ଦୁଇ ଘଣ୍ଟା ପାଇଁ କିଟ୍ ରାସ୍ତା ଜାମ.. ଫୁଟପାର୍ଥରେ ଟ୍ରାନସ୍‌ଫର୍ମର, ନୋ ପାର୍କିଂରେ ଗାଡ଼ି : ଓମଟିଭି

ଦୁଇ ଘଣ୍ଟା ପାଇଁ ଟ୍ରାଫିକ୍ ସମସ୍ୟାରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି ସ୍ଥାନୀୟ ଲୋକ। ମାତ୍ର ଏକ କିଲୋମିଟର କିଟ୍ ଛକଠାରୁ ଶିଖରଚଣ୍ଡି ଛକ ପର୍ଯ୍ୟନ୍ତ ଯିବାକୁ ହେଲେ ଲାଗୁଛି ଅଧ ଘଣ୍ଟା। ଏମିତି ପରିସ୍ଥିତି ଲାଗିରହିଲା ଆଜି ମଧ୍ୟାହ୍ନ ୧୨ ଟାରୁ ୨ ଟା ପର୍ଯ୍ୟନ୍ତ। ପ୍ରତ୍ୟେକଦିନ ଏହିପରି ସମସ୍ୟା ଦେଖାଯାଉଥିଲେ ମଧ୍ୟ ସ୍ଥାନୀୟ ଇନ୍‌ଫୋସିଟି ଥାନା ପୁଲିସ୍ କିମ୍ବା ଜେନ୍ ଟ୍ରାଫିକ୍ ପୁଲିସ୍ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନାହିଁ।

ଦୁଇ ଘଣ୍ଟା ପାଇଁ କିଟ୍ ରାସ୍ତା ଜାମ.. ଫୁଟପାର୍ଥରେ ଟ୍ରାନସ୍‌ଫର୍ମର, ନୋ ପାର୍କିଂରେ ଗାଡ଼ି : ଓମଟିଭି

 

ଦୁଇ ଘଣ୍ଟା ପାଇଁ କିଟ୍ ରାସ୍ତା ଜାମ.. ଫୁଟପାର୍ଥରେ ଟ୍ରାନସ୍‌ଫର୍ମର, ନୋ ପାର୍କିଂରେ ଗାଡ଼ି : ଓମଟିଭି

ରିପୋର୍ଟ: ପିନୁ ନାୟକ:  ଦୁଇ ଘଣ୍ଟା ପାଇଁ ଟ୍ରାଫିକ୍ ସମସ୍ୟାରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି ସ୍ଥାନୀୟ ଲୋକ। ମାତ୍ର ଏକ କିଲୋମିଟର କିଟ୍ ଛକଠାରୁ ଶିଖରଚଣ୍ଡି ଛକ ପର୍ଯ୍ୟନ୍ତ ଯିବାକୁ ହେଲେ ଲାଗୁଛି ଅଧ ଘଣ୍ଟା। ଏମିତି ପରିସ୍ଥିତି ଲାଗିରହିଲା ଆଜି ମଧ୍ୟାହ୍ନ ୧୨ ଟାରୁ ୨ ଟା ପର୍ଯ୍ୟନ୍ତ। ପ୍ରତ୍ୟେକଦିନ ଏହିପରି ସମସ୍ୟା ଦେଖାଯାଉଥିଲେ ମଧ୍ୟ ସ୍ଥାନୀୟ ଇନ୍‌ଫୋସିଟି ଥାନା ପୁଲିସ୍ କିମ୍ବା ଜେନ୍ ଟ୍ରାଫିକ୍ ପୁଲିସ୍ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନାହିଁ। ଟ୍ରାଫିକ୍ ଜାମ୍ ହେଉଥିବା ରାସ୍ତା କଡ଼ରେ ରହିଛି ଇନ୍‌ଫୋସିଟି ଥାନା, କିଟ୍ ଛକ ଫାଣ୍ଡି ଓ ଜୋନ୍ ଏସିପିଙ୍କର କାର୍ଯ୍ୟାଳୟ। ହେଲେ ‌ଅଧିକାରୀମାନଙ୍କ କାର୍ଯ୍ୟାନୁ‌ଷ୍ଠାନ ଶୂନ। ପିସିଆର ଭ୍ୟାନ୍ ପାଟ୍ରୋଲିଂକରୁଛି କିନ୍ତୁ ଫୁଟପାର୍ଥ ଜବର ଦଖଲ ଉଠା ବ୍ୟବସାୟୀ ଓ ରାସ୍ତାକଡ଼ ଦୋକାନ ଏବଂ ମଲ୍ ଆଗରେ ବେଆଇନି ଗାଡ଼ି ପାର୍କିଂହୋଇଥିବା ଦେଖି କୌଣସି ଆକ୍ସନ୍ ନେଉ ନାହାଁନ୍ତି। ଯାହାନେଇ ସ୍ଥାନୀୟ ମାରୁତି ବିହାର, ଫାଲକନ୍ ପ୍ଲାଜା, ପ୍ରଶାନ୍ତି ବିହାର, ତ୍ରିଷ୍ଣା ପଲ୍ଲୀ, ଆର୍ଯ୍ୟ ପଲ୍ଲୀ ଓ ଗଣପତି ବିହାର ସହିତ କିଟ୍ ବିଶ୍ବବିଦ୍ୟାଳୟକୁ ଆସୁଥିବା ହଜାର ହଜାର ଲୋକ ଟ୍ରାଫିକ୍ ସମସ୍ୟାରେ ସମ୍ମୁଖୀନ ହୋଇ ହନ୍ତସନ୍ତ ହେଉଛନ୍ତି। ଅନେକ ସମସୟରେ ଏହି ଟ୍ରାଫିକ୍ ଜାମ ମଧ୍ୟରେ କିମସ୍ ହସ୍ପିଟାଲକୁ ଆସୁଥିବା ଆମ୍ବୁଲାନସ୍ ଫସିଯାଉଥିବାରୁ ଆମ୍ବୁଲାନସ୍ ଚାଳକମାନେ ଦିଗ ବଦଳାଇ ପଟିଆ ସାଇ ଇଣ୍ଟର‌ନ୍ୟାସନାଲ ସ୍କୁଲ ବାଟଦେଇ କିମସ୍‌ ହସ୍ପିଟାଲକୁ ରୋଗୀ ନେଉଛନ୍ତି। ମାତ୍ର ସ୍ଥାନୀୟ ଟ୍ରାଫିକ୍ ଅଧିକାରୀ ଏହି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ହାତରେ ହାତ ବାନ୍ଧି ବସିଛନ୍ତି।

