ଶିକ୍ଷକ ନ ଥିଲେ ସ୍କୁଲରେ ତାଲା ପକା ଅଭିଯାନ, ଅଭିଭାବକ, ଛାତ୍ର ଛାତ୍ରୀ ଓ ସବୁ ରାଜନୈତିକ ଦଳକୁ ଆହ୍ୱାନ ଦେଲା ଓଡିଶା ଅଭିଭାବକ ମହାସଂଘ : ଓମଟିଭି

ସମ୍ବିଧାନର ଧାରା 21A ଅନୁଯାଇ ଶିକ୍ଷା ପ୍ରତ୍ୟେକ ଶିଶୁର ମୌଳିକ ଅଧିକାର l 2009ର ଶିକ୍ଷା ଅଧିକାର ଆଇନ ଅନୁଯାଇ ଚଉଦ ବର୍ଷ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ତାଙ୍କ ନିକଟରେ ମୌଳିକ ଶିକ୍ଷା ପ୍ରଦାନ ସରକାରଙ୍କ ଦାୟିତ୍ୱ l

ଶିକ୍ଷକ ନ ଥିଲେ ସ୍କୁଲରେ ତାଲା ପକା ଅଭିଯାନ, ଅଭିଭାବକ, ଛାତ୍ର ଛାତ୍ରୀ ଓ ସବୁ ରାଜନୈତିକ ଦଳକୁ ଆହ୍ୱାନ ଦେଲା ଓଡିଶା ଅଭିଭାବକ ମହାସଂଘ : ଓମଟିଭି

ଶିକ୍ଷକ ନ ଥିଲେ ସ୍କୁଲରେ ତାଲା ପକା ଅଭିଯାନ, ଅଭିଭାବକ, ଛାତ୍ର ଛାତ୍ରୀ ଓ ସବୁ ରାଜନୈତିକ ଦଳକୁ ଆହ୍ୱାନ ଦେଲା ଓଡିଶା ଅଭିଭାବକ ମହାସଂଘ : ଓମଟିଭି

ଭୁବନେଶ୍ୱର (୭.୭.୨୨) (ଓମ): ସମ୍ବିଧାନର ଧାରା 21A ଅନୁଯାଇ ଶିକ୍ଷା ପ୍ରତ୍ୟେକ ଶିଶୁର ମୌଳିକ ଅଧିକାର l 2009ର ଶିକ୍ଷା ଅଧିକାର ଆଇନ ଅନୁଯାଇ ଚଉଦ ବର୍ଷ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ତାଙ୍କ ନିକଟରେ ମୌଳିକ ଶିକ୍ଷା ପ୍ରଦାନ ସରକାରଙ୍କ ଦାୟିତ୍ୱ l ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ରାଜ୍ୟରେ ପ୍ରାୟ 36 ହଜାର ସ୍କୁଲରେ ପିଲାଙ୍କ ପାଠ ପଢ଼ା ନିହାତି ଆବଶ୍ୟକ ଶିକ୍ଷକ ନାହାନ୍ତି l ସେପରି 4000 ରୁ ଉର୍ଦ୍ଧ ଉଚ୍ଚ ବିଦ୍ୟାଳୟରେ ବିଷୟ ଶିକ୍ଷକ ନାହାନ୍ତି, ଏପରି କିଛି ସ୍କୁଲ ଅଛି ଯେଉଁଠି ଶହେ ପିଲାରେ କେବଳ ଜଗିବାକୁ ଦୁଇ ଜଣ ଶିକ୍ଷକ ଓ ବହୁତ ସ୍କୁଲରେ କେବଳ ସଂସ୍କୃତ, ଖେଳ ଓ ହିନ୍ଦୀ ଶିକ୍ଷକରେ ହାଇସ୍କୁଲ ଚାଲୁଛି l ଏହି ବିକଳ ଚିତ୍ର କହୁଛି ରାଜ୍ୟରେ ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି l ସ୍ମାର୍ଟ ସ୍କୁଲ ଯୋଜନାରେ ଖାଲି ରଙ୍ଗ ମାରିଲେ ଓ ଘର ତିଆରି କରିଦେଲେ କଣ ପିଲା ପାଠ ପଢ଼ିଦେବେ l ସେପଟେ ସରକାର ମିଶ୍ରଣ ଓ ବନ୍ଦ କାର୍ଯ୍ୟକ୍ରମରେ ପ୍ରାୟ ଆଠ ହଜାର ସ୍କୁଲ ବନ୍ଦ କରିଛନ୍ତି l ଏତେ ସ୍କୁଲ ବନ୍ଦ ପରେ ମଧ୍ୟ ସ୍କୁଲରେ ଶିକ୍ଷକ ନାହାନ୍ତି l ବନ୍ଦ ଯୋଗୁଁ ପ୍ରାୟ 18 ଲକ୍ଷ୍ୟ ପିଲା ଉଭାନ ହୋଇଛନ୍ତି, ଉପାନ୍ତ ଅଂଚଳ କଥା ନକହିବା ଭଲ ଖୋଦ ରାଜଧାନୀରୁ ଚାଳିଶ କିମି ଦୁରେଇ ଖୋର୍ଦ୍ଧା ଜିଲ୍ଲା ଧଳାପଥର ସ୍କୁଲରେ ଖାଲି ହିନ୍ଦୀ ସଂସ୍କୃତ ଶିକ୍ଷକ ରେ ହାଇସ୍କୁଲ ଚାଲୁଛି l

