National Conference On Blue Economy Inaugurated At KIIT : Ommtv

National Conference On Blue Economy Inaugurated At KIIT : Ommtv

National Conference On Blue Economy Inaugurated At KIIT : Ommtv

National Conference On Blue Economy Inaugurated At KIIT : Ommtv

Bhubaneswar, Feb 19: The first National Conference on Blue Economy was inaugurated at KIIT-DU on Monday, focusing on ‘navigating the marine ecosystem value chain’. This conference was graced by Dr Parvinder Maini, Scientific Secretary, Office of Principal Scientific Adviser to Govt of India, Dr M V Ramanamurthy of Ministry of Earth Sciences, and Dr. Jitendra Kumar, MD of DBT-BIRAC Govt of India.

 

This pioneering conference, a collaborative effort by the Indian Phycological Society, Delhi, KIIT University, Bhubaneswar, DBT-Institute of Life Sciences, Bhubaneswar, CSIR-Institute of Minerals and Materials Technology, Bhubaneswar, National Institute of Oceanography, Goa, and the Bhubaneswar City Knowledge Innovation Cluster Foundation (BCKIC), aims to explore the vast potential of India's blue economy.

 

The conference was graced by the presence of Minister of Science and Technology Ashok Panda, who highlighted the recent announcement of the Odisha Government’s biotech policy and its focus on aquatic management, emphasizing Odisha's significant 480 km coastline and its role as a major stakeholder in the blue economy.

 

"Odisha's rich marine resources, including its chill and mangrove forests, along with a budget of 3.50 lakh crore, are pivotal for leveraging the marine economy," Panda stated.

 

Dr. Parminder Maini, Scientific Secretary to the Government of India, underscored the critical timing of the conference, noting that 40 percent of the global population lives beside oceans, which are vital for energy, food, and support 80 percent of global trade through maritime transportation.

 

"The blue economy contributes approximately 6 trillion dollars to the global economy annually, with India playing a crucial role in this sector," Maini said, calling for a concerted effort to safeguard ocean resources and explore potential pathways to achieve a sustainable blue economy.

 

Prof. Mrutyunjay Suar, DG, R&D and Innovation at KIIT observed that Odisha is the ideal launchpad for India's blue economy initiatives. Echoing this sentiment, Dinabandhu Sahoo, President of the Indian Phycological Society and a senior professor at Delhi University, highlighted the blue economy's current valuation at 24 trillion dollars globally, emphasizing the ocean's future potential for humanity.

