ଅଙ୍ଗାରବନ୍ଧ ପଞ୍ଚାୟତ ଡ୍ରାଇଭର ମହାସଂଘ ର ସମୀକ୍ଷା ବୈଠକ : ଓମଟିଭି

ଅନୁଗୁଳ ବ୍ଲକ ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତ ଡ୍ରାଇଭର ମହାସଂଘ ର ବାରସିଂହl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୋରୁବାର ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତ ଡ୍ରାଇଭର ମହାସଂଘର ସଭାପତି ବିଶେଶ୍ୱର୍ ନାୟକ ସଭାପତିତ୍ବରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଅଙ୍ଗାରବନ୍ଧ ପଞ୍ଚାୟତ ଡ୍ରାଇଭର ମହାସଂଘ ର ସମୀକ୍ଷା ବୈଠକ : ଓମଟିଭି

ଅଙ୍ଗାରବନ୍ଧ ପଞ୍ଚାୟତ ଡ୍ରାଇଭର ମହାସଂଘ ର ସମୀକ୍ଷା ବୈଠକ : ଓମଟିଭି

(ରିପୋର୍ଟ: ଜିତେନ୍ ସାହୁ): ଅନୁଗୁଳ ବ୍ଲକ ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତ ଡ୍ରାଇଭର ମହାସଂଘ ର ବାରସିଂହl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୋରୁବାର ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତ ଡ୍ରାଇଭର ମହାସଂଘର ସଭାପତି ବିଶେଶ୍ୱର୍ ନାୟକ ସଭାପତିତ୍ବରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପ ସଭାପତି ରୋହିତ ବେହେରା, ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତ ସଂଘର ସମ୍ପାଦକ ସାଗର ଦାସ, ସହସମ୍ପାଦକ ପ୍ରଶାନ୍ତ ସାହୁ, କୋଷାଧ୍ୟକ୍ଷ ସଞ୍ଜୟ ଦାସ ଯୋଗଦେଇ ଅକ୍ଟୋବର ୨୯ ତାରିଖ ଓ ଏପ୍ରିଲ ୧୮ ରେ ଡ୍ରାଇଭର ସଂଘ ତରଫରୁ ଡ୍ରାଇଭର ମାନଙ୍କ ଦାବିଲାଗି ଭୁବନେଶ୍ୱର ରେ ହୁଇଥିବା ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିବା ସହିତ ପୁଣି ଯଦି ଦାବି ପୂରଣ ନହୁଏ ଆଗାମୀ ଦିନରେ ଡ୍ରାଇଭର ମାନେ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରିବୁ ବୋଲି ଆଲୋଚନା କରିଥିଲେ ।

ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ସମୟ ଗଡେଇ  ଚାଲିଥିବାରୁ ଆଉ ଡ୍ରାଇଭର ମାନଙ୍କ ଦାବିକୁ ପୂରଣ କରୁନଥିବାରୁ ସଂଘର ଡ୍ରାଇଭର ମାନଙ୍କ ଭାଇଚାରା  ରଖିବା ସଙ୍ଗେ ସଙ୍ଗେ ସଂଘକୁ ସୁଦୃଢ଼ ରଖିବା ଲାଗି ମତ ପ୍ରକାଶ କରିଥିଲେ । ସଂଘର ଡ୍ରାଇଭର ମାନଙ୍କୁ ସେମାନଙ୍କ ପରିଚୟ ପତ୍ର ପ୍ରଦାନ କରିଥିଲେ । ଏଥିରେ ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତ ର ଶତାଧିକ ଡ୍ରାଇଭର ଯୋଗଦେଇଥିଲେ । ଉକ୍ତ ବୈଠକ କୁ ମିଥୁନ ସାହୁ,ଶାନ୍ତୁନୁ ସାହୁ, ଶରତ ସାହୁ, ଦୁଷ୍ମନ୍ତ ସାହୁ, ମନୋଜ ସାହୁ, କେଦାର ଦାସ,କୁନା ସାହୁ, ଗିରିଧାରୀ ସାହୁ, କଳ୍ପତରୁ ପଲେଇ,ପ୍ରମୁଖ ଉପସ୍ଥିତ ଥିଲେ ।