୧୩ ନମ୍ବର ୱାର୍ଡ କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ଥର ସ୍ଥାପନ : Ommtv

୧୩ ନମ୍ବର ୱାର୍ଡ କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ଥର ସ୍ଥାପନ : Ommtv

୧୩ ନମ୍ବର ୱାର୍ଡ କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ଥର ସ୍ଥାପନ : Ommtv
ଭୁବନେଶ୍ୱର,୨୭ା୨ ଭୁବନେଶ୍ୱର ମହାନଗର ନିଗମ ଅର୍ନ୍ତଗତ ୧୩ ନମ୍ବର ଓାର୍ଡ
କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ପାର୍କର ଶୁଭ ଉଦ୍‌ଘାଟନ ଅନୁଷ୍ଠିତ
ହୋଇଯାଇଛି । କର୍ପୋରେଟର ଇତିଶ୍ରୀ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି
ଉତ୍ସବରେ ମୁଖ୍ୟଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର
ସୁଲୋଚନା ଦାସ ଯୋଗଦେଇ ୱାର୍ଡ କାର୍ଯ୍ୟଳୟ ନିର୍ମାଣର ଶୁଭ ଭିତ୍ତିପ୍ରସ୍ଥର
ସ୍ଥାପନ କରିବା ସହିତ ବିଡିଏ କଲୋନୀ ଏମଆଇଜି ୨ ଠାରେ ୨୧ ଲକ୍ଷ ଟଙ୍କା
ବ୍ୟୟ ଅଟକଳରେ ନବନିର୍ମିତ ପାର୍କର ଉଦଘାଟନ କରିଥିଲେ । ୨୯ ଲକ୍ଷ ଟଙ୍କା ବ୍ୟୟ
ଅଟ୍ଟକଳରେ ନିର୍ମିତ ହେବାକୁ ଥିବା ୱାର୍ଡ କାର୍ଯ୍ୟାଳୟ କାର୍ଯ୍ୟ ତିନିମାସ
ମଧ୍ୟରେ ଶେଷ ହେବ । ବିଏମସି ସବୁବେଳେ ଲୋକଙ୍କ ପାଖରେ ପହଞ୍ଚି କାର୍ଯ୍ୟ କରିବାକୁ
ଗୁରୁତ୍ୱ ଦେଇ ଆସୁଛି । ଯେଉଁ ଓାର୍ଡ ମାନଙ୍କରେ ୱାର୍ଡ କାର୍ଯ୍ୟାଳୟ ନଥିଲା
ସେଠାରେ ୱାର୍ଡର୍ କାର୍ଯ୍ୟାଳୟ ନିର୍ମାଣ ପାଇଁ ବିଏମସି ପକ୍ଷରୁ ନିଷ୍ପତ୍ତି
ନିଆଯାଇଥିଲା । ଲୋକମାନେ ଘର ପାଖରେ ସମସ୍ତ ସୁବିଧା ସୁଯୋଗ ପାଇ
ପାରିବେ ବୋଲି ମେୟର ଶ୍ରୀମତୀ ଦାସ କହିଥିଲେ । ଯୁବନେତା ଅଶୋକ ବେହେରା,
ମୃତ୍ୟୁଞ୍ଜୟ ଦାସ, ସାନ୍ତନୁ ବାରିକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା
କରିଥିଲେ । ବରିଷ୍ଠ ନାଗରିକ, ମହିଳା ଓ ଯୁବକ ମାନେ ଉପସ୍ଥିତ ଥିଲେ ।