ବନ୍ଧୁଙ୍କ ରହସ୍ୟ ଜନକ ମୃତ୍ୟୁକୁ ନେଇ ବିବାଦରେ ଅଲିମ୍ପିଆନ ବିରେନ୍ଦ୍ର  : ଓମଟିଭି

ବନ୍ଧୁଙ୍କ ରହସ୍ୟ ଜନକ ମୃତ୍ୟୁକୁ ନେଇ ବିବାଦରେ ଅଲିମ୍ପିଆନ ବିରେନ୍ଦ୍ର  ଭୁବନେଶ୍ବର, ୨୮/୬/୨୨(ଓମ): ଅଲମ୍ପିଆନ ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ଆସିଛି ହତ୍ୟା ଅଭିଯୋଗ । ବିରେନ୍ଦ୍ରଙ୍କ ବନ୍ଧୁ ଆନନ୍ଦ ଟ‌ପ୍ପୋଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବିରେନ୍ଦ୍ରଙ୍କ ନାମରେ ହୋଇଛି ହତ୍ୟା ଅଭିଯୋଗ। ଏନେଇ ଆନନ୍ଦଙ୍କ ପରିବାରଲୋକ ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘଟଣାର ତଦନ୍ତ କରାଯାଉ ବୋଲି ମତପ୍ରକାଶକରିଛନ୍ତି।

ବନ୍ଧୁଙ୍କ ରହସ୍ୟ ଜନକ ମୃତ୍ୟୁକୁ ନେଇ ବିବାଦରେ ଅଲିମ୍ପିଆନ ବିରେନ୍ଦ୍ର  : ଓମଟିଭି

ବନ୍ଧୁଙ୍କ ରହସ୍ୟ ଜନକ ମୃତ୍ୟୁକୁ ନେଇ ବିବାଦରେ ଅଲିମ୍ପିଆନ ବିରେନ୍ଦ୍ର 

ଭୁବନେଶ୍ବର, ୨୮/୬/୨୨(ଓମ): ଅଲମ୍ପିଆନ ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ଆସିଛି ହତ୍ୟା ଅଭିଯୋଗ । ବିରେନ୍ଦ୍ରଙ୍କ ବନ୍ଧୁ ଆନନ୍ଦ ଟ‌ପ୍ପୋଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବିରେନ୍ଦ୍ରଙ୍କ ନାମରେ ହୋଇଛି ହତ୍ୟା ଅଭିଯୋଗ। ଏନେଇ ଆନନ୍ଦଙ୍କ ପରିବାରଲୋକ ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘଟଣାର ତଦନ୍ତ କରାଯାଉ ବୋଲି ମତପ୍ରକାଶକରିଛନ୍ତି। ଘଟଣାଅନୁଯାୟୀ ଗତ ଫେବୃଆରୀ ୨୮ ରେ ବିରେନ୍ଦ୍ରଙ୍କ ବନ୍ଧୁ ଆନନ୍ଦ ଇନ୍‌ଫୋସିଟିସ୍ଥିତ ବିରେନ୍ଦ୍ରଙ୍କ ଆପାର୍ଟମେଣ୍ଟର ଟୁବିଏଚକେ ରୁମରେ ମୃତ ବରଣ କରିଥିଲେ। ତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ପୁଲିସ୍ ଜବତ କରିଥିଲା। ଏହି ମୃତ୍ୟୁକୁ ଏକ ଅସ୍ବଭାବିକ ମୃତ୍ୟୁ (ୟୁଡ଼ି) ବୋଲି ଦର୍ଶାଇ ପୁଲିସ୍ ଏକ ମାମଲା ରଜୁକରିଥିଲା। ମାତ୍ର ଆନନ୍ଦଙ୍କ ପରିବାରଲୋକ ମୃତ୍ୟୁ ଖବରପାଇ ଭୁବନେଶ୍ବରେ ପହଞ୍ଚିଲା ପରେ ଘଟଣାକୁ ନେଇ ହତ୍ୟା ବୋଲି ସନ୍ଦେହ କରିଥିଲେ। ଯାହାକୁ ପୁଲିସ୍ ଗୁରୁତର ଭାବରେ ତଦନ୍ତ କରୁନଥିବା ମୃତ ଆନନ୍ଦଙ୍କ ପରିବାରଲୋକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶକରିଛନ୍ତି। ମୃତକଙ୍କ ବାପା ଓ ମା’ଙ୍କ କହିବା ଅନୁଯାୟୀ ହକି କ୍ରୀଡ଼ା ଜଗତର ଏକ ଜଣାଶୁଣା ନାଁ ଅଲିମ୍ପିଆନ  ବିରେନ୍ଦ୍ର ଲାକ୍ରା ଜଣେ ଡିଏସପି ହୋଇଥିବାରୁ ତଦନ୍ତ ଠିକସେ ହେଉନାହିଁ । ତାଙ୍କ ପୁଅ ସଂପୂର୍ଣ୍ଣ ସୁସ୍ଥ ଥିଲେ ।  କିନ୍ତୁ ହଠାତ୍ ୨୮ ତାରିଖରେ ଭୁବନେଶ୍ୱରରେ ତାଙ୍କ ମୃତଦେହ ମିଳିଥିଲା । ଆଉ ଭୁବନେଶ୍ୱରରେ ପହଞ୍ଚିବା ପରେ ବୀରେନ୍ଦ୍ର ସେମାନଙ୍କୁ ଘଟଣାସ୍ଥଳକୁ ନ ନେଇ ଥାନାକୁ ଆଲୋଚନା କରିବାପାଇଁ ନେଇଯାଇଥିଲେ । ମୃତ୍ୟୁଦିନ ଫ୍ଲାଟରେ କେବଳ ବୀରେନ୍ଦ୍ର  ଓ ଆନନ୍ଦ ଏବଂ ତାଙ୍କ ଯୁବତୀ ବନ୍ଧୁ ଥିଲେ । ଯାହାନେଇ ଆନନ୍ଦର ମୃତ୍ୟୁ ରହସ୍ୟ ବେକଳ ବିରେନ୍ଦ୍ରଙ୍କୁ ଜଣାବୋଲି ଅଭିଯୋଗ ହୋଇଛି। ଅପରପକ୍ଷରେ ଇନ୍‌ଫୋସିଟି ଥାନା ଆଇଆଇସି ସମିତା ମିଶ୍ରଙ୍କ କହିବା ଅନୁଯାୟୀ ବିରେନ୍ଦ୍ରଙ୍କ ନିକଟ ଘରେ ଆନନ୍ଦ ଓ ତାଙ୍କର ଜଣେ ଯୁବତୀ ବନ୍ଧୁ ରହୁଥିଲେ। ଆନନ୍ଦ ବିବାହିତ ହୋଇ ପୁଣି ଯୁବତୀ ବନ୍ଧୁଙ୍କ ସହ ସଂମ୍ପର୍କରେ ରହିବାକୁ ଇଚ୍ଛାକରୁଥିଲେ। ଯହାକୁ ଯୁବତୀ ବନ୍ଧୁ ଜଣଙ୍କ ବାରଣକରିବାରୁ ସେ ମାନସିକ ଚାପରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। ଯାହାଏକ ଅପମୃତ୍ୟୁ ମାମଲା।