ପ୍ରଥମ ବିଶ୍ଵ ଓଡିଶା ଭାଷା ସମ୍ମିଳନୀ ପାଳନ : Ommtv

ପ୍ରଥମ ବିଶ୍ଵ ଓଡିଶା ଭାଷା ସମ୍ମିଳନୀ ପାଳନ

ପ୍ରଥମ ବିଶ୍ଵ ଓଡିଶା ଭାଷା ସମ୍ମିଳନୀ ପାଳନ : Ommtv

ଢେଙ୍କାନାଳ ଶଶିକାନ୍ତ ଗଡନାୟକ):  ପ୍ରଥମ ବିଶ୍ଵ ଓଡିଶା ଭାଷା ସମ୍ମିଳନୀ ପାଳନ ର ଶେଷ ଦିବସ ରେ ହିନ୍ଦୋଳ ଏନ୍ଏସି ପକ୍ଷରୁ ଗତକାଲି ହିନ୍ଦୋଳ ଟାଉନ୍ ହଲ୍ ରେ ଏକ କବି ସାହିତ୍ୟିକ ମାନଙ୍କର ସମାବେଶ ହୋଇଥିଲା। ଏଥିରେ ହିନ୍ଦୋଳ ର ବିଭିନ୍ନ ଅଞ୍ଚଳ ମଧ୍ୟରୁ କବି ମାନେ ଯୋଗଦାନ କରି ସାହିତ୍ୟ ସଂଗଠକ ନନ୍ଦ କିଶୋର ସାହୁଙ୍କ ସଂଯୋଜନାରେ କବିତା ପାଠ କରିଥିଲେ ଓ ସାହିତ୍ୟିକ ଲେଖକ ମାନେ ଭାଷା ସାହିତ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅପରାହ୍ଣ ରେ ଏନ୍ଏସି ଅଧ୍ୟକ୍ଷ କେଶବ ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ଉତ୍ସବ ରେ ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ମୁଖ୍ୟ ବକ୍ତାଭାବେ ସମାଜସେବୀ କବି ଶତୃଘ୍ନ ନନ୍ଦ, ସମ୍ମାନିତ ଅତିଥି ଭାବେ ହିନ୍ଦୋଳ ଉପ ଜିଲ୍ଲାପାଳ ଶିବାନନ୍ଦ ସ୍ଵାଇଁ,ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଏମ୍ ଶ୍ରୀନିବାସନ୍ ଯୋଗ ଦେଇ ସମସ୍ତ କବି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଭାଷା କ୍ରୀଡା ନୃତ୍ୟ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ବରିଷ୍ଠ କବି ଡଃ ଦଣ୍ଡଧର ପତି, ଅଭୟ ଆଚାର୍ଯ୍ୟ, ରତିକାନ୍ତ ଗଡନାୟକ, ବିନୟ କୁମାର ସାମଲ, ପ୍ରଫେସର ରମେଶ ସାହୁ, ସତ୍ୟଭାମା ମିଶ୍ର, ବିଭୁ ପ୍ରସାଦ ଶତପଥୀ, ଜଗଦୀଶ ସାହୁ, ସ୍ଵର୍ଣ୍ଣମୟୀ ପ୍ରଧାନ, ଜ୍ୟୋତି ମହାରଣା, ସଦତ ଖାଁ ପ୍ରମୂଖ ୩୦ ରୁ ଉର୍ଦ୍ଧ କବି ଉପସ୍ଥିତ ଥିଲେ। ଇ, ଓ, ଶ୍ରୀ ଶ୍ରୀନିବାସନ ଧନ୍ୟବାଦ ଅର୍ପଣ କରିଥିଲେ।

JOIN NWE BHUBANESWAR PRESS CLUB : 9439177630