ରାସ୍ତା ଉପରେ ଟ୍ରାନସ୍‌ଫର୍ମର: କିଟ୍ ଶିଖରଚଣ୍ଡି ରାସ୍ତାରେ ଅନେକ ଗୁଡ଼ିକ ବ୍ୟବସାୟୀକ ଅନୁଷ୍ଠାନ ଖୋଲିଛି। ଯେଉଁମାନଙ୍କର ନିଜସ୍ବ ପାର୍କିଂ ପ୍ଲେସ୍ ନାହିଁ। ଫଳରେ ଗ୍ରାହକ ରାସ୍ତାକଡ଼ରେ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ମନଇଛା ପାର୍କିଂକରୁଛନ୍ତି। ଏହି ଜନଗହଳି ରାସ୍ତା ଉପର ରହିଛି ଏକ ଖୋଲା ଟ୍ରାନସ୍‌ଫର୍ମର। ପୂର୍ବରୁ ଗୋଟିଏ ଖୁଣ୍ଟରେ ଏହି ଟ୍ରାନସ୍‌ଫର୍ମର ଅସ୍ଥାୟୀଭାବେ ଥିଲାବେଳେ ସଟ୍ ସର୍କିଟ୍ ହୋଇ ଦୁର୍ଘଟଣା ଘଟିଥିଲା। ସେଠାରୁ ଟ୍ରାନସ୍‌ଫର୍ମର ହଟାଇବା ପରିବର୍ତେ ବିଦ୍ୟୁତ୍ ବିଭାଗ ଏହାକୁ ଦୁଇଟି ଖୁଣ୍ଡ ଦ୍ବାରା ସଂଯୋଗ କରି ସ୍ଥାୟୀ କରିଦେଇଛି। ଫଳରେ ରାସ୍ତାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟିହେଉଛି। ଅନ୍ୟପକ୍ଷରେ କିଛି ବ୍ୟବସାୟୀ ଦୋକାନ ଜିନିଷଗୁଡ଼ିକୁ ଫୁଟପାର୍ଥ ଉପରେ ରଖି ବ୍ୟବସାୟ କରୁଥିବାରୁ ପାଦଚଲା ଯାତ୍ରୀମାନେ ସମସ୍ୟାରେ ପଡ଼ୁଛନ୍ତି। ଯାହାନେଇ କିଛି ଲୋକଙ୍କ ପାଇଁ ହଜାର ହଜାର ଲୋକ ଅସୁବିଧା‌ର ସମ୍ମୁଖୀନ ହେଉଛନ୍ତି। ସେହିଭଳି କିଟ୍ ବିଶ୍ବ ବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଅତ୍ୟାଧୁନିକ ଟ୍ରାଫିକ୍ ସିଗ୍‌ନାଲ୍ ବ୍ୟବସ୍ଥାଥିଲେ ମଧ୍ୟ ଅଧାଦିନ ଏହା କାର୍ଯ୍ୟକାରି କରୁନଥିବାରୁ ମନଇଛା ଗାଡ଼ି ଯାତାୟତ କରୁଛି ଫଳରେ ଘଣ୍ଟାଘଣ୍ଟା ଧରି ରାସ୍ତା ଜାମ ହେଉଛି।