ରଙ୍ଗମାଟିଆ ଓ ଓସ୍ତପଡ଼ା ଗ୍ରାମରେ ଝାମୁଯାତ୍ରା : Ommtv Round The Clock

ରଙ୍ଗମାଟିଆ ଓ ଓସ୍ତପଡ଼ା ଗ୍ରାମରେ ଝାମୁଯାତ୍ରା : Ommtv Round The Clock

ରଙ୍ଗମାଟିଆ ଓ ଓସ୍ତପଡ଼ା ଗ୍ରାମରେ ଝାମୁଯାତ୍ରା : Ommtv Round The Clock

ରଙ୍ଗମାଟିଆ ଓ ଓସ୍ତପଡ଼ା ଗ୍ରାମରେ ଝାମୁଯାତ୍ରା : Ommtv Round The Clock

ଅଘୋରତପୋରେ ଝୁଲିଲେ ନିଆଁରେ ଚାଲିଲେ, ଗରମ କ୍ଷୀରି ଖାଇଲେ, ରଡ଼ ନିଆଁରେ ଚାଲିଲେ କାଳେଶୀ

ରଙ୍ଗମାଟିଆ ଗ୍ରାମର ମା’ବାସୁଳେଇ ପୀଠରେ ଆଜି ଧୁମଧାମରେ ମା’ଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମା’ବାସୁଳେଇ ଲାଗୁଥିବା କାଳେଶୀ ଭଗବାନ ମହାରଣାଙ୍କୁ ଅଘୋରତପୋରେ ଝୁଲାଯାଇଥିଲା। ଅନ୍ୟ ପକ୍ଷରେ ଅନ୍ୟ କାଳେଶୀ ଓ ଦଣ୍ଡୁଆମାନେ ଗଡ଼ ନିଆଁରେ ଚାଲିଥିଲେ। ୫୦ ବ‌ର୍ଷର ଏହି ଅନୁଷ୍ଠାନରେ ଚଳିତବ‌ର୍ଷ ପ୍ରାୟ ୫୦ରୁ ଅଧିକ ଦଣ୍ଡୁଆମାନେ ଯୋଗଦେଇଥିଲେ। ଗତ ସାତ ଦିନ ବ୍ୟାପି ମାନସିକଧାରି ଦଣ୍ଡୁଆମାନେ ‌ମା’ଙ୍କ ପୀଠରେ ଅଧିଆପଡ଼ି ଥିଲେ। ପ୍ରତିଦିନ ଆଖପାଖ ଅଞ୍ଚଳକୁ ମାଗୁଣି କରିବା ଉଦ୍ୟେଶକରେ ବୁଲି ବିଭିନ୍ନ ଗ୍ରାମଦେବତୀଙ୍କ ପୀଠରେ ବାଲିରେ ଗଡ଼ି ଝୁଣାମାଡ଼ ଖାଉଥିଲେ। ଗତକାଲି ମେରୁଯାତ୍ରାରେ ସମସ୍ତ‌େ ଭାଗନେଇଥିଲା ବେଳେ ଆଜି ଝାମୁଯାତ୍ରାରେ ଯୋଗଦେଇ ନିଆଁରେ ଚାଲି ଘିଅ ନିଆଁ ସଳିତାକୁ ପାଟିରେ ପୁରାଇ ହଜାର ହଜାର ଶ୍ରର୍ଦ୍ଧାଳୁଙ୍କ ଉପସ୍ଥିତିରେ ପରୀକ୍ଷାଦେଇଥିଲେ। ଏହି ଅବସରରେ ରଙ୍ଗମାଟିଆ ଯାତ୍ରା ପଡ଼ିଆରେ ୭ଟି ନିଆଁ ଗାଡ଼ ଓ ୧୪ଟି ପୁଣିଗାଡ଼ ଖୋଳାଯାଇଥିଲା। କାଳେଶୀମାନେ ମଧ୍ୟାହ୍ନରେ ଗାଁ ବୁଲି ଆସିବାପରେ ଯମୁନା ଗାଧୋଇବାପାଇଁ ନିକଟ ପୋଖରୀକୁ ଯାଇ ସେଠାରେ ନୂଆ ପ‌ୋ‌ଷାକ ପିନ୍ଧି ଯାତ୍ରା ପଡ଼ିଆକୁ ଆସିଥିଲେ। ପରେ ଏକ ହୋମ ଯଜ୍ଞରେ ଭାଗନେଇ ଝାମୁ ଯାତ୍ରା ପଡ଼ିଆକୁ ଯାଇ ନିଆଁରେ ଚାଲିଥିଲେ ଓ କାଳେଶୀମାନେ ଅଘୋରତପୋରେ ଝୁଲି ଝୁଣାମାଡ଼ ଖାଇଥିଲେ। ଝାମୁଯାତ୍ରା ଶେଷହେବାପରେ କାଳେଶୀମାନେ ପୀଠରେ ଉପାଧିଆ ପଡ଼ିଥିବା କିଛି ମାନସିକଧାରୀ ଶ୍ରର୍ଦ୍ଧାଳୁଙ୍କୁ ହୁକୁମ ଦେଇଥିଲେ। ରଙ୍ଗମାଟିଆ ଝାମୁ ଯାତ୍ରା କମିଟି ପକ୍ଷରେ ସମସ୍ତ ଶ୍ରର୍ଦ୍ଧାଳୁଙ୍କୁ ଫଳ ପଣାର ପ୍ରଦାନ କରାଯାଇଥିଲା। ସେହିଭଳି କଲ୍ୟାଣପୁର ପଞ୍ଚାୟତ କଳାଝରୀ ଓସ୍ତପଡ଼ା ଗ୍ରାମରେ ଆଜି ଗ୍ରାମଦେବତୀ ମା’ମଙ୍ଗଳାଙ୍କ ପୀଠରେ ଅନୁ‌ଷ୍ଠିତ ହୋଇଯାଇଛି ଝାମୁଯାତ୍ରା। ଯେଉଁ ଯାତ୍ରାରେ ମୁଖ୍ୟ କାଳେଶୀ ରୋହିତ ସାମଲଙ୍କୁ ବାଟୁଆଶୁଣି ମା’ ଲାଗିଥିଲେ। ପାଖାପାଖି ୨୦ର ଅଧିକ ପାଟୁଆ ଏହି ଝାମୁ ଯାତ୍ରାରେ ଯୋଗଦେଇ ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଆଖପାଖ ଅଞ୍ଚଳର ଗ୍ରାମଦେବତୀଙ୍କ ପୀଠବୁଲି ବାଲିରେ ଗଡ଼ିଥିଲେ। ମଧ୍ୟାହ୍ନରେ ଝାମୁ ଯାତ୍ରା ପଡ଼ିଆରେ ଏକ ବଡ଼ ପିତଳ ହଣ୍ଡାରେ ଗରମ କ୍ଷୀରି ପ୍ରସ୍ତୁତ କରାଯାଇଥିଲା। ଯେଉଁଥିରେ ମୁଖ୍ୟ କାଳେଶୀ ରୋହିତ ହାତପୁରାଇ କ୍ଷୀରି ଖାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ୩ଜଣ କାଳେଶୀ ଓ ଅନ୍ୟ ପାଟୁଆମାନେ ୫ଫୁଟର ଗାତ ଭିତରେ ଲାଗିଥିବା ଗଡ଼ ନିଆଁରେ ଚାଲି ଭକ୍ତି ପରୀକ୍ଷା ଦେଇଥିଲେ। ଏହି ଅବ‌ସରେ ଉପସ୍ଥିତ ଶହ ଶହ ଶ୍ରର୍ଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନ ଓ ବେଲ ପଣା ପ୍ରସ୍ତୁତ କରାଯାଇଥିଲା। ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତରାୟ ଯୋଗଦେଇ ଶ୍ରର୍ଦ୍ଧାଳୁମାନଙ୍କୁ ପଣା ବଣ୍ଟନ କରିଥିଲେ। 

