କିସ୍‍: +୨ କଳାରେ ଶତପ୍ରତିଶତ ସଫଳତା : ଓମଟିଭି

ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି । ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି ।

କିସ୍‍: +୨ କଳାରେ ଶତପ୍ରତିଶତ ସଫଳତା : ଓମଟିଭି

କିସ୍‍: +୨ କଳାରେ ଶତପ୍ରତିଶତ ସଫଳତା : ଓମଟିଭି

ଭୁବନେଶ୍ୱର, ୮ ।୮(ଓମ): ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି । ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । କଳାରେ ରାଜ୍ୟର ପାସ୍‍ ହାର ୮୨.୧୦ ପ୍ରତିଶତ ରହିଥିବା ବେଳେ କିସ୍‍ର ହାର ଶତ ପ୍ରତିଶତ ରହିଛି । କିସ୍‍ ଛାତ୍ରୀ ଲକ୍ଷ୍ମୀ ଡାକା ପ୍ରାସ୍‍କା ସର୍ବାଧିକ ୭୦ ପ୍ରତିଶତ ନମ୍ବର ରଖି କଲେଜ ଟପ୍‍ପର ହୋଇଛନ୍ତି । ଆଶାନୁରୂପ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍‍ କରିଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ପାସ୍‍ କରିଛନ୍ତି । କୋଭିଡ୍‍ ମହାମାରୀ ସମୟରେ ବହୁ ଅସୁବିଧା ମଧ୍ୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପରିଶ୍ରମ ଯୋଗୁଁ ଏହି ସଫଳତା ମିଳିପାରିଛି । ଏହି ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ କୋଭିଡ୍‍ ସମୟରେ କିସ୍‍ର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିୟମିତ ମାର୍ଗଦର୍ଶନ ଓ ଛାତ୍ରଛାତ୍ରୀଙ୍କ ପରିଶ୍ରମ ସେମାନଙ୍କୁ ସଫଳତା ଆଣି ଦେଇଛି ବୋଲି କହିଛନ୍ତି ।