ପଟିଆଗଡ ଶିରିଡି ଶାଇ ମନ୍ଦିରର ପ୍ରତିଷ୍ଠା ଉତ୍ସବ : Ommtv

ପଟିଆଗଡ ଶିରିଡି ଶାଇ ମନ୍ଦିରର ପ୍ରତିଷ୍ଠା ଉତ୍ସବ

ପଟିଆଗଡ ଶିରିଡି ଶାଇ ମନ୍ଦିରର ପ୍ରତିଷ୍ଠା ଉତ୍ସବ : Ommtv

ପଟିଆଗଡ ଶିରିଡି ଶାଇ ମନ୍ଦିରର ପ୍ରତିଷ୍ଠା ଉତ୍ସବ : Ommtv
ଭୁବନେଶ୍ୱର,୨୩ା୨ ପଟିଆଗଡ ଶିରିଡି ଶାଇ ମନ୍ଦିରର ୧୨ ତମ ପ୍ରତିଷ୍ଠା
ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚାରିଦିନ ଧରି ଚାଲିଥିବା
ଏହି ଧାର୍ମିକ ଉତ୍ସବରେ ସୋମବାର ଅଙ୍କୁରାରୋପଣ, ନବବ୍ୟୁହ ପୂଜା, ମଣ୍ଡଳକରଣ
ମଙ୍ଗଳବାର ସକାଳେ କଳସ ଯାତ୍ରା ଅନୁଷ୍ଠିତ ହୋଇ ସୂର୍ଯ୍ୟପୂଜା, ଶାଲା ଦେବତା
ଆବାହନ ଓ ଅଗ୍ନି ସ୍ଥାପନ କରାଯାଇଥିଲା । ବୁଧବାର ସୂର୍ଯ୍ୟପୂଜା, ଗୋପୂଜା,
ଶାଲା ପୂଜା ସାଇନାଥଙ୍କ ପଞ୍ଚାମୃତ ମହାସ୍ନାନ ଓ ସହସ୍ରାର୍ଚ୍ଚନ, ଘୃତାହୁତୀ ଗୁରୁବାର
ଦିନ ଯଥା ବିଧି ଓ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପୂର୍ବକ ସାଇନାଥଙ୍କ ୧୦୦୮
ନାମ ମୂଳମନ୍ତ୍ରରେ ଘୃତାହୁତୀ, ପୂର୍ଣ୍ଣାହୂତି, ଆଳତୀ, ପୁଷ୍ପାଞ୍ଜଳି ଏବଂ ଶାନ୍ତି
ପାଠ ହେବା ସହିତ ସାଇ ପାଲିଙ୍କି ମେଲଣ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ
ଅଞ୍ଚଳର ୧୧ଟି ପାଲିଙ୍କି ପଟିଆ ଗାଁ ମୁଣ୍ଡରୁ ଶାଭାଯାତ୍ରାରେ ବାହାରି
ମନ୍ଦିର ନିକଟରେ ପହଞ୍ଚି ଥିଲେ । ଏହି ବାର୍ଷିକ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି,
ରାଜନେତା ଓ ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ଯୋଗଦେଇ ଦର୍ଶନ କରିବା ସହିତ ସାଇନାଥଙ୍କ
ଆଶୀର୍ବାଦ ଗ୍ରହଣ କରିଥିଲେ । ଶିରିଡି ସାଇ ଟ୍ରଷ୍ଟର ଟ୍ରଷ୍ଟି ମିହିର କୁମାର
ରାଉତଙ୍କ ନେତୃତ୍ୱରେ ଦିବା ୧୦ ଘଟିକା ସମୟରେ ବିଶାଳ ରକ୍ତଦାନ ଶିବିର
ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନର
ବ୍ୟବସ୍ଥା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟିର ସଦସ୍ୟ
ମାନେ ପରିଚାଳନା କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଭକ୍ତମାନେ ସାହାର୍ଯ୍ୟ
ସହଯୋଗ କରିଥିଲେ ।