କିସ ମୟୁରଭଞ୍ଜ ଶିକ୍ଷାନୁଷ୍ଠାନରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : Ommtv

କିସ ମୟୁରଭଞ୍ଜ ଶିକ୍ଷାନୁଷ୍ଠାନରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

କିସ ମୟୁରଭଞ୍ଜ ଶିକ୍ଷାନୁଷ୍ଠାନରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : Ommtv

କିସ ମୟୁରଭଞ୍ଜ ଶିକ୍ଷାନୁଷ୍ଠାନରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : Ommtv

ବାରିପଦା ସ୍ଥିତ କିସ ଶିକ୍ଷାନୁଷ୍ଠାନରେ ପ୍ରଧାନ ଶିକ୍ଷକ ଗଣେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅତି ହର୍ଷଲ୍ଲାସରେ ପାଳିତ ହୋଇ ଯାଇଅଛି , ଅନୁଷ୍ଠାନର ଛାତ୍ରୀ ଓ ସମସ୍ତ କର୍ମକର୍ତା ସ୍ୱଚ୍ଛ ଭାରତ ଅଭିଯା ରେ ନିଜକୁ ସାମିଲ କରି ସକାଳୁ ହାତରେ ଝାଡୁ ଧରି ସମଗ୍ର କ୍ୟାମସ ସଫେଇ କରିଥିଲେ ପରେ ସଭା କକ୍ଷରେ ଗାନ୍ଧୀ ଜି ଓ ଶାସ୍ତ୍ରୀ ଜି ଙ୍କ ଫୋଟୋଚିତ୍ରରେ ଧୂପ ଦୀପ ଫୁଲ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଲ ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଛାତ୍ରୀ ମାନଙ୍କୁ ସତ୍ୟ ଓ ଅହିଂସା ପଥରେ ବ୍ରତୀ ହେବାକୁ ଉପଦେଶ ଦେଇଥିଲେl ସଂସ୍କୃତ ଶିକ୍ଷକ ଚକ୍ରଧର ମହାନ୍ତ ସ୍ୱାଗତ ଭାଷଣ ମାଧ୍ୟମରେ ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କ ଦେଶ ଭକ୍ତିର ଉଦାହରଣ ଦେଇଥିଲେ l ଛାତ୍ରୀ ମାନେ ଓଡ଼ିଆ, ଇଂରାଜୀ, ସଂସ୍କୃତ ହିନ୍ଦୀ ଆଦି ଭାଷରେ ବକ୍ତ୍ୟବ୍ୟ ଦେବା ସହ ଦେଶାତ୍ମବୋଧକ ଗୀତ ଗାଇଥିଲେl ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରିୟବ୍ରତ କର, କାଶୀନାଥ ହେମ୍ବ୍ରମ, ସୌରଭ ପରିଡା, ରତିକାନ୍ତ ନାଏକ, ଶିକ୍ଷୟିତ୍ରୀ ଜୟନ୍ତୀ ଧାଉଁରିଆ, ମାହି ଟୁଡୁ, ମଧୁସ୍ମିତା ନାୟକ, ରୋଜାଲିନ ମହାନ୍ତି, ଚମ୍ପା ସୋରେନ, ପ୍ରମୁଖ ପରିଚାଳନା କରିଥିଲେ l
 ମୟୂରଭଞ୍ଜ ରୁ ନୀହାର ରଞ୍ଜନ ମହାନ୍ତ  ଓମ୍ ଟିଭି