ପିଲା ପଢିବେ କେଉଁଠି? ସବୁ ପ୍ରଥମ ଶ୍ରେଣୀରେ ପାସ୍, ବିଜ୍ଞାନରେ ସିଟ୍ ନାହିଁ : ଓମଟିଭି

ପିଲା ପଢିବେ କେଉଁଠି? ସବୁ ପ୍ରଥମ ଶ୍ରେଣୀରେ ପାସ୍, ବିଜ୍ଞାନରେ ସିଟ୍ ନାହିଁ : ଓମଟିଭି ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୩ ଲକ୍ଷ ୨୫ ହଜାର ୯୧୯ ମୋଟ ବିଜ୍ଞାନ ସିଟ୍ ସଂଖ୍ୟା ୧ ଲକ୍ଷ ୩୯ ହଜାର ୩୬୮

ପିଲା ପଢିବେ କେଉଁଠି? ସବୁ ପ୍ରଥମ ଶ୍ରେଣୀରେ ପାସ୍, ବିଜ୍ଞାନରେ ସିଟ୍ ନାହିଁ : ଓମଟିଭି

ପିଲା ପଢିବେ କେଉଁଠି? ସବୁ ପ୍ରଥମ ଶ୍ରେଣୀରେ ପାସ୍, ବିଜ୍ଞାନରେ ସିଟ୍ ନାହିଁ : ଓମଟିଭି

ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୩ ଲକ୍ଷ ୨୫ ହଜାର ୯୧୯
ମୋଟ ବିଜ୍ଞାନ ସିଟ୍ ସଂଖ୍ୟା ୧ ଲକ୍ଷ ୩୯ ହଜାର ୩୬୮

କଟକ (ଓମ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ଆୟୋଜିତ ମାଟ୍ରିକ ପରୀକ୍ଷାରେ ଚଳିତ ବର୍ଷ ୩ ଲକ୍ଷ ୨୫ ହଜାର ୯୧୯ ଜଣ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ଏହା ହେଉଛି ବୋର୍ଡ ଇତିହାସରେ ସର୍ବକାଳୀନ ରେକର୍ଡ। ୨୦୨୧ରେ ପରୀକ୍ଷା ନ ହୋଇ ପ୍ରକାଶ ପାଇଥିବା ପରୀକ୍ଷାଫଳରେ ବି ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରି ପାରି ନଥିଲେ। ୨୦୨୧ରେ ଏହି ସଂଖ୍ୟା ଥିଲା ୧ ଲକ୍ଷ ୭୧ ହଜାର ୫୬୧। ଏବଂ ୨୦୨୦ରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଥିଲା ୫୯ ହଜାର ୧୩୦। ବୋର୍ଡ ପକ୍ଷରୁ ଗ୍ରେଡେସନ୍ ଭିତ୍ତିରେ ପରୀକ୍ଷାଫଳ ପ୍ରକାଶ ପାଉଥିବା ବେଳେ ଏ-୧ (୯୦ ପ୍ରତିଶତ ଅଥବା ତାଠାରୁ ଅଧିକ), ଏ-୨(୮୦ ଅଥବା ୮୦ରୁ ଅଧିକ ଏବଂ ୯୦ ପ୍ରତିଶତରୁ କମ୍), ବି-୧(୭୦ ଅଥବା ୭୦ରୁ ଅଧିକ ଏବଂ ୮୦ ପ୍ରତିଶତରୁ କମ୍), ବି-୨ (୬୦ ଅଥବା ୬୦ରୁ ଅଧିକ ଏବଂ ୭୦ ପ୍ରତିଶତରୁ କମ୍) ଗ୍ରେଡ୍‌ର ଛାତ୍ରଛାତ୍ରୀଙ୍କୁ ପ୍ରଥମ ଶ୍ରେଣୀରେ ପାସ୍ କରୁଥିବା ଛାତ୍ରଛାତ୍ରୀ ଭାବେ ପରିଗଣିତ କରାଯାଉଛି। ଏହି ୪ଟି ଗ୍ରେଡରେ ପାସ୍ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦୨୧ ତୁଳନାରେ ଚଳିତ ବର୍ଷ ପାଖାପାଖି ଦୁଇ ଗୁଣ.