ଖରାପ ରାସ୍ତାକୁ ନେଇ ବାତେଲିମା ପଞ୍ଚାୟତ ବାସୀଙ୍କ ରାସ୍ତା ଅବରୋଧ, ସରପଞ୍ଚଙ୍କ ହସ୍ତକ୍ଷେପର ଆଠ ଘଣ୍ଟା ପରେ ସ୍ୱାଭାବିକ : Ommtv
ଖରାପ ରାସ୍ତାକୁ ନେଇ ବାତେଲିମା ପଞ୍ଚାୟତ ବାସୀଙ୍କ ରାସ୍ତା ଅବରୋଧ, ସରପଞ୍ଚଙ୍କ ହସ୍ତକ୍ଷେପର ଆଠ ଘଣ୍ଟା ପରେ ସ୍ୱାଭାବିକ
ଖରାପ ରାସ୍ତାକୁ ନେଇ ବାତେଲିମା ପଞ୍ଚାୟତ ବାସୀଙ୍କ ରାସ୍ତା ଅବରୋଧ, ସରପଞ୍ଚଙ୍କ ହସ୍ତକ୍ଷେପର ଆଠ ଘଣ୍ଟା ପରେ ସ୍ୱାଭାବିକ:Ommtv

କଳାହାଣ୍ଡି ଜିଲ୍ଲା,୧୯/୦୫ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବାତେଲିମା ପଞ୍ଚାୟତବାସୀ ନିଜ ପଞ୍ଚାୟତକୁ ଭଲ ରାସ୍ତା ଖଣ୍ଡେ ନଥିବା ଯୋଗୁଁ ବର୍ଷବର୍ଷ ଧରି ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ପ୍ରଶାସନ ନଶୁଣିବା ଯୋଗୁଁ ଗତ କାଲି ବା ୧୮/୦୫/୨୦୨୫ ତାରିଖ ରବିବାର ଦିନ ବାତେଲିମା ଠାରୁ ନିଆଳି ଦେଇ ବ୍ଲକ ହେଡ଼ କ୍ଵାଟରକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା ଉପରେ ରାସ୍ତା ଅବରୋଧ କରିଥିଲେ I ଯାହା ଫଳରେ ମୁଖ୍ୟ ରାସ୍ତାରେ ପ୍ରାୟ ୦୮ ଘଣ୍ଟା ସମୟ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଥିଲା I ଖବର ପାଇ ବାତେଲିମା ସରପଞ୍ଚ କରୁଣା ମାଝୀ ଘଟଣା ସ୍ଥଳରେ ପହଞ୍ଚି ଜନ ସାଧାରଣଙ୍କୁ ବୁଝାସୁଝା କରିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା I ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁସାରେ ବାତେଲିମା ଠାରୁ ପଞ୍ଚାୟତ ଚାରି ଗୋଟି ଆର୍ଡି ରାସ୍ତା ସଂଯୋଗ କରୁଥିବା ବେଳେ ବାତେଲିମା ଠାରୁ ନିଆଳି ଦେଇ ଲାଞ୍ଜିଗଡ ବ୍ଲକ ହେଡ଼ କ୍ଵାଟର,ବାତେଳିମା ଠାରୁ କଂସାରୀ ଦେଇ ରାୟଗଡ ଜିଲ୍ଲାର ମୁନିଗୁଡା ଓ ବିଷମ କଟକ ଡାକ୍ତରଖାନା, ବାତେଳିମା ଠାରୁ ଛତ୍ରପୁର ଦେଇ ଲାଞ୍ଜିଗଡ,ବାତେଲିମା ଠାରୁ ସିନ୍ଧିବାହିଲି ଓ ବେଳମ୍ବ ଦେଇ ଲାଞ୍ଜିଗଡ ସଂଯୋଗ କରୁଥିବା ଆର୍ଡି ରାସ୍ତାଟି ବର୍ଷବର୍ଷ ଧରି ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି I ଯାହା ଫଳରେ ପଞ୍ଚାୟତକୁ ଆମ୍ବୁଲାନ୍ସ ଯିବା କଷ୍ଟକର ହୋଇପଡ଼ିଥିବା ବେଳେ ଗୁରୁତରପୁର୍ଣ ରୋଗୀ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଡାକ୍ତରଖାନା