ଓଡିଆ ଫାଉଣ୍ଡେସନ ପକ୍ଷରୁ ଯୁବ ପ୍ରତିଭା ଚୟନ ପ୍ରତିଯୋଗିତା, ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ମୋବାଇଲ ବାଣ୍ଟିଲେ ସାଂସଦ ଅମର ପଟ୍ଟନାୟକ : Ommtv

ଓଡିଆ ଫାଉଣ୍ଡେସନ ପକ୍ଷରୁ ଯୁବ ପ୍ରତିଭା ଚୟନ ପ୍ରତିଯୋଗିତା, ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ମୋବାଇଲ ବାଣ୍ଟିଲେ ସାଂସଦ ଅମର ପଟ୍ଟନାୟକ

ଓଡିଆ ଫାଉଣ୍ଡେସନ ପକ୍ଷରୁ ଯୁବ ପ୍ରତିଭା ଚୟନ ପ୍ରତିଯୋଗିତା, ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ମୋବାଇଲ ବାଣ୍ଟିଲେ ସାଂସଦ ଅମର ପଟ୍ଟନାୟକ : Ommtv

ଓଡିଆ ଫାଉଣ୍ଡେସନ ପକ୍ଷରୁ ଯୁବ ପ୍ରତିଭା ଚୟନ ପ୍ରତିଯୋଗିତା, ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ମୋବାଇଲ ବାଣ୍ଟିଲେ ସାଂସଦ ଅମର ପଟ୍ଟନାୟକ : Ommtv

ଭୁବନେଶ୍ୱର, ୨୭ା୨ ଓଡିଶା ଫାଉଣ୍ଡେସନ ପକ୍ଷରୁ ଯୁବ ପ୍ରତିଭା ଚୟନ
ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ନୀଳାଦ୍ରୀ ବିହାର ସ୍ଥିତ ପଣ୍ଡାପାର୍କ
ବସ୍ତିରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ
ଅମର ପଟ୍ଟନାୟକ ଯୋଗଦେଇ ୨ ଶହ ଜଣ କୃତୀ ଯୁବ ପ୍ରତିଭାଙ୍କୁ ସମ୍ମାନିତ
କରିବା ସହିତ ମୋବାଇକ ବଣ୍ଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଫାଉଣ୍ଡେସନର
ପ୍ରତିନିଧି ରମେଶ ଜେନା ଯୋଗଦେଇ କହିଥିଲେ ସହରାଞ୍ଚଳ ବସ୍ତି ମାନଙ୍କରେ ବହୁ ଯୁବ
ପ୍ରତିଭା ଲୁକ୍କାୟିତ ଭାବରେ ରହିଛନ୍ତି । ସେମାନଙ୍କର ବିକାଶ କରିବା ଏବଂ
ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଓଡିଆ ଫାଉଣ୍ଡେସନ ପକ୍ଷରୁ
ପ୍ରୟାସ ଜାରି ରହିଛି । ପିଲାମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା ପ୍ରତିପାଦନ କରିବା
ଏବଂ ଯୁବ ସମ୍ପ୍ରଦାୟର ସଦସ୍ୟ ମାନଙ୍କ ମଧ୍ୟରେ ସମାଲୋଚିତ ଚିନ୍ତାଧାରା ସୃଷ୍ଟି କରିବା
ଆମର ଉଦ୍ଦେଶ୍ୟ ରହିଛି । ଏହି ପ୍ରତିଯୋଗିତା ସେମାନଙ୍କୁ ନିଶ୍ଚୟ ସହାୟକ ହେବ
ବୋଲି କହିଥିଲେ । ଫାଉଣ୍ଡେସନ ପକ୍ଷରୁ ଏସଆଇଡିବିଆଇ ସହାୟତାରେ
ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ସପ୍ତମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ
ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରଙ୍କନ, ବକ୍ତୁତା, ପ୍ରବନ୍ଧ ଲିଖନ ଇତ୍ୟାଦି
ପ୍ରତିଯୋବିତା ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ
କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ଓ ସାଂସଦ
ପାଣ୍ଠିରୁ ବାଇଜୁ ଲର୍ଣ୍ଣିଙ୍ଗ ସ୍କିଲ ସବସକ୍ରିପସନ୍ ସହିତ ମୋବାଇଲ ପ୍ରଦାନ
କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜିକା ଶ୍ରେଷ୍ଠା ପଟ୍ଟନାୟକ ଓ ଶିବାଶିଷ
ସ୍ୱାଇଁ ପରିଚାଳନା କରିଥିଲେ ।