ଲାଞ୍ଜିଗଡ ବାସୀଙ୍କ ମୌଳିଗଲା ଏନଏସି ର ଆଶା :Ommtv Kalinga Vikas
ଲାଞ୍ଜିଗଡ ବାସୀଙ୍କ ମୌଳିଗଲା ଏନଏସି ର ଆଶା :Ommtv Kalinga Vikas
ଲାଞ୍ଜିଗଡ ବାସୀଙ୍କ ମୌଳିଗଲା ଏନଏସି ର ଆଶା :Ommtv Kalinga Vikas

କଳାହାଣ୍ଡି ଜିଲ୍ଲା, ୦୩/୦୯ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ କଳାହାଣ୍ଡି ଜିଲ୍ଲାର ଐତିହାସିକ ଲାଞ୍ଜିଗଡ ସହର ଏହି ସହରଟି କଳାହାଣ୍ଡି ଜିଲ୍ଲା ଓ ପୋଡ଼ସୀ ଜିଲ୍ଲା ରାୟଗଡା ଜିଲ୍ଲାର ସୀମାନ୍ତରେ ଅବସ୍ତିତ I ଲାଞ୍ଜିଗଡ ଠାରେ ଏସିଆର ବୃହତମ କଳାହାଣ୍ଡି ଜିଲ୍ଲା ର ଏକ ମାତ୍ର ଶିଳ୍ପ ଆଲୁମିନା ରିଫାଇନେରୀ ବେଦାନ୍ତ କାରଖାନା ଅବସ୍ଥିତ ଏହI ଓଡିଶା ରାଜ୍ୟରେ ଓ ଭାରତ ବର୍ଷରେ ଏବଂ ବିଦେଶରେ ଲାଞ୍ଜିଗଡ ଗୋଟେ ଜଣା ଶୁଣା ସହରାଞ୍ଚଳ ଅଟେ I ଏହି ସହରରେ ରାଜ୍ୟ ଓ ରାଜ୍ୟ ବାହାରୁ ବୋହୁ ଲୋକ ଆସି ଏଇ ଠାରେ ଘର ଦ୍ୱାର କରି ରହିଲେଣି ଯାହାଫଳରେ ଏଠାରେ ଦିନକୁ ସହରଟି ବଢ଼ିବା ସଙ୍ଗେ ଜନ ସଂଖ୍ୟା ବଢ଼ିବାରେ ଲାଗିଛି ତେଣୁକରି ଲାଞ୍ଜିଗଡ ବିଜ୍ଞIପିତ ଅଞ୍ଚଳ ପରିଷଦର ମାନ୍ୟତା ପାଇବାକୁ ଯୋଗ୍ୟ ଅଟେ I କିନ୍ତୁ ଦୁଃଖର ବିଷୟ କଳାହାଣ୍ଡି ଜିଲ୍ଲାର ଯେଉଁ ତିନି ଗୋଟି ବୋହୁ ପୁରାତନ ପଞ୍ଚାୟତ ଅଛି ତାହା ମଧ୍ୟରୁ ଲାଞ୍ଜିଗଡ ପଞ୍ଚାୟତ ଗୋଟେ ସେ ପୁଣି ହେଲା ୧୯୫୬ ମସିହାରେ ଲାଞ୍ଜିଗଡ ଗ୍ରାମ ପଞ୍ଚାୟତ ସ୍ଥାପନI ହୋଇଥିଲା ଆଜକୁ ୬୯ ବର୍ଷରେ ପ୍ରଦାର୍ପଣ କଲାଣି ଲାଞ୍ଜିଗଡ ଗ୍ରାମ ପଞ୍ଚାୟତ ହୋଇ ରହିଛି I ଇତି ମଧ୍ୟରେ ଲାଞ୍ଜିଗଡର ବିଜ୍ଞIପିତ ଅଞ୍ଚଳ ପରିଷଦ ଘୋଷଣା କରିବା ପାଇଁ ୨୦୧୬ ମସିହାରେ ଲାଞ୍ଜିଗଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ଵଜ ପେସନିଆଙ୍କ ନେତୃତ୍ୱରେ ୧୨ ଜଣିଆ ଦଳ ଯାଇ ପୂର୍ବତନ ସରକାରଙ୍କ ଅମଳରେ ଥିବା ମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ,ମୁଖ୍ୟ ସଚିବ ଓ ବିଭାଗ୍ୟ ସଚିବ ଙ୍କୁ ଭେଟି ଲାଞ୍ଜିଗଡକୁ ବିଜ୍ଞIପିତ ଅଞ୍ଚଳ ପରିଷଦ ରୂପେ ଘୋଷଣା କରାଯାଉ ବୋଲି ଦାବି ପତ୍ର ପ୍ରଦାନ କରି ଆସିଥିଲେ I ଆଜି ପର୍ଯ୍ୟନ୍ତ ଲାଞ୍ଜିଗଡ କେବଳ ଏକ ପଞ୍ଚାୟତ ହୋଇ ରହିଗଲା ଯାହାଫଳରେ ସାମଗ୍ରିକ ବିକାଶ ଦିଗରେ ଅନେକ କାର୍ଯ୍ୟକ୍ରମ ଆଘକୁ ଆଗେଇ ପାରୁନାହିଁ I ଯଦି ଲାଞ୍ଜିଗଡକୁ ବିଜ୍ଞIପିତ ଅଞ୍ଚଳ ପରିଷଦ ଭାବେ ଏହି ସହରକୁ ଘୋଷଣା କରାଗଲେ ଲାଞ୍ଜିଗଡ ସହରର ରାସ୍ତାଘାଟ,ସ୍ୱାସ୍ଥ୍ୟ,ରାସ୍ତା କଡରେ ବିଦ୍ୟୁତ କରଣ,ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ତା ଅନେକ କ୍ଷେତ୍ରରେ ବ୍ୟପକ ସୁଧୁରି ପାରନ୍ତା I କିନ୍ତୁ ସରକାର ଓ ପ୍ରସାଶନର ତଥା ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଇଚ୍ଛାଶକ୍ତିର ମନ ଅଭାବ ଯୋଗୁଁ ତେଣୁକରି ଆଜି ପର୍ଯ୍ୟନ୍ତ ଲାଞ୍ଜିଗଡ ସହରକୁ ବିଜ୍ଞIପିତ ଅଞ୍ଚଳ ପରିଷଦର ମାନ୍ୟତା ମିଳିଲା ନାହିଁ I ଯାହାକି ପୂର୍ବତନ ବିଜେଡି ସରକାରଙ୍କୁ ଲାଞ୍ଜିଗଡର ୧୨ ଜଣିଆ ଦଳ ଭେଟି ଏନଏସି ପାଇଁ ଦାବିପତ୍ର ଦେଇଥିଲେ ସେତବେଳର ସରକାର ପ୍ରତିଶୃତି ଦେଇ କହିଥିଲେକି ଲାଞ୍ଜିଗଡ ଠାରେ ନିଶ୍ଚିତ ଭାବରେ ଲାଞ୍ଜିଗଡରେ ଏନଏସି ହେବ I କିନ୍ତୁ ଏବର ସରକାର ଯେତେବେଳେ ଏନଏସି ଓ ମ୍ୟୁନିସିପାଲିଟି ଘୋଷଣା କଲେ ସେଥିରେ ଲାଞ୍ଜିଗଡର ନାମ ନଥିଲା I ଯାହାଫଳରେ ଲାଞ୍ଜିଗଡ ଅଞ୍ଚଳରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି,ଏବର ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ବିଚାରକୁ ନେଇ ଲାଞ୍ଜିଗଡ ସହରକୁ ଉର୍ନ୍ନତି କରିବା ପାଇଁ ଲାଞ୍ଜିଗଡକୁ ଯଥାଶୀଘ୍ର ଏନଏସି ମାନ୍ୟତା ଦେବାକୁ ଦାବି ଉଠିଛି I ଇତି ମଧ୍ୟରେ ଲାଞ୍ଜିଗଡର ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ଵଜ ପେସନିଆ ଆମ ଅIଘରେ ପରି ପ୍ରକାଶ କହିଛନ୍ତି ଯେ କଳାହାଣ୍ଡି ଜିଲ୍ଲାରେ ଆମ ଲାଞ୍ଜିଗଡ ବୋହୁ ପୁରାତନ ପଞ୍ଚାୟତ ହୋଇ ମଧ୍ୟ୍ୟ ଆମ୍ଭଙ୍କୁ ସରକାର ଏନଏସି ମାନ୍ୟତା ଦେବାରେ ଅବହେଳା କରିଛନ୍ତି I
