ସୁତ୍ର ପକ୍ଷରୁ ବସ୍ତ୍ର ଓ ଅଳଙ୍କାର ପ୍ରଦର୍ଶନୀ : Ommtv

Sutra

ସୁତ୍ର ପକ୍ଷରୁ ବସ୍ତ୍ର ଓ ଅଳଙ୍କାର ପ୍ରଦର୍ଶନୀ : Ommtv

ସୁତ୍ର ପକ୍ଷରୁ ବସ୍ତ୍ର ଓ ଅଳଙ୍କାର ପ୍ରଦର୍ଶନୀ : Ommtv

: କୋଲକାତାର ପ୍ରତିଷ୍ଠିତ ଫ୍ୟାସନ ପ୍ରଦର୍ଶନୀ ଅନୁଷ୍ଠାନ ସୁତ୍ର ପକ୍ଷରୁ ଭୁବନେଶ୍ବର ମେଫେୟାର ହ‌ୋଟେଲରେ ଅନୁଷ୍ଠିତ ହେଉଛି ବସ୍ତ୍ର, ଅଳଙ୍ଗାର, ଫ୍ୟାସନ୍ ସାମଗ୍ରୀର ପ୍ରଦର୍ଶନୀ। ଦୁଇ ଦିନିଆ ଏହି ପ୍ରଦର୍ଶନୀରେ ୬୦ରୁ ଅଧିକ ଷ୍ଟଲ ଖୋଲିଛି। ଯେଉଁଥିରେ ବିଭିନ୍ନ ବ୍ରାଣ୍ଡେଡ଼୍ ବୁଟିକ୍ ମହିଳା ଓ ପିଲାଙ୍କ ପୋଷାକ ସହିତ ମନଲୋଭା ଅଳଙ୍କାର ଏବଂ ମହିଳାଙ୍କ ଜୁତିର ଷ୍ଟଲ ଦେଖିବାକୁ ମିଳିଛି। ହର୍ବାଲ ଉତ୍ପାଦକ ଓ ଶୀତ ବସ୍ତ୍ର ପାଇଁ କିଛି ସ୍ବତନ୍ତ୍ର ଷ୍ଟଲ ରହିଛି। ଯାହାର ଭରପୁର ଅନନ୍ଦ ଉଠାଉଛନ୍ତି ସ୍ଥାନୀୟ ଗ୍ରାହକ। ଏହି ପ୍ରଦର୍ଶନୀରେ ଖାସକରି ମହିଳା, ଯୁବତୀ ଏବଂ ପିଲାମାନଙ୍କ ପାଇଁ ଦେଶର ବଛାବଛା ଡ଼ିଜାଇନରଙ୍କ ତିଆରି ଭଳିକି ଭଳି ପୋଷାକ ରହିଛି। ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଏହି ବସ୍ତ୍ର ପ୍ରଦର୍ଶନୀରେ ବିଭିନ୍ନ ରାଜ୍ୟର ପ୍ରତିଷ୍ଠିତ ବୁଟିକମାନେ ଯୋଗଦେଇ ବେସ ଭଲ ବ୍ୟବସାୟ କରିଥିବା ଆୟୋଜକ ସଂସ୍ଥାପକ୍ଷରୁ ପ୍ରକାଶପାଇଛି। ସୁତ୍ର ଏହି ଭଳି ବିଭିନ୍ନ ପ୍ରତିଷ୍ଠିତ ବସ୍ତ୍ର ବ୍ୟବସାୟୀମାନଙ୍କୁ ନେଇ ଦେଶର ବିଭିନ୍ନ ସହ‌ରଗୁଡ଼ିକରେ ପ୍ରଦର୍ଶନୀ କରିଥାଏ। ଭୁବନେଶ୍ବରରେ ଡ଼ିସେମ୍ବର ମାସରେ ଏହି କାର୍ଯ୍ୟକ୍ରମ ହେଉଥିବାରୁ ଗ୍ରାହକମାନଙ୍କ ମଧ୍ୟରେ ବସ୍ତ୍ର କିଣିବାନେଇ ବେସ ଆଗ୍ରହ ରହିଥାଏ ବୋଲି ଅନୁଷ୍ଠାନର ପରିଚାଳିକା ମିସ୍ ମୋନିକା ସୂଚନାଦେଇଛନ୍ତି।