ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ରକ୍ତଦାନ ଶିବିର : Ommtv

ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ରକ୍ତଦାନ ଶିବିର

ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ରକ୍ତଦାନ ଶିବିର : Ommtv

ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ରକ୍ତଦାନ ଶିବିର : Ommtv
ଭୁବନେଶ୍ୱର,୨୭ା୨ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ଶୈଳଶ୍ରୀ ବିହାର
ସ୍ଥି ତ ପଞ୍ଚସଖା ଭାବନ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ
ଅତିଥି ଭାବେ ଅବସରପ୍ରାପ୍ତ ବିଚାରପତି ପ୍ରକାଶ ଚନ୍ଦ୍ର ମହାପାତ୍ର ଯୋଗଦେଇ
ପ୍ରଦୀପ ପ୍ରଜ୍ୱଳନ କରି ଶିବିରକୁ ଉଦ୍‌ଘାଟନ କରିଥିଲେ । ସେ କହିଥିଲେ ଅଖିଳ
ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ଲୋକମାନଙ୍କ ମଧ୍ୟରେ ଧାର୍ମିକ ଚେତନା ଉଜ୍ଜୀବିତ
କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜାରି ରହିଛି । ସେହିପରି
ସମାଜସେବା କ୍ଷେତ୍ରରେ ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି । ଏହା
ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଏଭଳି କାର୍ଯକ୍ରମ ଦ୍ୱାରା ସମାଜର ମଙ୍ଗଳ ସାଧିତ
ହେବ । ଅନ୍ୟମାନଙ୍କ ମଧ୍ୟରେ ପିତାମ୍ବର ମିଶ୍ର, କୃପାସିନ୍ଧୁ ଷଡଙ୍ଗୀ, ସାଗର ସୁନ୍ଦର ସାହୁ,
ରଞ୍ଜିତ ପୃଷ୍ଟି, ନୂତନ ସିଂ, ଶରତ କୁମାର ସାହୁ, ଶ୍ରୀମନ୍ତ କୁମାର ଦାଶ, ପଦ୍ମନାଭ
ସାହୁ, ବଳରାମ ସାମନ୍ତରାୟ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।
ଏଥିରେ ୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।