ନେବା ସମ୍ଭବ ହେଉନାହିଁ I ଏହାକୁ ନେଇ ବ୍ଲକ ଓ ଜିଲ୍ଲା ପ୍ରଶାସନ ଓ ରାଜନେତାଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଯୋଗୁଁ ଗତ କାଲି ସକାଳ ଆଠ ଘଣ୍ଟା ରୁ ଅପରାହ୍ନ ତିନି ଘଣ୍ଟା ପର୍ଯ୍ୟନ୍ତ ବାତେଲିମା ଠାରୁ ନିଆଳି ଦେଇ ବ୍ଲକ ହେଡ଼ କ୍ଵାଟରକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା ଉପରେ ଲୋକେ ରାସ୍ତା ଅବରୋଧ କରିବସିଥିଲେ I ଯାହା ଫଳରେ ମୁଖ୍ୟ ରାସ୍ତାରେ ପ୍ରାୟ ଆଠ ଘଣ୍ଟା କାଳ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇପଡିଥିଲା I ଏହି ଖବର ପାଇ ବାତେଲିମା ସରପଞ୍ଚ କରୁଣା ମାଝୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା I ଆଗାମୀ ସାତ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନିଅନ୍ତି ତେବେହେଲେ ଆମ ପଞ୍ଚାୟତ ବାସୀ ରାଜରାସ୍ତାକୁ ଓଲ୍ଲାଇବା ସହିତ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେବା ସହ ଓ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବୁ ବୋଲି ବାତେଲିମା ପୂର୍ବତନ ସରପଞ୍ଚ ଧନୁ ମାଝୀ, ୱାଡ଼ ମେମ୍ବର ଭଗବାନ ପାତ୍ର, ପୂର୍ବତନ ସମିତି ସଭ୍ୟା ବାସନ୍ତୀ ସାମଲ,ନିର୍ମଳ ସାମଲ,ମୁରଲୀ ନାଏକ, ରୋମିଓ ରଞ୍ଜନ ସାମଲ,କୁମ୍ଭେ ମାଝୀ,ନବୀନ ମାଝୀ,ପ୍ରଭୁରଞ୍ଜନ ସାମଲ,ମାର୍କଣ୍ଡ ଦଣ୍ଡସେନା,ତରୁଣ ସାମଲ,ସୁଭଦ୍ରା ପ୍ରଧାନୀ, ଜୟନ୍ତୀ ଦଣ୍ଡସେନା,କୁମାରୀ ଗୌଡ଼, ସୁକୁମାରି ଦଳପତି, କ୍ଷତି ଭୋଇ, ସଭାରୀ ପାତ୍ର ସମେତ ବାତେଲିମା ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି I ଏନେଇ ଆମେ ସରପଞ୍ଚ କରୁଣା ମାଝୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ମୁଁ ରାସ୍ତା କୁ ନେଉ ପଞ୍ଚାୟତ ସମିତି ବୈଠକରେ ବାରମ୍ବାର ଅଭିଯୋଗ କରିଛି କିନ୍ତୁ ଏହା ବ୍ୟତୀତ ଜିଲ୍ଲାପାଳ ନିକଟରେ ମଧ୍ୟ ଅଭିଯୋଗ କରିଛି ହେଲେ ମଧ୍ୟ କିଛି ରାସ୍ତାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନେଉନାହାନ୍ତି ତେଣୁ ଆଜି ପଞ୍ଚାୟତବାସୀ ଉତ୍ତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ ବୋଲି ଆମ ଆଘରେ ପରି ପ୍ରକାଶ କରିଥିଲେ।