କିଟରେ ବ୍ଲୁ ଇକୋନୋମି ଉପରେ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର,୨୦ ।୨: ‘ନାଭିଗେଟିଂ ଦ ମେରାଇନ୍‍ ଇକୋସିଷ୍ଟମ୍‍ ଭାଲ୍ୟୁ ଚେନ୍‍’ ବିଷୟବସ୍ତୁକୁ ନେଇ କିଟ୍‍ ବିଶ୍ୱବିଦ୍ୟାଳୟରେ ପ୍ରଥମ ଜାତୀୟ ସମ୍ମିଳନୀ ‘ବ୍ଲୁ ଇକୋନୋମି’ ସୋମବାର ଉଦ୍‍ଘାଟିତ ହୋଇଯାଇଛି। କିଟ୍‍ ବିଶ୍ୱବିଦ୍ୟାଳୟ ବାୟୋଟେକ୍ନୋଲୋଜି ବିଭାଗ, ଦିଲ୍ଲୀସ୍ଥିତ ଭାରତୀୟ ଫାଇକୋଲୋଜି ସୋସାଇଟି, ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ, ସିଏସଆଇଆର-ଇନଷ୍ଟିଚ୍ୟୁଟ୍‍ ଅଫ୍‍ ମିନେରାଲସ୍‍ ଆଣ୍ଡ ମାଟିରିଆଲ୍‍ ଟେକ୍ନୋଲୋଜି, ଗୋଆସ୍ଥିତ ଜାତୀୟ ସାମୁଦ୍ରିକ ବିଜ୍ଞାନ ପ୍ରତିଷ୍ଠାନ ଏବଂ ଭୁବନେଶ୍ୱର ସିଟି ନଲେଜ୍‍ ଇନୋଭେସନ୍‍ କ୍ଲଷ୍ଟର ଫାଉଣ୍ଡେସନ୍‍(ବିସିକେଆଇସି)ର ମିଳିତ ସହଯୋଗରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଭାରତର ବ୍ଲୁ ଇକୋନୋମି କ୍ଷେତ୍ରରେ ରହିଥିବା ପ୍ରଭୂତ କ୍ଷମତା ଅନ୍ୱେଷଣ ହେଉଛି ଏହି ସମ୍ମିଳନୀର ଉଦ୍ଦେଶ୍ୟ । ଏହି ସମ୍ମିଳନୀରେ ରାଜ୍ୟ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଯୋଗଦେଇ  ନିକଟରେ ଘୋଷଣା ହୋଇଥିବା ବାୟୋଟେକ୍ନୋଲୋଜି ନୀତି ଏବଂ ଏହି ନୀତିରେ ଜଳୀୟ ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ ଉପରେ ଆଲୋକପାତ କରିଥିଲେ। ଓଡ଼ିଶାର ୪୮୦ କିଲୋମିଟର ଉପକୂଳ ଅଞ୍ଚଳ ଏବଂ ଏକ ପ୍ରମୁଖ ଅଂଶୀଦାର ଭାବେ ବ୍ଲୁ  ଇକୋନୋମିରେ ଏହାର ଭୂମିକା ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା ଗୁରୁତ୍ୱାରୋଗ କରିଥିଲେ। ସେ କହିଲେ ୩.୫୦ ଲକ୍ଷ କୋଟି ଟଙ୍କାର ବଜେଟ୍‍ ସହ ଶୀତଳ ଓ ହେନ୍ତାଳ ବନ ସମେତ ଓଡ଼ିଶାର ପ୍ରଭୂତ ସାମୁଦ୍ରିକ ସମ୍ବଳ ରହିଛି ଏବଂ ବ୍ଲୁ ଇକୋନୋମି ଏଥିରୁ ଫାଇଦା ଉଠାଇବା ଆବଶ୍ୟକ। ଭାରତ ସରକାରଙ୍କ ସାଇନ୍‍ଟିଫିକ୍‍ ସଚିବ ଡ. ପରମିନ୍ଦର ମାଇନୀ ବର୍ତ୍ତମାନ ସମୟରେ ଏହି ସମ୍ମିଳନୀର ଗୁରୁ୍‍ତ୍ୱ ଉପରେ ଆଲୋକପାତ କରି କହିଲେ, ବିଶ୍ୱ ଜନସଂଖ୍ୟାର ୪୦ ପ୍ରତିଶତ ଲୋକ ମହାସାଗର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଛନ୍ତି ଯାହାକି ମହାସାଗର ପାଇଁ ଗୁରୁତ୍ୱପୁର୍ଣ୍ଣ।  ସାମୁଦ୍ରିକ ପରିବହନ ମାଧ୍ୟମରେ ହେଉଥିବା ୮୦ ପ୍ରତିଶତ ବିଶ୍ୱ ବାଣିଜ୍ୟରେ ଏମାନଙ୍କର ଯୋଗଦାନ ରହିଛି। ବିଶ୍ୱ ଅର୍ଥନୀତିରେ ବ୍ଲୁ  ଅର୍ଥନୀତିର ବାର୍ଷିକ ହାରାହାରି ୬ ଟ୍ରିଲିୟନ ଡଲାରର ଯୋଗଦାନ ରହିଛି ବୋଲି ସେ କହିଥିଲେ। ଏ କ୍ଷେତ୍ରରେ ଭାରତ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସାମୁଦ୍ରିକ ସମ୍ବଳର ସୁରକ୍ଷା ପାଇଁ ଏକନିଷ୍ଠ ଉଦ୍ୟମ ଏବଂ ସ୍ଥାୟୀ ବ୍ଲୁ ଅର୍ଥନୀତି ଲକ୍ଷ୍ୟ ହାସଲ ନିମନ୍ତେ ଶକ୍ତିଶାଳୀ ଉପାୟ ବାହାର କରିବା ସକାଶେ ସେ ଆହ୍ୱାନ କରିଥିଲେ । ଭାରତର ବ୍ଲୁ ଇକୋନୋମୀ ପ୍ରୟାସ ଆରମ୍ଭର ପ୍ରକୃଷ୍ଠ ସ୍ଥାନ ଓଡ଼ିଶା ବୋଲି କିଟ୍‍ର ଗବେଷଣା ଓ ସର୍ଜନା ମହାନିର୍ଦ୍ଦେଶକ ପ୍ରଫେସର ମୃତ୍ୟୁଞ୍ଜୟ ସୁଆର କହିଥିଲେ। ଭାରତୀୟ ଫାଇକୋଲୋଜି ସୋସାଇଟିର ସଭାପତି ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର ଦୀନବନ୍ଧୁ ସାହୁ କହିଲେ ବର୍ତ୍ତମାନ ସମୟରେ ବିଶ୍ୱ ବ୍ଲୁ ଇକୋନୋମିର ମୂଲ୍ୟ ହେଉଛି ୨୪ ଟ୍ରିଲିୟନ୍‍ ଡ଼ଲାର। ମାନବସମାଜ ପାଇଁ ମହାସାଗର କ୍ଷମତାର ଭବିଷ୍ୟତ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଭାରତ ସରକାରଙ୍କ ଡିବିଟି-ବିରାକର ପରିଚାଳନା ନିର୍ଦ୍ଦେଶକ ଡ. ଜିତେନ୍ଦ୍ର କୁମାର ବ୍ଲୁ ଇକୋନୋମୀକୁ ସହଯୋଗ କରିବା ସହ ଏ କ୍ଷେତ୍ରରେ ସର୍ଜନା ନିମନ୍ତେ ପ୍ରସ୍ତାବ ଦେଇଥିଲେ। ଏ କ୍ଷେତ୍ରରେ ଗବେଷଣା ଓ ବିକାଶ ନିମନ୍ତେ ଓଡ଼ିଶାରେ ଏକ ବାୟୋଫାଉଣ୍ଡାରୀ ପ୍ରତିଷ୍ଠା କରିବାକୁ ସେ ମଧ୍ୟ ପ୍ରସ୍ତାବ ରଖିଥିଲେ। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଜୀବ ବିଜ୍ଞାନ ପ୍ରତିଷ୍ଠାନର ବାୟୋଟେକ୍ନୋଲୋଜି ବିଭାଗ ନିର୍ଦ୍ଦେଶକ ଦେବାଶିଷ ଦାଶ, ସିଏସ୍‍ଆଇଆର-ଆଇଏମ୍‍ଏମ୍‍ଟିର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣନ୍‍, ଭାରତ ସରକାରଙ୍କ ଭୂ ବିଜ୍ଞାନ ମନ୍ତ୍ରାଳୟର ମହାସାଗର ମିଶନ୍‍ର ପରାମର୍ଶଦାତା ତଥା କାର୍ଯ୍ୟକ୍ରମ ମୁଖ୍ୟ ଡ.ଏମ୍‍.ଭି. ରମନ୍ନା ମୂର୍ତ୍ତି ପ୍ରମୁଖ ଯୋଗଦେଇଥିଲେ।