ବିଦ୍ୟାଧରଙ୍କୁ ଶ୍ରେଷ୍ଠ ପ୍ରେରଣା‌ଦାୟୀ ବକ୍ତା ସମ୍ମାନ ପ୍ରଦାନ : Ommtv

ବିଦ୍ୟାଧରଙ୍କୁ ଶ୍ରେଷ୍ଠ ପ୍ରେରଣା‌ଦାୟୀ ବକ୍ତା ସମ୍ମାନ ପ୍ରଦାନ

ବିଦ୍ୟାଧରଙ୍କୁ ଶ୍ରେଷ୍ଠ ପ୍ରେରଣା‌ଦାୟୀ ବକ୍ତା ସମ୍ମାନ ପ୍ରଦାନ : Ommtv

ବିଦ୍ୟାଧରଙ୍କୁ ଶ୍ରେଷ୍ଠ ପ୍ରେରଣା‌ଦାୟୀ ବକ୍ତା ସମ୍ମାନ ପ୍ରଦାନ : Ommtv

ସମ୍ବଲପୁର(ରେଢ଼ାଖୋଲରୁ ଅନୁଜ ସାହାଙ୍କ ରିର୍ପୋଟ): ପଶ୍ଚିମ ‌ଓଡ଼ିଶାର ଏକ ପ୍ରତିଷ୍ଠିତ ସଂଗଠନ ପକ୍ଷରୁ ମୋଟିଭେସନାଲ ସ୍ପିକର ବିଦ୍ୟାଧର ବାରିକ (ମଧୁ)ଙ୍କୁ ରାଜ୍ୟର ୨୦୨୩ର ଶ୍ରେଷ୍ଠ ପ୍ରେରଣାଦାୟୀ ବକ୍ତା ଭାବରେ ସମ୍ମାନିତ କରାଯାଇଛି। ଏନେଇ ନବବର୍ଷ ଉତ୍ସବ ଅବସରରେ ରେଢ଼ାଖୋଲ ପ୍ରଭୁଜୀ ଇଂରାଜୀ ମାଧ୍ୟମ ସ୍କୁଲରେ ଅନୁଷ୍ଠିତ ପ୍ରଭୁଜୀ ସମ୍ମାନ ପ୍ରଦାନ ଉତ୍ସବ ଅବସରରେ ବିଦ୍ୟାଧରଙ୍କୁ ଏକ ଆଡ଼ମ୍ବର କାର୍ଯ୍ୟକ୍ରମ ଆୟୋଜନରେ ଅନୁଷ୍ଠାନର ବରିଷ୍ଠ ଅଧିକାରୀ, ସ୍ଥାନୀୟ ରାଜନେତା, ଅଭିନେତ୍ରୀ ରାଜଲକ୍ଷ୍ମୀ ରାଉତ ଓ ସନ୍ୟାସିନୀ ସୁଧା ମା’ ଉପସ୍ଥିତରହି ଓତରିୟ, ମାନପତ୍ର, ରୁଦ୍ରାକ୍ଷ ମାଳ ଏବଂ ଗୀତା ପ୍ରଦାନକରି ଅତିଥିମାନେ ବିଦ୍ୟାଧରଙ୍କୁ ପ୍ରଭୁଜୀ ସେବା ସମ୍ମାନରେ ସମ୍ମାନିତ କରିଛନ୍ତି। ସୂଚନାଥାଉକି ଶ୍ରୀ ବାରିକ ଗତ ତିନି ବର୍ଷଧରି ରାଜ୍ୟର ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ କର୍ପୋରେଟ୍ ସଂସ୍ଥା ଗୁଡ଼ିକରେ ମୋଟିଭେସନାଲ ୱାର୍କସପ୍ ଜରିଆରେ ଆର୍ଟ ଅଫ୍ ଗିଭିଂକୁ ପ୍ରଚାର ପ୍ରସାର କରୁଛନ୍ତି। ଯେଉଁଥିରେ ସକରାତ୍ମକ ମନୋଭାବ, ପରୋପକାରିତା, ଶାନ୍ତିପ୍ରାପ୍ତି, ସ୍ବାସ୍ଥ୍ୟହିଁ ସମ୍ପଦ, ବ୍ୟକ୍ତିଗତର ବିକାଶ, ନିତିଦିନିଆଁ ଜୀବନ ପ୍ରଣାଳି, କର୍ମ ଅନୁଷ୍ଠାନ ପ୍ରତି ଦାୟୀତ୍ବବାନ ଓ ବିଶ୍ବାସୀ ହେବାର ସଫଳ ରହସ୍ୟ ବିଷୟନେଇ ବକ୍ତବ୍ୟ ଦେଉଛନ୍ତି। ଶିକ୍ଷାବିତ୍ ତଥା କିଟ୍ – କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କଠାରୁ ପ୍ରେରିଣାପାଇ ସେ ତାଙ୍କ ପ୍ରତିଷ୍ଠିତ ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମକୁ ମଧୁରବାଣୀ ମୋଟିଭେସନାଲ ସୋ’ ମାଧ୍ୟମରେ ପ୍ରତିବର୍ଷ ୨୦ର ଅଧିକ ଅନୁଷ୍ଠାନକୁ ବୁଲି ପ୍ରେରଣାଦାୟୀ ବକ୍ତା ଭାବେ ଯୋଗଦେଉଛନ୍ତି।

ଏହା ଦ୍ବାରା ସମାଜରେ ସକରାତ୍ମକ ମନୋଭାବ ବ୍ୟକ୍ତିତ୍ବ ସଂଖ୍ୟା ବଢ଼ିବ ଓ ସଂସ୍କାର ସଂସ୍କୃତିର ସୁରକ୍ଷା ହୋଇପାରିବ ବୋଲି‌ ଶ୍ରୀ ବାରିକ ଆଶାପ୍ରକଟ କରିଛନ୍ତି। ଚଳିତବର୍ଷ ୨୦୨୪ରେ ସେ ପ୍ରତିମାସରେ ୪ଟି ଅନୁଷ୍ଠାନକୁ ଯାଇ ଏହି ଆର୍ଟ ଅଫ୍ ଗିଭିଂ ମୋଟିଭେସନାଲ କାର୍ଯ୍ୟକ୍ରମ ମଧୁରବାଣୀ ସୋ’ରେ ଯୋଗଦେବେ ବୋଲି ମତପ୍ରକାଶକରିଛନ୍ତି। ଏପରି ଏକ ସମାଜସେବୀ କାର୍ଯ୍ୟକୁ ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ପ୍ରଶଂସକ ପ୍ରଶଂସାକରୁଥିବା ଦେଖିବାକୁ ମିଳିଛି। ଆଗାମି ଦିନରେ ଏହି କାର୍ଯ୍ୟକ୍ରମକୁ ଓମଟିଭି ଜରିଆରେ ସିଧା ପ୍ରଶାରଣ କରାଯିବାନେଇ ଆୟୋଜନ କରାଯାଉଥିବା ଜଣାପଡ଼ିଛି।       

JOIN NEW BHUBANESWAR PRESS CLUB : 9439177630