What's Your Reaction?
Join our subscribers list to get the latest news, updates and special offers directly in your inbox
ଡ଼ମଣା ଟ୍ରାଫିକ୍ ସିଗ୍ନାଲ୍ରେ ପାତର ଅନ୍ତର, ୩୦ ବଦଳରେ ୧୦ ସେକେଣ୍ଟ୍
ଭୁବନେଶ୍ବର ୨୮/୬/୨୨(ଓମ): ଟ୍ରାଫିକ୍ କଟକଣା ନେଇ କମିଶନରେଟ୍ ପୁଲିସ୍ ଯେତିକି ତତ୍ପର ହୋଇ ଉଠିଛି। ଏବେ ସେହିପରିମାଣର ଟ୍ରାଫିକ୍ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କରୋନା ନେଇ ଟ୍ରାଫିକ୍ କଟକଣାରେ ପ୍ରଭାବ ଦେଖାଯାଉଥିଲା ବେଳେ ଅନେକ ସ୍ଥାନରେ ନିୟମ ନମାନି ଗାଡ଼ି ଚଲାଉଥିବା ଲୋକଙ୍କପ୍ରତି ଚେକିଂ କିଛି ଦିନ ହେବ ଠପ୍ ହୋଇଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣ କରିବାନେଇ ବିଭିନ୍ନ ଛକରେ ପାରାଲାଲ୍ ସିଗ୍ନାଲ୍ ସିଷ୍ଟମ୍ କରାଯାଇଥିଲେ ମଧ୍ୟ ଏବେ ଡ଼ମଣା ଜନଗହଳି ଟ୍ରାଫିକ୍ ଛକରେ ଦେଖାଯାଇଛି ପାତର ଅନ୍ତର। ଓମଫେଡ଼୍ ଦିଗରୁ ଶୈଳଶ୍ରୀବିହାର କିମ୍ବା ପଟିଆ ଯାତାୟତ କରୁଥିବା ଜାନବାହାନ, ପଟିଆ ଦିଗରୁ ଓମଫେଡ଼୍ ଯାତାୟତ କରୁଥିବା ଗାଡ଼ି, ଶୈଳଶ୍ରୀବିହାର ଦିଗରୁ ନାଲକୋ ଯାତାୟତ କରୁଥିବା ଗାଡ଼ି ଗୁଡ଼ିକ ପାଇଁ ପାଖାପାଖି ୩୦ ସେକେଣ୍ଟରୁ ଅଧିକ ସମୟ ସିମା ନିର୍ଧାରଣ କରାଯାଇଥିବା ବେଳେ ଡ଼ମଣା ଦିଗରୁ ପଟିଆ ଶୈଳଶ୍ରୀବହିାର ଯାଉଥିବା ଗାଡ଼ି ଗୁଡ଼ିକୁ ମାତ୍ର ୧୦ ସେକେଣ୍ଟ୍ ସମୟ ଦିଆଯାଉଛି। ଫଳରେ ୧୦ ସେକେଣ୍ଟ୍ରେ ମାତ୍ର ୧୦ଟି ଗାଡ଼ି ଟ୍ରାଫିକ୍ ସିଗ୍ନାଲ୍ ଅତିକ୍ରମ କରିବାରେ ସଫଳ ହୋଇ ପାରୁଛି। ଯାହାନେଇ ଉକ୍ତ ଦିଗରେ ଗାଡ଼ି ଗୁଡ଼ିକ ଲମ୍ବା ଲାଇନ୍ ହୋଇ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଠିଆହେଉଥିବା ଦେଖିବାକୁ ମିଳୁଛି। ଅନ୍ୟ ପକ୍ଷରେ ଡ଼ମଣା ଗାଡ଼କଣ ଦୁଇ ଥାକିଆ ରାସ୍ତା ଏକ ପ୍ରକାର ଯାତାୟତପାଇଁ ଉପଯୋଗି ହୋଇଯାଇଥିବାରୁ ଉକ୍ତ ଦିଗଦେଇ ଶହଶହ ଗାଡ଼ି ଆସୁଛି। ମାତ୍ର ଡ଼ମଣା ଛକରେ ବିଳମ୍ବିତ ସମସୟ ପର୍ଯ୍ୟନ୍ତ ଅଟକିବା ନେଇ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି ଗାଡ଼ି ଚାଳକ। ସବୁ ଦିଗରୁ ସମାନ ସମୟ ଅର୍ଥାତ ୩୦ ସେକେଣ୍ଟରୁ ଅଧିକ ସମସୟ ଦିଆଗଲେ ଭଲ ହୁଅନ୍ତା ବୋଲି ସ୍ଥାନୀୟବାସିନ୍ଦା ଚନ୍ଦ୍ରଶେଖପୁର ଟ୍ରାଫିକ୍ ନିୟନ୍ତ୍ରଣ କାର୍ଯ୍ୟାଳୟରେ ନିବେଦ କରିଛନ୍ତି।
BIDYADHAR BARIK MADHU Aug 31, 2022 0 26472
BIDYADHAR BARIK MADHU Apr 17, 2023 0 11730
BIDYADHAR BARIK MADHU Nov 23, 2024 0 65259
୨୪ବର୍ଷ ପରେ ପୁରଣ ହେଲା ଦାବି …ବିବାଦିୟ ଖାଲଖମା ରଙ୍ଗମାଟିଆ ଗ୍ରାମ୍ୟ ରାସ୍ତା ପକ୍କାହେଲା : Ommtv
BIDYADHAR BARIK MADHU Nov 12, 2024 0 56155
ବେଲଜ୍ୟାଙ୍କୁ ଲାଜ ନାହିଁ..କଳଙ୍କିତ କଳାକାର କଳି : Ommtv
BIDYADHAR BARIK MADHU Jul 14, 2024 0 42589
Priyadarshi understood the problems of the residents of Budhbihar : Ommtv Round...
BIDYADHAR BARIK MADHU May 25, 2023 0 54030
Art of Giving
BIDYADHAR BARIK MADHU Dec 24, 2024 0 38984
KIIT Knowledge Tree Lecture, Students should maintain Moral along with Education:...
BIDYADHAR BARIK MADHU Dec 8, 2024 0 72403
ଜୀ ସାର୍ଥକ ଶୁଭାରମ୍ଭ କଲା ଦୁଇଟି ନୂଆ ଧାରାବାହିକ ସହ ଗୋଟିଏ ରିୟାଲିଟି ଶୋ : Ommtv
BIDYADHAR BARIK MADHU Jul 21, 2024 0 30435
BIDYADHAR BARIK MADHU Aug 9, 2023 0 26976
Madhurabani
BIDYADHAR BARIK MADHU Nov 4, 2024 0 38090
ଭୁବନେଶ୍ୱରରେ କିଟ୍ ନହ୍ନିପରୀ ଆଞ୍ଚଳିକ ଅଡିସନ ଶେଷ : Ommtv
BIDYADHAR BARIK MADHU Nov 23, 2024 0 33870