍ମଦ୍ ସିକନ୍ଦର୍ ଆଲାମ୍ ସଂଗୀତ ପ୍ରତିଯୋଗିତା : ଓମଟିଭି

ରାଜ୍ୟସ୍ତରୀୟ ମହମ୍ମଦ୍ ସିକନ୍ଦର୍ ଆଲାମ୍ ସଂଗୀତ ପ୍ରତିଯୋଗିତା : ଓମଟିଭି

ଭୁବନେଶ୍ବର, ୨୭।୭ (ଓମ): ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ମହମ୍ମଦ୍ ସିକନ୍ଦର୍ ଆଲାମ୍ ସଂଗୀତ ପ୍ରତିଯୋଗୀତା। ସିକନ୍ଦର ଆଲାମ୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବାଦର ପରିଚାଳନା ନିର୍ଦେଶିକା ତନୟା ପଟ୍ଟନାୟକ ମୁଖ୍ୟ ଅତିଥିଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ। ଓଡ଼ିଆ ସଂଗୀତକୁ ଚିରନ୍ତନ କରିଥିବା ସିକନ୍ଦର୍ ଆଲାମ୍ ଓଡ଼ିଶା ପାଇଁ ଜଣେ ଗର୍ବିତ କଳାକାର ବୋଲି ଦର୍ଶାଇ ଉପସ୍ଥିତ ପ୍ରତିଯୋଗୀକୁ ସୁଦ୍ଧ ଓଡ଼ିଆରେ ଗୀତ ଗାଇବା ଓ ସେଇ ପୁରୁଣା କଳାକାରମାନଙ୍କ ସ୍ମୃତି ଚାରଣକରି ସଂଗୀତର ସାଧନାକରିବ‌ାନେଇ ମୁଖ୍ୟ ଅତିଥି ଶ୍ରୀମତୀ ପଟ୍ଟନାୟକ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିକନ୍ଦର ଆଲାମ୍‌ଙ୍କ ପତ୍ନୀ ନେନା ଆଲମ୍, ଦୁଇ ଝିଅ ତଥା ଅଭିନେତ୍ରୀ ସୋଫିଆ ଆଲମ୍ ଏବଂ କଣ୍ଠଶିଳ୍ପୀ ନାଜିଆ ଆଲମ୍‌ଙ୍କ ସହିତ ଓଲିଉଡ଼ ଅଭିନେତା ସୁକାନ୍ତ, ସଂଗୀତ ନିର୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ୍ ଏବଂ ବିଭୁକିଶୋର ଅତିଥିଭାବରେ ଯୋଗଦେଇଥିଲେ। ଆଜିର ନବାଗତ କଳାକାରମାନଙ୍କ କଣ୍ଠରେ ସିକନ୍ଦର ଆଲାମ୍ ଗୀତ ପ୍ରକାଶପାଇଲେ ଆମାଗୀ ପିଢ଼ି ଓଡ଼ିଆମାନଙ୍କ ଚିର ସବୁଜ ସ୍ମୃତି ମଧୁର ଗୀତକୁ ବଞ୍ଚାଇ ରଖିପାରିବେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ କନିଷ୍ଠ ଓ ବରିଷ୍ଠ ଦୁଇଟି ବିଭାଗରେ ପ୍ରତିଯୋଗୀମାନେ ଭାଗନେଇ ସିକନ୍ଦର ଆଲାମ୍ ସଂଗୀତ ପରିବେଷଣକରିଥିଲେ। ଯେଉଁଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରତିଯୋଗୀମାନେ ଯୋଗଦେଇ ଗୀତ ବୋଲିଥିଲେ। ଶେଷରେ ବିଚାରକ ମଣ୍ଡଳୀ ପକ୍ଷରୁ ଚୟନ ହୋଇଥିବା କୃତି ପ୍ରତିଯୋଗୀମାନଙ୍କୁ ଫାଉଣ୍ଡେସନ୍ ପକ୍ଷରୁ ପୁରସ୍କୃତ କରାଯାଇଥିଲା।