ପାଳ କୁଡ଼ିଆରେ ଦୁଇ ଛୁଆ ଜୀବନ୍ତ ଦଗ୍ଧ : Ommtv
(ରିପୋର୍ଟ : ମହେଶ୍ବର ପତି କଳାହାଣ୍ଡି ଜିଲା ମୁଖ୍ୟ) :କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ଲIକଵାହIଲି ପଞ୍ଚାୟତର ତାଳବୋରା ଗ୍ରାମର ପାଳ କୁଡ଼ିଆରେ ଦୁଇ ଛୁଆ ଖେଳିବା ସମୟରେ ଜୀବନ୍ତ ଜଳିଗଲେ,ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲIକବାହIଲି ପଞ୍ଚାୟତର ତାଳବୋରା ଗ୍ରାମରେ ଘଟି ଯାଇ ଅଛି I ସେହି ଗ୍ରାମର ବଡ଼ ବିଶି ମାଝୀ ଓ ସୁଶାରୀ ମାଝୀଙ୍କ ପାଞ୍ଚ ବର୍ଷର ପୁଅ ଓ ଚାରି ବର୍ଷର ଝିଅ ତା 11/02/24 ରିଖ ମଙ୍ଗଳ ବାର ଦିନ ଦଶ ଘଣ୍ଟା ସମୟରେ କାନ୍ଦୁଲ ଗୁଡ଼ିଆ ବା କାନ୍ଦୁଲ ଚାଷ କରିଥିବା ପାହାଡିଆ ଜମିରେ ମାଆ ସୁଶାରୀ ମାଝୀ ପାଳ କୁଡ଼ିଆ ମାଧ୍ୟ୍ୟରେ ଦୁଇ ଛୁଆଙ୍କୁ ଛାଡି କିଛି ଦୂରରେ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ I ଏହି ସମୟରେ ପାଳ କୁଡ଼ିଆରେ ହଠାତ ନିଆଁ ଲାଗି ଯାଇଥିଲା I ଦୁଇ ଛୁଆଙ୍କ ଚିତ୍କାର ଶୁଣି ମାଆ ସୁଶାରୀ ମାଝୀ ସେହି ପାଳ କୁଡ଼ିଆ ପାଖକୁ ଦୌଡ଼ି ଆସିଥିଲେ ମାଆ ସୁଶାରୀ ମାଝୀ ଆସିଲା ବେଳକୁ ଦୁଇ ଛୁଆ ଜୀବନ୍ତ ଜଳି ଯାଇଥିଲେ,ମାଆ ପାଳ କୁଡ଼ିଆ ପାଖକୁ ଆସିବା ପୂର୍ବରୁ ସବୁକିଛି ସରି ଯାଇଥିଲା I ପୁଅ ଝିଅଙ୍କ ମୃତ୍ୟୁରେ ସ୍ୱାମୀ ଓ ସ୍ତ୍ରୀ ପୁରା ଭାଙ୍ଗି ପଡ଼ିଥିବା ବେଳେ ଦୁଃଖ ଓ ଶୋକରେ ମ୍ରିୟମାଣ ହୋଇ ସେମାନେ ଗାଁ ସ୍ମଶାନରେ ମୃତ୍ୟୁ ଦୁଇ ପୁଅ ଝିଅଙ୍କ ଶବ ସଂସ୍କାର କରିଥିଲେ I ଏହି ଖବର ପାଇ ଆଜି ଲାଞ୍ଜିଗଡ ବ୍ଲକ ପୂର୍ବତନ ଉପIଦକ୍ଷ ଶ୍ରୀଧର ପେଷିନିଆ ସେଠାରେ ପହଂଚି ଥିଲେ ଓ ତାଙ୍କ ପରିବାରକୁ ଆଶ୍ବସନା ଦେଇଥିଲେ ତତ ସଙ୍ଗେ ସଙ୍ଗେ ଶବ ଦାହା ପାଇଁ ଦଶହଜାର ଟଙ୍କା ତାଙ୍କ ଗ୍ରାମ ବାସୀଙ୍କ ଉପସ୍ଥିତିରେ ଟଙ୍କା ଦେଇଥିଲେ I ସେହି ଦୁଇ ଛୁଆ ପୋଡି ଯିବା ଥିବା ଜାଗାକୁ ଲାଞ୍ଜିଗଡ IIC ଜିତେନ୍ଦ୍ର ବିଶ୍ୱାଳ ଓ ବିଜେପୁର IIC ବିଶ୍ଵମ୍ବାର କହଁର ଏବଂ ବିଜେପୁର ରେଭନୟୁ RI ଶ୍ରୀକାନ୍ତ ଧଙ୍ଗଡ଼ାମାଝୀ ସେହି ଜାଗାରେ ପହଂଚି ତଦନ୍ତ କରିଥିଲେ I କିନ୍ତୁ ଆଜକୁ ଦୁଇ ଦିନ ବିତି ଗଲାଣି ଏବ ପର୍ଯ୍ୟନ୍ତ କୌଣସି ସରକାରି ସହାୟତା ତାଙ୍କରି ପାଖରେ ପହଂଚି ନାହିଁ I
![](https://www.ommtv.in/uploads/images/2024/11/image_750x_67452ab80cad1.jpg)