ଭୁବନେଶ୍ବର କଟକ ମେ‌ଟ୍ରୋ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଉତ୍ତର ଭୁବନେଶ୍ବର ବାସିନ୍ଦା ଓ ଲୋକପ୍ରତିନିଧି : Ommtv

ଭୁବନେଶ୍ବର କଟକ ମେ‌ଟ୍ରୋ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଉତ୍ତର ଭୁବନେଶ୍ବର ବାସିନ୍ଦା ଓ ଲୋକପ୍ରତିନିଧି

ଭୁବନେଶ୍ବର କଟକ ମେ‌ଟ୍ରୋ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଉତ୍ତର ଭୁବନେଶ୍ବର ବାସିନ୍ଦା ଓ ଲୋକପ୍ରତିନିଧି : Ommtv

ଭୁବନେଶ୍ବର କଟକ ମେ‌ଟ୍ରୋ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଉତ୍ତର ଭୁବନେଶ୍ବର ବାସିନ୍ଦା ଓ ଲୋକପ୍ରତିନିଧି : Ommtv

: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନକରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବାପାଇଁ ଯାଉଥିବା ବେଳେ ଜ‌ୟଦେବ ବିହାର ନନ୍ଦନକାନନ ରାସ୍ତାରେ ସ୍ଥାନୀୟ ବାସିନ୍ଦା ଓ ଲୋକ ପ୍ରତିନିଧିମାନେ ତାଙ୍କୁ ପ୍ରକଳ୍ପ ସଫଳ ଯୋଜନାପାଇଁ ଧନ୍ୟବାଦ ଜଣାଇଥିଲେ। ଏହା ସହିତ ନୂତନ ଇଂଗ୍ରାଜୀ ନବବର୍ଷର ଅଭିନନ୍ଦନ ଜଣାଇଥିଲେ। ଜାଭିୟର ଛକ, ରେଳ ସଦନ, ଡ଼ିଷ୍ଟିକ୍ ସେଣ୍ଟର, ଡ଼ମଣା, କିଟ୍ ଛକ ଓ ନନ୍ଦନବିହାର ଛକରେ ଉତ୍ତର ଭୁବନେଶ୍ବର ଅଞ୍ଚଳର ସ୍ଥାନୀୟଲୋକ କ‌ର୍ପୋରେଟରମାନଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହୁଳହୁଳି ଓ ଶଙ୍ଖ ବଜାଇ ଫୁଲ ପକାଇ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ପ୍ରତିଟି ଛକରେ ପ୍ରଥମେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ ‌ଲୋକଙ୍କୁ ସାକ୍ଷାତକରି ଯିବାପରେ ମୁଖ୍ୟମନ୍ତ୍ରୀ କାର ଭିତରେ ଥାଇ ହାତ ହଲାଇ ଦେଖାଦେଇଥିଲେ। କେବଳ କିଟ୍ ଛକରେ କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଦେଖି ମୁଖ୍ୟମନ୍ତ୍ରୀ କାରରୁ ‌ଓହ୍ଲାଇ ନୂତନବର୍ଷର‌ ଶୁଭେଚ୍ଛା ଗ୍ରହଣ କରିଥିଲେ। ଏହା ସହିତ କିଟ୍ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରକଳ୍ପ ପାଇଁ ଧନ୍ୟବାଦ ଅଭିନନ୍ଦନ ଗ୍ରହଣକରି ଦୁଇ ମିନିଟ୍ ପରେ ସେଠାରୁ ସିଧାସଳଖ ନନ୍ଦନକାନନ ଅଭିମୁଖେ ଆଗମନ ‌କରିଥିଲେ। ଏହି ସମୟରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତରହି ଲୋକମାନଙ୍କୁ ହାତଯୋଡ଼ି ନିଜର କୃତଜ୍ଞତା ଜଣାଇଥିଲେ।  

ମାନବ ଶୃଙ୍ଖଳ ବାତିଲ ହେଲା..

ବିମାନ ବନ୍ଦରଠାରୁ ତ୍ରୀସୁଳିଆ ପର୍ଯ୍ୟନ୍ତ ମାନବ ଶୃଙ୍ଖଳା ହେବ ବୋଲି ଗତ କିଛି ଦିନ ହେବ ପ୍ରଚାର ହେଉଥିଲା। ସ୍ଥାନୀୟ ଲୋକ, ଦଳିଅ କର୍ମୀ ଓ କର୍ପୋରେଟରମାନେ ରାସ୍ତାର ଗୋଟିଏ ପାଖରେ ଠିଆ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବେ ବୋଲି ପ୍ରସ୍ତିତି ହୋଇଥିଲା। ହେଲେ ହଠାତ ଆଜି ସକାଳେ ଏହି ଯୋଜନା ଠପ୍ ହୋଇଯାଇଥିଲ।  କେବଳ କିଛି ଛକରେ କର୍ପୋରେଟରମାନେ ନିଜ ସମର୍ଥକମାନଙ୍କ ସହ ଠିଆହୋଇ ବ୍ୟାରିଗେଟ୍ ପଛରେ ମୁଖ୍ୟମନ୍ତ୍ରୀଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଇଥିଲେ। 

Join New Bhubaneswar Press Club ; 9439177630