ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ର ପ୍ରଥମ ବାର୍ଷିକ ଉତ୍ସବ :ଓମଟିଭି

ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ର ପ୍ରଥମ ବାର୍ଷିକ ଉତ୍ସବ

ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ର ପ୍ରଥମ ବାର୍ଷିକ ଉତ୍ସବ :ଓମଟିଭି

ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ର ପ୍ରଥମ ବାର୍ଷିକ ଉତ୍ସବ :ଓମଟିଭି

(ହିନ୍ଦୋଳ ରତିକାନ୍ତ ଗଡନାୟକ) ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ର ପ୍ରଥମ ବାର୍ଷିକ ଉତ୍ସବ ରାସୋଳ ବାଙ୍କଟିଆ ସ୍ଥିତ ଗଣେଶ୍ଵର କ୍ଲବ ପରିସରରେ ଆଜି ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର ଙ୍କ ସଭାପତିତ୍ବରେ ସଫଳତାର ସହ ସମାପିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ, ସ୍ଵତନ୍ତ୍ର ଅତିଥି ଭାବେ ଢେଙ୍କାନାଳ ବରିଷ୍ଠ ନାଗରିକ ପରିଷଦ ସଭାପତି ଅବସରପ୍ରାପ୍ତ ଜିଲ୍ଲା ଜଜ ଶ୍ରୀ ଦୂର୍ଗା ଚରଣ ମିଶ୍ର, ମୁଖ୍ୟବକ୍ତା ଭାବେ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ସମ୍ମାନିତ ଅତିଥି ଭାବେ ରାଜ୍ଯ ମାନବାଧିକାର କମିସନ ଦେବେନ୍ଦ୍ର ସିଂହ ଯୋଗ ଦେଇଥିଲେ। ଏଥିରେ ହିନ୍ଦୋଳ ର ବରିଷ୍ଠ ନାଗରିକ ମଞ୍ଚ ମଧ୍ୟରୁ ପାଞ୍ଚ ଜଣ ଙ୍କୁ ଶିକ୍ଷା, କୃଷି, କଳା, ସାହିତ୍ୟ, ଦକ୍ଷ ସଂଗଠକ ଙ୍କୁ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସକାଳ ୭ ରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ରେ ଉତ୍ସବ ପାଳିତ ହୋଇଥିଲା। ଯୋଗ ଶିକ୍ଷା, ସ୍ଵାସ୍ଥ୍ଯ ପରୀକ୍ଷା, କବିତା ପାଠୋତ୍ସବ, ଗଣେଶ୍ଵର କ୍ଲବ୍ କର୍ମୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶ୍ରଦ୍ଧା ଶକ୍ତି ସେବା ସଂଗଠନ ରାସୋଳ ପକ୍ଷରୁ ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ ଙ୍କ ତତ୍ତ୍ଵାବଧାନରେ ସମସ୍ତ ସେବକ ସେବିକା ମାନେ ସେବା ଯୋଗାଇ ଦେଇଥିଲେ।ହିନ୍ଦୋଳ ସମସ୍ତ ପଂଚାୟତ ମାନଙ୍କରୁ ୫୦୦ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ଶାନ୍ତି ଶୃଙ୍ଖଳା ର ସହ ଉତ୍ସବ ଟି ସମାପିତ ହୋଇଥିଲା। ଆୟୋଜନ ପାଇଁ ସମସ୍ତ ଅତିଥି ମାନେ ଗଣେଶ୍ଵର କ୍ଲବ୍ କର୍ମକର୍ତ୍ତା ଓ ମଞ୍ଚ କର୍ମକର୍ତ୍ତା ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।ମଞ୍ଚ ର ବରିଷ୍ଠ କର୍ମକର୍ତ୍ତା ତୁଷାରକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।