କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ – ଅଂଶଗ୍ରହଣକାରୀଙ୍କ ପାଇଁ ସୂଚନା

କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ – ଅଂଶଗ୍ରହଣକାରୀଙ୍କ ପାଇଁ ସୂଚନା

କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ – ଅଂଶଗ୍ରହଣକାରୀଙ୍କ ପାଇଁ ସୂଚନା

କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ – ଅଂଶଗ୍ରହଣକାରୀଙ୍କ ପାଇଁ ସୂଚନା

ପ୍ରିୟ ଅଭିଭାବକବୃନ୍ଦ,

ଆପଣଙ୍କ ପିଲାଙ୍କ ନାମ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବରେ ଅଂଶଗ୍ରହଣ ପାଇଁ ପଞ୍ଜୀକୃତ ହୋଇଯାଇଛି। ତେଣୁ ଆପଣମାନଙ୍କୁ ଅନୁରୋଧ, କାର୍ଯ୍ୟକ୍ରମ ଦିନ ବୁଧବାର 24/11/2026 ସକାଳ 10am ରେ ଚିତ୍ରାଙ୍କନ କିମ୍ବା ନୃତ୍ୟରେ ଭାଗନେଉଥିଲେ ସଂଧ୍ୟା 5:30 ମିନିଟ୍ ସୁଦ୍ଧା ନିଜ ପିଲାଙ୍କୁ ଉପଯୁକ୍ତ ପୋଷାକ ପିନ୍ଦାଇ ମଞ୍ଚ ନିକଟ ଗ୍ରୀନ ରୁମରେ ଉପସ୍ଥିତ କରାଇବେ। ସ୍ଥାନ : ରଙ୍ଗମାଟିଆ ସରକାରୀ ବିଦ୍ୟାଳୟ ପରିସର

ନୃତ୍ୟ ପ୍ରତିଯୋଗିତା ପାଇଁ ନିୟମାବଳୀ:

1. ପ୍ରତ୍ୟେକ ପିଲାଙ୍କୁ ନୃତ୍ୟ ପରିବେଷଣ ପାଇଁ ୪ ମିନିଟ୍ ସମୟ ଦିଆଯିବ।

2. ପ୍ରତ୍ୟେକ ୪ରୁ ୫ ଜଣ ପିଲାଙ୍କ ନୃତ୍ୟ ପରିବେଷଣ ପରେ ମଞ୍ଚ ଉପରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ସମସ୍ତଙ୍କୁ ପୁରସ୍କୃତ କରାଯିବ।

3. ସମସ୍ତ ଅଂଶଗ୍ରହଣକାରୀ ନିର୍ଦ୍ଧାରିତ ସମୟ ଓ କାର୍ଯ୍ୟକ୍ରମର ନିୟମାବଳୀକୁ ପାଳନ କରିବା ଆବଶ୍ୟକ।

4: 20 ତାରିଖ ପରେ ଆଉ ନାମ ପଞ୍ଜିକରଣ ହେବ ନାହିଁ.

5: ଚିତ୍ରାଙ୍କନ ପ୍ରତିଯୋଗୀଙ୍କୁ ଯେକୌଣସି ଭଗବାନଙ୍କ ଫୋଟୋ ଚିତ୍ର ଅଙ୍କନ କରି ସେଥିରେ ରଙ୍ଗ ଦେବାକୁ ପଡିବ. 

6: ଚିତ୍ରାଙ୍କନ ପରୀକ୍ଷା ପରେ ପ୍ରତିଯୋଗୀଙ୍କୁ ସେହିଠାରେ ମଞ୍ଜରେ ସଂଗେ ସଂଗେ ପୁରସ୍କାର ଦିଆଯିବ.

ଚିତ୍ରାଙ୍କନ ଓ ନୃତ୍ୟ କାର୍ଯ୍ୟକ୍ରମରେ ଭାଗ ନେବାକୁ ନାମ ପଞ୍ଜୀକରଣ କରିଥିବା ସମସ୍ତ କଳାକାର ଓ ଅଭିଭାବକମାନଙ୍କୁ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁରୋଧ।

ଏହି କାର୍ଯ୍ୟକ୍ରମ ସଂଧ୍ୟା 5ରୁ ରାତି 11ଟା ପର୍ଯ୍ୟନ୍ତ ଚାଲିବ। ତେଣୁ ବ୍ୟତିବ୍ୟସ୍ତ ‌ନହୋଇ ନିଜ ପିଲାର ନମ୍ବର ଅନୁଯାୟୀ ନୃତ୍ୟକୁ ଉପଭୋଗ କରିବା ସହିତ ସମସ୍ତଙ୍କୁ ଉତ୍ସାହିତ କରି‌ବାପାଇଁ ଅନୁରୋଧ। 

ପିଲା ଓ ଅଭିଭାବକ ସହିତ ଅତିଥିମାନଙ୍କ ପାଇଁ ରାତ୍ର ପ୍ରସାଦ ସେବନର ବନ୍ଦବସ୍ତ କରାଯାଇଛି।  

ପିଲାଙ୍କ ପ୍ରତିଭା ହିଁ ଆମ ମହୋତ୍ସବର ଗୌରବ।

ମା ବସୁଳେଇ ଯୁବକ ସଙ୍ଘ 

ସାଦର ଧନ୍ୟବାଦ।

ପରିଚାଳନା 

କଳିଙ୍ଗ ବିକାଶ ମିଡ଼ିଆ ହାଉସ୍