୫ରୁ କିଟରେ ୪୦ତମ ସର୍ବଭାରତୀୟ ରୋଜ କନଭେସନ୍ ଓ ଗୋଲାପ ପ୍ରଦର୍ଶନୀ : Ommtv

୫ରୁ କିଟରେ ୪୦ତମ ସର୍ବଭାରତୀୟ ରୋଜ କନଭେସନ୍ ଓ ଗୋଲାପ ପ୍ରଦର୍ଶନୀ

୫ରୁ କିଟରେ ୪୦ତମ ସର୍ବଭାରତୀୟ ରୋଜ କନଭେସନ୍ ଓ ଗୋଲାପ ପ୍ରଦର୍ଶନୀ : Ommtv

୫ରୁ କିଟରେ ୪୦ତମ ସର୍ବଭାରତୀୟ ରୋଜ କନଭେସନ୍ ଓ ଗୋଲାପ ପ୍ରଦର୍ଶନୀ : Ommtv

: ଦୀର୍ଘ ୧୮ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଓଡ଼ିଶାକୁ ଆସିଛି ରୋଜ୍ କନଭେସନ୍ ଓ ଗୋଲାପ ପ୍ରଦର୍ଶନୀ। ଜାନୁଆରୀ ୫ରୁ ୭ ତାରିଖ ପର୍ଯ୍ୟନ୍ତ କିଟରେ  ଅନୁଷ୍ଠିତ ହେବ ୪୦ତମ ସର୍ବଭାରତୀୟ ରୋଜ୍ କନଭେସନ୍ ଓ ଗୋଲାପ ପ୍ରଦର୍ଶନୀ। ୨୦୦୬ରେ ଏହା ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା। କିଟ୍‍ ଗୋଲାପ ସୋସାଇଟି, ଓଡ଼ିଶା ଗୋଲାପ ସୋସାଇଟି, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଉଦ୍ୟାନ କୃଷି ସୋସାଇଟି ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ମିଳିତ ସହଯୋଗରେ କିଟ୍ ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ଏଭଳି ସମ୍ମିଳନୀ ଓ ମେଗା ସର୍ବଭାରତୀୟ ପୁଷ୍ପ ପ୍ରଦର୍ଶନୀ ଆୟୋଜିତ ହେଉଛି। ଜାନୁଆରୀ ୫ ତାରିଖରେ ଗୋଲାପ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବା ବେଳେ ଅପରାହ୍ନ ୪ଟାରୁ ୮ଟା ଓ ୬ ଓ ୭ ତାରିଖ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ‘ଗୋଲାପ ପ୍ରଦର୍ଶନୀ’ ଖୋଲା ରହିବ। ‘ଗୋଲାପ ପ୍ରଦର୍ଶନୀ'ରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଗୋଲାପ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ପ୍ରଜାତିର ଗୋଲାପ ପ୍ରଦର୍ଶିତ ହେବ। ଗୋଲାପ ସମ୍ମିଳନୀରେ ଦେଶର କୃଷିବୈଜ୍ଞାନିକ, ନର୍ସରୀମ୍ୟାନ, କୃଷକ ଏବଂ ଉଦ୍ୟୋଗୀଙ୍କ ଭଳି ପ୍ରାୟ ୪ଶହ ପ୍ରତିନିଧି ଅଂଶଗ୍ରହଣ କରିବେ। ଏହି ଅବସରରେ ଉନ୍ନତ ଗୋଲାପ ଫୁଲ ଚାଷର କଳା, ବିଜ୍ଞାନ ଓ ଉଦ୍ୟୋଗୀ ପ୍ରଶିକ୍ଷଣ ଉପରେ ବିଶେଷଜ୍ଞମାନେ ନିଜ ମତାମତ ରଖିବେ। ଏହି ସହିତ ୪ଟି ନୂଆ ଗୋଲାପ ପ୍ରଜାତିର ନାମକରଣ କରାଯାଇ ସେଗୁଡ଼ିକୁ ଲୋକାର୍ପଣ କରାଯିବ। କାର୍ଯ୍ୟକ୍ରମରେ ବିଭିନ୍ନ ଲେଖକଙ୍କ ଦ୍ୱାରା ଗୋଲାପ ଉପରେ ଲେଖାକୁ ନେଇ ଏକ ସ୍ମରଣିକା ମଧ୍ୟ ଉନ୍ମୋଚିତ ହେବା ସହ ଓଡ଼ିଶା ଉଦ୍ୟାନ କୃଷି ସୋସାଇଟିର ସାଇଣ୍ଟିଫିକ୍ ଜର୍ଣ୍ଣାଲ ଉନ୍ମୋଚନ ହେବ।
Join New Bhubaneswar Press Club : 9439177630