ସୁଶାନ୍ତ କୁମାର ରାଉତଙ୍କୁ ଶ୍ରେ‌ଷ୍ଠ ବିଧାୟକ ସମ୍ମାନ ପ୍ରଦାନ  : Ommtv

ସୁଶାନ୍ତ କୁମାର ରାଉତଙ୍କୁ ଶ୍ରେ‌ଷ୍ଠ ବିଧାୟକ ସମ୍ମାନ ପ୍ରଦାନ  

ସୁଶାନ୍ତ କୁମାର ରାଉତଙ୍କୁ ଶ୍ରେ‌ଷ୍ଠ ବିଧାୟକ ସମ୍ମାନ ପ୍ରଦାନ  : Ommtv

ସୁଶାନ୍ତ କୁମାର ରାଉତଙ୍କୁ ଶ୍ରେ‌ଷ୍ଠ ବିଧାୟକ ସମ୍ମାନ ପ୍ରଦାନ  : Ommtv

ଏକ ଅଭିନବ ଉପାୟରେ ରାଜ୍ୟର ବିଭିନ୍ନ ପୁରୋଧା ରାଜନୈତିକ ଲୋକଙ୍କଠାରୁ ମତାମତ ଗ୍ରହଣକରି ସଠିକ୍ ଓ ସଚୋଟ ଉପାୟରେ ଜନପ୍ରତିନିଧିମାନଙ୍କୁ ଚୟନକରି ସମ୍ମାନ ପ୍ରଦାନ କରିବା ଆରମ୍ଭ କରିଛି ନିଉ ଭୁବନେଶ୍ବର ପ୍ରେସ୍ କ୍ଲବ୍, ଓଡ଼ିଶା । ଏହି ଅବସରରେ ରାଜ୍ୟରେ ବିଭିନ୍ନ ପଦବିରେ ଥିବା ମନ୍ତ୍ରୀ, ବିଧାୟକ, ଲୋକସଭା ଏମପି, ରାଜ୍ୟସଭା ଏମପି, କର୍ପୋରେସନ୍ ଅଧ୍ୟକ୍ଷ, କର୍ପୋରେଟର, କାଉଁସିଲର୍, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିସଦ ଓ ଜନସେବାରେ ଥିବା ପ୍ରତିନିଧିମାନଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ସମ୍ମାନ ପ୍ରଦାନକରିବା ଆରମ୍ଭ କରିଛି ନିଉ ଭୁବନେଶ୍ବର ପ୍ରେସ୍ କ୍ଲବ୍। ‌‌କୌଣସି ତାରତମ୍ୟ ଉପାୟ ନଆପଣାଇ ବିଚାରକ ଓ ଲୋକମାନଙ୍କ ମତାମତକୁ ଆଧାରକରି ପ୍ରେସ୍ କ୍ଲବର ସଭ୍ୟମାନେ ସିଧାସଳଖ ଚୟନ ହୋଇଥିବା ଜନପ୍ରତିନିଧିଙ୍କ ବାସଭବନରେ ପହଞ୍ଚି ସେମାନଙ୍କୁ ସମ୍ମାନ ସୋରୂପ ମାନପତ୍ର, ଫଳକ ଏବଂ ଓତରିୟ ପ୍ରଦାନ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରେ ଆଜି ରାଜଧାନୀରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ବିଚାରକମାନଙ୍କ ଦ୍ବାରା ଚୟନ କରାଯାଇ ଶ୍ରେଷ୍ଠ ବିଧାୟକ ସମ୍ମାନ ପ୍ରଦାନ କରିଛି ନିଉ ଭୁବନେଶ୍ବର ପ୍ରେସ୍ କ୍ଲବ୍। ସମ୍ମାନ ଗ୍ରହଣ ପୂର୍ବକ ଶ୍ରୀ ରାଉତ ନିଜର ମତାମତରେ ପ୍ରେସ୍ କ୍ଲବ୍ କରିଥିବା ଏପରି ଏକ ଅଭିନବ ଉତ୍ସଗୀକୃତ କାର୍ଯ୍ୟକୁ ପ୍ରଶଂସାକରି ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉତ୍ତରୋତ୍ତର କାମନା କରିଛନ୍ତି।