Mother's procession has been held in Dhumdham today at Ma'basulei Pith of Rangmatia village। On this occasion, Lord Maharana, who was dying, was hanged in the abyss। On the other hand, the other people and the people were walking in the fire of the fort। More than 50 people attended this institution of 50 years। For the past seven days, the mentally ill were lying on the mother's pedestal। Every day, with the intention of asking for the surrounding area, he used to go around and eat the sand in the pithas of various village deities। While everyone participated in the march yesterday, today he joined the march and put the fire in his mouth and tested it in the presence of thousands of devotees। On this occasion, 7 fire pits and 14 more vehicles were dug in Rangmatia Yatra area। When the villagers came around the village in the afternoon, Yamuna went to the nearby pond to bathe and came to the Yatra area wearing new clothes। Later, taking part in a homam yajna, he went to the Jhamu Yatra area and went on fire, and the people hanged themselves in the fire। At the end of the journey, the Kashi gave orders to some of the mentally ill devotees who were lying on the pedestal। On behalf of the Rangmatia Jhamu Yatra Committee, all the devotees were given fruits। Similarly, Jhamu Yatra has been established today at Gramdevati Ma'amangala's Peetha in Kalyanpur Panchayat Kalajhari Oostpada village। On the journey where the chief Kashi Rohit Samal was batuashuni, Ma’ was attached। More than 20 Patuas joined the Jhamu Yatra and rolled in the sand from morning till noon। In the afternoon, hot milk was prepared in a large brass pot at Jhamu Yatra area। In which the chief Kashi Rohit shook hands and ate milk। Among others, three Kashi and other Patuas conducted a devotional test on the fire of the fort inside a 5-foot hole। Prasad consumption and bel pana were prepared for the hundreds of devotees present in this absa। North Bhubaneswar MLA Sushant Rautharai joined and distributed leaves to the devotees।