ଓଡିଶାରୁ ଛାଡୁଥିବା ଆଉ ତିନିଟି ଟ୍ରେନରେ ରାଜଧାନୀ ଏକ୍ସପ୍ରେସ ଭଳି କୋଚ ଉପଲବ୍ଧ :ଓମଟିଭି

● ଭୁବନେଶ୍ୱର - କେଏସଆର ବେଙ୍ଗାଲୁରୁ - ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର - ନୂଆଦିଲ୍ଲୀ - ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସ ଏବଂ ଭୁବନେଶ୍ୱର - ଆନନ୍ଦ ବିହାର (ଦିଲ୍ଲୀ) - ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ରାଉରକେଲାରେ ବର୍ତ୍ତମାନ ଆଧୁନିକ LHB କୋଚ ଉପଲବ୍ଧ |

ଓଡିଶାରୁ ଛାଡୁଥିବା ଆଉ ତିନିଟି ଟ୍ରେନରେ ରାଜଧାନୀ ଏକ୍ସପ୍ରେସ ଭଳି କୋଚ ଉପଲବ୍ଧ :ଓମଟିଭି
ଓଡିଶାରୁ ଛାଡୁଥିବା ଆଉ ତିନିଟି ଟ୍ରେନରେ ରାଜଧାନୀ ଏକ୍ସପ୍ରେସ ଭଳି କୋଚ ଉପଲବ୍ଧ :ଓମଟିଭି
● ଯାତ୍ରୀମାନଙ୍କ ଆକାଂକ୍ଷା ପ୍ରତି ରେଳ ମନ୍ତ୍ରୀଙ୍କ ପ୍ରତିବଦ୍ଧତା |
● ଗତଥର ଓଡିଶା ଗସ୍ତ ସମୟରେ ରେଳ ମନ୍ତ୍ରୀ ଘୋଷଣା କରିଥିଲେ |
● ଭୁବନେଶ୍ୱର - କେଏସଆର ବେଙ୍ଗାଲୁରୁ - ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର - ନୂଆଦିଲ୍ଲୀ - ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସ ଏବଂ ଭୁବନେଶ୍ୱର - ଆନନ୍ଦ ବିହାର (ଦିଲ୍ଲୀ) - ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ରାଉରକେଲାରେ ବର୍ତ୍ତମାନ ଆଧୁନିକ LHB କୋଚ ଉପଲବ୍ଧ |

ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ଉତ୍ପନ୍ନ ତିନୋଟି ଟ୍ରେନରେ ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସୁବିଧା ପରି କୋଚ୍ ଉପଲବ୍ଧ କରାଇବାପାଇଁ ନିଷ୍ପତ୍ତି ନିଆଯାଇଅଛି | ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଓଡ଼ିଶା ଗସ୍ତ ସମୟରେ ଭୁବନେଶ୍ୱର-କେଏସଆର ବେଙ୍ଗାଲୁରୁ ପ୍ରଶାନ୍ତି ସ୍ପେଶାଲକୁ ରାଜଧାନୀ କୋଚ ଭଳି ଯାତ୍ରା ସୁବିଧାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ଆହୁରି ଦୁଇଟି ଟ୍ରେନରେ ଏହି ସୁବିଧା ଯୋଗାଇବାକୁ ମଧ୍ୟ ଘୋଷଣା କରିଥିଲେ |  ଏହି ଟ୍ରେନ ଦ୍ବୟ ହେଲା ଭୁବନେଶ୍ୱର - ନୂଆଦିଲ୍ଲୀ - ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସ ଏବଂ ଭୁବନେଶ୍ୱର - ଆନନ୍ଦ ବିହାର (ଦିଲ୍ଲୀ) - ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ରାଉରକେଲା |
ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଉପରୋକ୍ତ ଟ୍ରେନରେ ଆଧୁନିକ LHB କୋଚ୍ ସଂଯୋଗ କରାଇ ଏହି ସୁବିଧା ଯୋଗାଇ ଦେଇଛି | ଏହି କୋଚଗୁଡ଼ିକ ହେଉଛି ଅଗ୍ନି ନିରାପତ୍ତା, କମ୍ ରକ୍ଷଣାବେକ୍ଷଣ, ଅଧିକ ଯାତ୍ରୀ ପରିବହନ କ୍ଷମତା, ଅଧିକ ସୁରକ୍ଷିତ ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା |
18463/18464 ଭୁବନେଶ୍ୱର - କେଏସଆର ବେଙ୍ଗାଲୁରୁ ସିଟି - ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ଦ୍ୱାରା LHB କୋଚ ସହିତ ସେବା 05.07.2022 ଠାରୁ ଭୁବନେଶ୍ୱରରୁ ଏବଂ 06.07.2022 ଠାରୁ ବେଙ୍ଗାଲୁରୁ ଠାରୁ ଉପଲବ୍ଧ କରାଯାଇ ଅଛି |
12281/12282 ଭୁବନେଶ୍ୱର - ନୂଆଦିଲ୍ଲୀ - ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସ ଦ୍ୱାରା LHB କୋଚ ସୁବିଧା ସହିତ ଚଳାଚଳ 13.07.2022 ଠାରୁ ଭୁବନେଶ୍ୱରରୁ ଏବଂ 14.07.2022 ଠାରୁ ନୂଆଦିଲ୍ଲୀରୁ ଚଳାଚଳ କରାଯିବ 
ସେହିଭଳି 22805/22806 ଭୁବନେଶ୍ୱର - ଆନନ୍ଦ ବିହାର (ଦିଲ୍ଲୀ) - ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ରାଉରକେଲା ଟ୍ରେନ ରେ LHB କୋଚ ସୁବିଧା 16.07.2022 ଠାରୁ ଭୁବନେଶ୍ୱରରୁ ଏବଂ 18.07.2022 ଠାରୁ ଆନନ୍ଦ ବିହାରରୁ ଚଳାଚଳ କରାଯିବ |
ଏହା ସହିତ ପୂର୍ବତଟ ରେଳପଥ ପରିସୀମାରୁ ଛାଡୁଥିବା ଆହୁରି ଅଧିକ ଟ୍ରେନ ମାନଙ୍କରେ ମଧ୍ୟ ଏହି ସୁବିଧା ଯୋଗାଇଦିଆଯାଇଅଛି | ଏହି ଟ୍ରେନ ଗୁଡିକ ହେଲା 22869/22870 ବିଶାଖାପାଟଣା-ଚେନ୍ନାଇ-ବିଶାଖାପାଟଣା ଏକ୍ସପ୍ରେସ ବିଶାଖାପାଟଣା ଠାରୁ ଜୁଲାଇ ମାସ 11 ତାରିଖ ଠାରୁ ଏବଂ ଚେନ୍ନାଇ ଠାରୁ ଜୁଲାଇ ମାସ 12 ତାରିଖ ଠାରୁ |  
ଏହି ସୁବିଧା ମଧ୍ୟ 18503/18504 ବିଶାଖାପାଟଣା-ସାଇ ନଗର ସିରିଡ଼ି-ବିଶାଖାପାଟଣା ଏକ୍ସପ୍ରେସରେ ଉପଲବ୍ଧ କରାଯାଇଅଛି | ଏହି ସୁବିଧା ବିଶାଖାପାଟଣା ଠାରୁ ଜୁଲାଇ ମାସ 7 ତାରିଖ ଠାରୁ ଏବଂ ସାଇ ନଗର ସିରିଡ଼ି ଠାରୁ ଜୁଲାଇ ମାସ 8 ତାରିଖ ଠାରୁ ଉପଲବ୍ଧ କରାଯାଇଅଛି |  
ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଉତ୍ପନ୍ନ ହେଉଥିବା ଟ୍ରେନ ମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 49 ଟି ଟ୍ରେନ ରେ ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସୁବିଧା ପରି କୋଚ୍ ଉପଲବ୍ଧ କରାଯାଇଅଛି |  
ଏହା ବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଚଳାଚଳ କରୁଥିବା ଦୁଇଟି ଗୁରୁତ୍ୱପୂର୍ଣ ଟ୍ରେନ ଯଥା 12839/12840 ହାଓଡ଼ା-ଚେନ୍ନାଇ-ହାଓଡ଼ା ମେଲ ଏବଂ 12841/12842 ହାଓଡ଼ା-ଚେନ୍ନାଇ-ହାଓଡ଼ା କରମଣ୍ଡଳ ଏକ୍ସପ୍ରେସ ଟ୍ରେନରେ ମଧ୍ୟ ଏହି ସୁବିଧା 5 ଜୁଲାଇ, 2022 ଠାରୁ ହାଓଡ଼ା / ଶାଲୀମାର ଠାରୁ ଯୋଗାଇ ଦିଆଯାଇଛି |