କେନ୍ଦ୍ର ସାହିତ୍ୟ ଏକାଡ଼େମୀ ବାଲ୍ ସାହିତ୍ୟ ପୁରସ୍କୃତ ‌‌ନରେନ୍ଦ୍ର ପ୍ରସାଦ ଦାସଙ୍କୁ ସମ୍ବର୍ଦ୍ଧନା : ଓମଟିଭି

ନିକଟରେ ୨୦୨୨ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ବାଲ୍ ସାହିତ୍ୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ବିଷିଷ୍ଠ ଶିଶୁ ସାହିତ୍ୟିକ ଡ଼.ନରେନ୍ଦ୍ର ପ୍ରସାଦ ଦାସ। ଏହିଅବସରରେ ଆଜି ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡ଼େମୀ ଆନୁକୂଲ୍ୟରେ ଏକ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜୟଦେବ ଶିକ୍ଷା କେନ୍ଦ୍ର ସଭାମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଦାସ ବେନହୁର ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ବାଲ୍ ସାହିତ୍ୟ ପୁରସ୍କୃତ ‌‌ନରେନ୍ଦ୍ର ପ୍ରସାଦ ଦାସଙ୍କୁ ସମ୍ବର୍ଦ୍ଧନା : ଓମଟିଭି

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ବାଲ୍ ସାହିତ୍ୟ ପୁରସ୍କୃତ ‌‌ନରେନ୍ଦ୍ର ପ୍ରସାଦ ଦାସଙ୍କୁ ସମ୍ବର୍ଦ୍ଧନା : ଓମଟିଭି

: ନିକଟରେ ୨୦୨୨ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ବାଲ୍ ସାହିତ୍ୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ବିଷିଷ୍ଠ ଶିଶୁ ସାହିତ୍ୟିକ ଡ଼.ନରେନ୍ଦ୍ର ପ୍ରସାଦ ଦାସ। ଏହିଅବସରରେ ଆଜି ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡ଼େମୀ ଆନୁକୂଲ୍ୟରେ ଏକ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜୟଦେବ ଶିକ୍ଷା କେନ୍ଦ୍ର ସଭାମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଦାସ ବେନହୁର ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। କୃତି ବ୍ୟକ୍ତିଙ୍କୁ ସମ୍ମାନ ପ୍ରଦାନ କରିବା ହେଉଛି ମାହାନ ଭାରତିୟ ସଂସ୍କୃତି। ଯାହା ଆମ ସମାଜରେ ପ୍ରଚଳିତ ହୋଇଆସୁଛି ବୋଲି ଶ୍ରୀ ବେନହୁର କହିଥିଲେ। ମୁଖ୍ୟ ଅତିଥିଭାବରେ ଓଡ଼ିଶା ଶିଶୁ ସାହିତ୍ୟ ସମିତିର ପୂର୍ବତନ ସଂପାଦକ କବି ଶିଶୁ ସାହିତ୍ୟିକ ଶଶିଭୁଷଣ ବିଶ୍ବାଳ ଯୋଗଦେଇ ଡ଼. ଦାସଙ୍କ ଶିଶୁ ସାହିତ୍ୟିକ ଜୀବନ ଓ କୃତି ସଂମ୍ପର୍କରେ ଆଲୋଚନା କରିଥିଲେ। ସମ୍ବର୍ଦ୍ଧନାର ଉତ୍ତର ପ୍ରଦାନକରି ଡ଼.ଦାସ କହିଲେ ଏହି ସମ୍ବର୍ଦ୍ଧନା ଆଗାମିଦିନରେ ତାଙ୍କୁ ଆଗକୁ ଆହୁରି ଉଚ୍ଚ କୋଟିର ଶିଶୁ ସାହିତ୍ୟ ସର୍ଜନା କରିବାକୁ ପ୍ରେରଣା ଦେବ। କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର କାର୍ଯ୍ୟକାରୀ ସଂପାଦକ ଶରତ କୁମାର ନାୟକ ଡ଼.ଦାସଙ୍କ ପୁରସ୍କୃତି ପୁସ୍ତକ ‘କୋଳାହଳ ନା ହୋଳାହଳ’ ସଂମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶ୍ରୀ ଜୟଦେବ ଶିକ୍ଷା କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ କୁମାର ପାଣୀ ସ୍ବାଗତ ସୂଚନା ପ୍ରଦାନ କରିଥିଲେ। କୋଷାଧକ୍ଷ ରବିନ୍ଦ୍ରନାଥ ମାଝି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅନୁ‌ଷ୍ଠାନର ସଂପାଦକ ବିରେନ୍ଦ୍ର ମହାନ୍ତି ଏକାଡ଼େମୀ ଗଠନର ଉଦେଶ୍ୟ ସଂମ୍ପର୍କରେ କହି ସମସ୍ତଙ୍କୁ ଧନାବାଦ ଜଣାଇଥିଲେ। ଏହି ଅବସରରେ ‘ଇଟିକିଲି ମିଟିକିଲି’ ପକ୍ଷରୁ ଅନିତା ରଥ ପିଲାଙ୍କ ପତ୍ରିକା ଶିଶୁ ପ୍ରତିଭା ତରଫରୁ ପ୍ରକାଶ ମଙ୍ଗରାଜ, ସାହିତ୍ୟ ପତ୍ରିକା ସୃଜନୀ ତରଫରୁ ହରିହର ଶୁକ୍ଳ ଡ଼.ଦାସଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।