ଗଣଶିକ୍ଷା ମନ୍ତ୍ରୀ ଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ତାଲା ବନ୍ଦ ହେଲେଣି, ନିକଟ ଅତୀତ ଧର୍ମଗଡ଼ର ଅନ୍ଧ ପିଲା ଯଶୋବନ୍ତ ଛତ୍ରିଆ ମୁଁ ଅନ୍ଧ ବୋଲି ସରକାର କଣ ଅନ୍ଧ ବୋଲି ଉପଜିଲ୍ଲାପାଳଙ୍କୁ ଅନ୍ଧ ସରକାର କହିବା ଭାତ ହାଣ୍ଡିରୁ ଗୋଟେ ଚାଉଳ ଚିପିବା ସଦୃଶ l ଯାହା ଗଣମାଧ୍ୟମରେ ସରକାର ଖାଲି ତୁଚ୍ଛା ପ୍ରଚାର କରୁଛନ୍ତି ହେଲେ ବାସ୍ତବ ସ୍ଥିତି ପୁରା ଅଲଗା l ପୂର୍ବରୁ ଓଡିଶା ଅଭିଭାବକ ମହାସଂଘ ଯେଉଁ ସ୍କୁଲରେ ନିହାତି ଆବଶ୍ୟକ ଶିକ୍ଷକ ନଥିଲେ ସ୍କୁଲରେ ତାଲା ପକାଇ ପ୍ରତିବାଦ କରିବାକୁ ଆହ୍ୱାନ ଦେଇଥିଲା l ଦେଖାଯାଉଛି କି ରାଜ୍ୟରେ ପ୍ରାୟ ପଚାଶରୁ ଉର୍ଦ୍ଧ ସ୍କୁଲରେ ଏପରି ପ୍ରତିବାଦ ହୋଇସାରିଲାଣି l ସବୁଦିନ ନୂଆ ନୂଆ ସ୍କୁଲରେ ତାଲା ପକାଇ ପ୍ରତିବାଦ ଖବର ଗଣମାଧ୍ୟମରେ ଆସୁଛି l କୋରାପୁଟ, ଭଦ୍ରକ, ବାଲେଶ୍ୱର, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ଅନୁଗୁଳ ଠାରୁ ଆରମ୍ଭ କରି ଅନ୍ୟ ଜିଲ୍ଲାରେ ଆରଂଭ ହେଲାଣି ତାଲା ପକା ଅଭିଯାନ l ସରକାର କିନ୍ତୁ ଯେଉଁଠି ପ୍ରତିବାଦର ସ୍ୱର ଜୋରଦାର ହେଉଛି ସେଠି ଶିକ୍ଷକ ଦେଇ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି l ତେଣୁ ଜୋରଦାର ପ୍ରତିବାଦ ନହେଲେ ଆଗାମୀ ଦିନରେ ଆମ ପିଲା ମୂର୍ଖ ହେବା ଥୟ l ପୂର୍ବରୁ ତ ପଞ୍ଚମ ଶ୍ରେଣୀ ପିଲାଙ୍କୁ ଅକ୍ଷର ଲେଖି