ସୂଚନା ଥାଉକି ଆମ ରାଜ୍ୟ ଓଡ଼ିଶାରେ ସମାଜ ଗଠନ ଓ ସାମାଜିକ କାର୍ଯ୍ୟ‌ରେ ବ୍ରତୀ ହୋଇ ସୁସ୍ଥ ସାମାଜିକ, ପରମ୍ପରା ଅଭିବୃଦ୍ଧି ପାଇଁ ଆପଣ ଜଣେ ସତ୍ ପ୍ରୟାସୀ । ଆପଣ ଓଡ଼ିଶାର ଜଣେ ଦକ୍ଷ କର୍ତ୍ତବ୍ୟନିଷ୍ଠା ଦାୟୀତ୍ବସମ୍ପନ୍ନ କାର୍ଯ୍ୟକର୍ତ୍ତା ସାମାଜିକ ଧାର୍ମିକ ସାଂସ୍କୃତିକ ସଂଗଠନର ସଂରକ୍ଷକ ଓ ପୃଷ୍ଟ ପୋଷକର ଭୂମିକା ନିର୍ବାହ କରିଅଛନ୍ତି। ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳର ଜଣେ ଦକ୍ଷ ସାରଥୀ ହୋଇ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ଜନସାଧାରଣଙ୍କ ଦ୍ବାରା ମନୋନିତ ହୋଇ ଅହରହ ସେବା କରିଆସୁଛନ୍ତି। ଆପଣଙ୍କ ସମୟରେ ଉତ୍ତର ନିର୍ବାଚନ ମଣ୍ଡଳିରୁ ସର୍ବାଧିକ ବ୍ୟକ୍ତି ବିଭିନ୍ନ ନିଗମ ସଭ୍ୟ ଓ ସମବାୟ ସଂସ୍ଥାରେ ସ୍ଥାନ ପାଇବା ଏକ ରେକର୍ଡ଼ । ପାଞ୍ଚପଞ୍ଚାୟତରେ ମୋ’ ବସ୍ ସେବା, ବ୍ରିଜ୍, ଆଲୋକିକରଣ ଓ ପାନୀୟ ଜଳ ଯୋଗାଣ କାର୍ଯ୍ୟ ବିରୋଧ ଶୁନ ଓ ବିରୋଧୀ ଶୂନ୍ୟ କାଳ ସୃଷ୍ଟିକରିଛି। ଆପଣଙ୍କର କର୍ତ୍ତବ୍ୟନିଷ୍ଠା ଉଦ୍ୟମ ପରାୟଣତା ଅବିରତ କର୍ମଶୀଳତା ଅକ୍ଳାନ୍ତ ପରିଶ୍ରମ ଏ ଦେଶ ଓ ରାଜ୍ୟରେ ସମାଜ ସେବା, ଶିକ୍ଷା ଓ ଧାର୍ମିକ କ୍ଷେତ୍ରରେ ସାମୋହିକ ଚେତନା ସୃଷ୍ଟିକରି ଏକ ନୂତନ ଏୗତିହ୍ୟ ସୃଷ୍ଟି କରିଥିବାରୁ ନିଉ ଭୁବନେଶ୍ବର ପ୍ରେସ୍ , ଓଡ଼ିଶା ଆପଣଙ୍କର ସାମାଜିକ ଓ ରାଜନୈତିକ କର୍ତ୍ତବ୍ୟକୁ ସମ୍ମାନ ଜଣାଇ ଆଜିର ଏହି ପବିତ୍ର ଦିନ ଅବସରରେ ଶ୍ରେଷ୍ଠ ବିଧାୟକ ସମ୍ମାନ ୨୦୧୯-୨୦୨୪ ପ୍ରଦାନ ପୂର୍ବକ ଆପଣଙ୍କର ଉତ୍ତରୋତ୍ତର କାମନା କରୁଅଛି। ଏହି ସମ୍ମାନ ପ୍ରଦାନ ଉତ୍ସବରେ ଭୁବନେଶ୍ବର ପ୍ରେସ୍ କ୍ଲବର ସମ୍ପାଦକ ବିଦ୍ୟାଧର ବାରିକ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ। ସଭାପତି ସ୍ମରଜିତ ଆର୍ଯ୍ୟ ଓ ଆବାହକ ସୁକାନ୍ତ ରାଉତ ବିଧାୟକ ଶ୍ରୀ ରାଉତଙ୍କୁ ପୁଷ୍ପଗୁଛ ଦେବା ସହିତ ବରିଷ୍ଠ ସଭ୍ୟ ତଥା ଭୁବନେଶ୍ବର ସଂଗଠକ ମନୋରଞ୍ଜନ ମିଶ୍ର, ସଗ୍ରାମ କେଶରୀ ଦାସ, ରାଜୀବ ନୟନ ଦାସ ଓ ଅଶୋକ ସିଂ ତଥା ଅନ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।