ପରିବର୍ତ୍ତନଶୀଳ ପ୍ରକୃତିକୁ ପରିଚାଳନା କରିବା ଭବିଷ୍ୟତରେ କଷ୍ଟ : Ommtv

ପରିବର୍ତ୍ତନଶୀଳ ପ୍ରକୃତିକୁ ପରିଚାଳନା କରିବା ଭବିଷ୍ୟତରେ କଷ୍ଟ

ପରିବର୍ତ୍ତନଶୀଳ ପ୍ରକୃତିକୁ ପରିଚାଳନା କରିବା ଭବିଷ୍ୟତରେ କଷ୍ଟ : Ommtv
ପରିବର୍ତ୍ତନଶୀଳ ପ୍ରକୃତିକୁ ପରିଚାଳନା କରିବା ଭବିଷ୍ୟତରେ କଷ୍ଟ : Ommtv
: ଦିନକୁ ଦିନ ପ୍ରକୃତି ବିପର୍ଯ୍ୟୟ ଦିଗକୁ ଗତିକରୁଥିବା ଲକ୍ଷ୍ୟକରି ପରିବର୍ତ୍ତନଶୀଳ ପ୍ରକୃତିକୁ ପରିଚାଳନା କରିବା ନେଇ ଭବିଷ୍ୟତରେ କିପରି ସବୁ ଯୋଜନା କରାଯାଇପାରିବ ତାହା ନେଇ ଅନୁଷ୍ଠିତ ହୋଇଯାଇଛି ଏକ ଆଲୋଚନାଚକ୍ର। କିଟରେ କିଟ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଆଇସିଏମଆର ସମ୍ମିଳନୀରେ ବିଶ୍ୱବିଦ୍ୟାଳୟ ଉପକୁଳପତି ତପନ ପଣ୍ଡା, ସଂଯୋଜକ କେ‌‌ କେ ରାୟ, କୁଳପତି ଶରଣଜିତ୍ ସିଂହ, ନାଲକୋ ବରିଷ୍ଠ ଅଧିକାରୀ ରମେଶଚନ୍ଦ୍ର ଜୋସି ଏବଂ ବିଭାଗର ଡ଼ିନ୍ ସୁମିତ ମିଶ୍ର ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ପରିବର୍ତ୍ତନଶୀଳ ପ୍ରକୃତିରେ ସ୍ଥିରତା, ବିବିଧତା ଏବଂ ଅନ୍ତର୍ଭୁତିକ ବିଷୟବସ୍ତୁକୁ ନେଇ ପୃଥକ ତିନିଟି ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା। ପ୍ରଥମ ଆଲୋଚନାଚକ୍ରରେ ଆଇଆଇଏମସି ଆଞ୍ଚଳିକ ନିର୍ଦେଶକ ମୃଣାଲ ଚାଟାର୍ଜୀ, ଜିନ୍ଦଲ ଷ୍ଟିଲ ବରିଷ୍ଠ ଅଧିକାରୀ ବିଭୁପ୍ରସାଦ ମିଶ୍ର, ମତି ଫାର୍ମସର ପ୍ରତିଷ୍ଠାତା ସଂଯୋଗ ସାହୁ, ଆଇଏମଆଇର ସୁପ୍ରିତ ମିଶ୍ର ଅତିଥିଭାବେ ଯୋଗଦେଇ ପ୍ରକୃତିରେ ସ୍ଥିରତା, ବିବିଧତା ଏବଂ ଅନ୍ତର୍ଭୁତିକ ପରିଚାଳନା କ୍ଷେତ୍ରରେ ବର୍ତ୍ତମାନଠାରୁ ଗବେଷଣା କରିବାକୁ ପଡ଼ିବ ବୋଲି ମତ ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ଏହି ଅବସରରେ ଅତିଥିମାନଙ୍କୁ ସମ୍ମାନୀତ କରାଯିବା ସହିତ ବିଭିନ୍ନ ବିଭାଗରେ ଗବେ‌ଷଣା କରୁଥିବା କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ।
JOIN NEW BHUBANESWAR PRESS CLUB : 9439177630