ଆସୁନଥିବା ଓ ମନ୍ତ୍ରୀ ଖୋଦ କହିଲେ ତିନିକ ପଣିକିଆ ଆସୁନି, ଏସବୁ କଥା ଆମେ ଜାଣିଛେ l ଯଦି ଏହିଭଳି ଶିକ୍ଷକ ନ ରହିବେ ସ୍ଥିତି ଆହୁରି ସଂଗୀନ ହେବ l ତେଣୁ ପରିସ୍ଥିତି ଆଗକୁ ସଂଗୀନ ହେବା ପୂର୍ବରୁ ଓଡିଶା ଅଭିଭାବକ ମହାସଂଘ ଏହି ସମସ୍ୟାର ସମାଧାନ ପାଇଁ ସବୁ ରାଜନୈତିକ ଦଳ, ସାମାଜିକ ସଂଗଠନ ଆଗକୁ ଆସି ପ୍ରତିବାଦ କରିବାକୁ ଆହ୍ୱାନ ଦେଇଛି l ବିଜେଡି ସଭାପତି ନବୀନ ପଟ୍ଟନାୟକ, ବିଜେପି ସଭାପତି ସମୀର ମାହାନ୍ତି, କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ଆପ ଆବାହକ ନିଶିକାନ୍ତ ମହାପାତ୍ର, ଏସପି ରବି ବେହେରା, ଫରୱାର୍ଡ ବ୍ଲକ ଜ୍ୟୋତି ମହାପାତ୍ର, ସିପିଆଇଏମ, ସିପିଆଇ, କଳିଙ୍ଗସେନା, ଏନସିପି ଓ ଅନ୍ୟାନ୍ୟ ରାଜନୈତିକ ଦଳକୁ ସାରା ରାଜ୍ୟରେ ପର୍ଯ୍ୟାପ୍ତ ଶିକ୍ଷକ ନଥିବା 36000 ସ୍କୁଲରେ ଗୋଟେ ଦିନରେ ପ୍ରତିବାଦ ସ୍ୱରୂପ ତାଲା ପକାଇ ଧାରଣା ଦେବାପାଇଁ ଆହ୍ୱାନ ଦେଇଛନ୍ତି l ଏହି କ୍ରମରେ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟନାୟକ, ଆମ ଆଦମୀ ପାର୍ଟି ଅଧକ୍ଷ ନିଶିକାନ୍ତ ମିଶ୍ର, ଆଦି ନେତୃତ୍ୱଙ୍କୁ ଭେଟି ଏହି ଆନ୍ଦୋଳନ ଓ ପ୍ରତିବାଦରେ ସହଯୋଗ କରିବାକୁ ନିବେଦନ କରିଛି l ରାଜ୍ୟର ସବୁ ସ୍କୁଲରେ ଶିକ୍ଷକ ନିଯୁକ୍ତି ନ ହେବା ପଯ୍ୟନ୍ତ ଏହି ତାଲା ପକା ଅଭିଯାନ ଚାଲୁ ରହିବ ବୋଲି ସହ ଅଧକ୍ଷ ପ୍ରସନ୍ନ ବୁଷୋୟୀ କହିଛନ୍ତି l