ସ୍ଵଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ : Ommtv

ସ୍ଵଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ସ୍ଵଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ : Ommtv

ସ୍ଵଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ : Ommtv

@Ommtv (ହିନ୍ଦୋଳ ରତିକାନ୍ତ ଗଡନାୟକ): ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଖାରବେଳ ସ୍ବାଇଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଵଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁସ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ର ଅଧିକାରୀ କ୍ୟାପଟେନ୍ କିଶୋର ଚନ୍ଦ୍ର ପୃଷ୍ଟି ଙ୍କ ନେତୃତ୍ଵରେ ସମସ୍ତ ଏନସିସି ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ମେଡିକାଲ ପରିସରରେ ପରିଷ୍କାର ପରିଚ୍ଛନ୍ନ କରିଥିଲେ। ସ୍ଵଚ୍ଛ ଭାରତ ଅଭିଯାନ ରେ ସମସ୍ତେ ସାମିଲ ହୋଇ ଦେଶର ସ୍ଵଚ୍ଛତା ପାଇଁ ସର୍ବଦା ପ୍ରଚେଷ୍ଠା ଜାରି ରଖିବାକୁ କ୍ୟାପଟେନ୍ ପୃଷ୍ଟି ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଜନ ସ୍ଵାସ୍ଥ୍ଯ ଅଧିକାରୀ ନଗେନ୍ଦ୍ର ନାୟକ ଓ ସମସ୍ତ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ।