ମା ଓ ପୁଅ ବିଦୂତ ସଂସ୍ପର୍ଶରେ ଆସି ଘଟଣା ଜାଗାରେହିଁ ମୃତ୍ୟୁ:Ommtv Kalingavikas
ମା ଓ ପୁଅ ବିଦୂତ ସଂସ୍ପର୍ଶରେ ଆସି ଘଟଣା ଜାଗାରେହିଁ ମୃତ୍ୟୁ:Ommtv Kalingavikas
ମା ଓ ପୁଅ ବିଦୂତ ସଂସ୍ପର୍ଶରେ ଆସି ଘଟଣା ଜାଗାରେହିଁ ମୃତ୍ୟୁ:Ommtv Kalingavikas

କଳାହାଣ୍ଡି ଜିଲ୍ଲା, ୨୬/୦୫ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତର ପୁଈଗୁଡା ଗ୍ରାମର ମା ପୁଅ ଦୁଇ ଜଣ ଯାକ ବିଦୂତ ସଂପର୍ଶରେ ଆସି ସକାଳ ଆଠ ଘଣ୍ଟା ସମୟରେ ମୃତ୍ୟୁ ବରଣ କରଛନ୍ତି I ସେ ହେଉଛନ୍ତି ଶନ୍ତୋଷ ନାଏକ ଏକ ମାତ୍ର ପୁତ୍ର ସବୀର ନାଏକ ବୟସ ୦୭ ମାସ ପୁଅ ଓ ତାଙ୍କ ସ୍ତ୍ରୀ ଫୁଲମତି ନାଏକ ବୟସ ୨୯ ବର୍ଷ ବୟସର ସ୍ତ୍ରୀ ଲୋକ ଅଟନ୍ତି I ସେ ଆଜି ସକାଳୁ ସାବତ୍ରୀ ଅମାବାସ୍ୟା ପୂଜା କରିବା ପାଇଁ ଘର ଲିପା ପୋଛା ଝଡା ଝଡି କରିବା ସମୟରେ ପ୍ରଥମେ ବିଦୂତ ସଂସ୍ପର୍ଶରେ ଆସିଥିଲେ ସେହି ସମୟରେ ଫୁଲମତି ନାଏକ ସେ ତାଙ୍କର ସାତ ମାସର ପୁଅକୁ ଧରି କାମ କରଥିବା ସମୟରେ ଏଇ ଘଟଣା ଘଟିଥିଲା I ସେହି ସମୟରେ ମୃତ୍ୟୁ ମହିଳାଙ୍କ ସ୍ଵାମୀ ଘରେ ନଥିଲେ ତାଙ୍କରି ଗ୍ରାମର ଲୋକେ ଦେଖି ତୁରନ୍ତ ତାଙ୍କ ସ୍ଵାମୀଙ୍କୁ ଡାକିଥିଲେ ତତ ସଙ୍ଗେ ସଙ୍ଗେ ବିଜେପୁର ଥାନା ଆଇ ଆଇ ସି ବିଶ୍ୱମ୍ବର କହଁରଙ୍କୁ ଫୋନ୍ କରି ସମସ୍ତ କଥା କହିଥିଲେ I ତୁରନ୍ତ ଆଇ ଆଇ ସି ଶ୍ରୀ କହଁର ଯଥା ଶୀଘ୍ର ସଦଳବଳେ ଯାଇ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ କଥା ତଦନ୍ତ କରିବା ପରେ ମା ପୁଅ ଶବକୁ ଆମ୍ବୁଲେନ୍ସ ଯୋଗେ ଲାଞ୍ଜିଗଡକୁ ବ୍ୟବଛେଦ କରିବା ପଠେଇଥିଲେ I ତାପରେ ସନ୍ଧ୍ୟା ୦୫ ଘଣ୍ଟା ସମୟରେ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ସ୍ଥାନୀୟ ପୋଲିସ ଉପସ୍ଥିତରେ ଶବକୁ ହସ୍ତାନ୍ତର କରିଥିଲେ I
