ଏନ୍‌ବିପିସି ଓ ଓମସାଇ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତିୟ ଯୁବଦିବସ ପାଳିତ, ସବୁଜିମା ପାଇଁ ଚାଲିଲେ ଶତାଧିକ ଯବୁକ ଯୁବତୀ : Ommtv

ଏନ୍‌ବିପିସି ଓ ଓମସାଇ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତିୟ ଯୁବଦିବସ ପାଳିତ, ସବୁଜିମା ପାଇଁ ଚାଲିଲେ ଶତାଧିକ ଯବୁକ ଯୁବତୀ

ଏନ୍‌ବିପିସି ଓ ଓମସାଇ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତିୟ ଯୁବଦିବସ ପାଳିତ, ସବୁଜିମା ପାଇଁ ଚାଲିଲେ ଶତାଧିକ ଯବୁକ ଯୁବତୀ : Ommtv

ଏନ୍‌ବିପିସି ଓ ଓମସାଇ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତିୟ ଯୁବଦିବସ ପାଳିତ, ସବୁଜିମା ପାଇଁ ଚାଲିଲେ ଶତାଧିକ ଯବୁକ ଯୁବତୀ : Ommtv

 BBSR, ୧୨/୮:  ନିଉ ଭୁବନେଶ୍ବର ପ୍ରେସ୍ କ୍ଲବ୍ (ଏନ୍‌ବିପିସି) ଏବଂ ଓମସାଇ ଟ୍ରଷ୍ଟ ପକ୍ଷରୁ ଆଜି ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଜାଭିୟର ଛକ ମହାତ୍ମାଗାନ୍ଧି ପାର୍କ ନିକଟରେ ସକାଳୁ ଶତାଧିକ ଯୁବକ ଓ ଯୁବତୀ ଏକାଠି ହୋଇଥିଲେ। ଚଳିତ ବର୍ଷ ୱାକ୍ ଟୁ ଗ୍ରୀନ୍ ବିଷୟବସ୍ତୁକୁ ନେଇ ଯୁବପିଢ଼ିମାନଙ୍କ ମଧ୍ୟରେ ସଚତେନତା ସୃ‌ଷ୍ଟିକରାଯାଇ ଏକ ୱାକାଥାନ୍ ଅନୁଷ୍ଠିତ ହୋଇଥିଲା। ସମାଜସେବୀ ତଥା ଆଇନଜୀବି ଜ୍ୟୋତ୍ସ୍ନାମୟୀ ପରିଡ଼ା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ସ୍ଥାନୀୟ ଅଞ୍ଚଳ କର୍ପୋରେଟର ପ୍ରେମାନନ୍ଦ ଜେନା, ଜୟନ୍ତୀ ‌ସାହୁ, ମିହିର ରାଉତ ଓ  ‌ଅଭିନେତ୍ରୀ ବୈଶାଳୀ ପରିଡା ଏବଂ ଯୋଗ ଗୁରୁ ବିଶ୍ୱରଂଜନ ରଞ୍ଜନ ଉପସ୍ଥିତରହି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ୱାକାଥାନକୁ ସବୁଜ ସଙ୍କେତ ‌ପତାକା ଦେଖାଇ ଆରମ୍ଭ କରିଥିଲେ। ଉପସ୍ଥିତ ଶତାଧିକ ଯୁବକ ଯୁବତୀ ଗାନ୍ଧୀ ପାର୍କ ଠାରୁ ଜାଭିୟର ଛକଦେଇ ଗାନ୍ଧୀ ପାର୍କ ମଧ୍ୟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ପିନ୍ଧାଇ ପ୍ରତି ମାସ ଗୋଟିଏ ଗଛ ପୋତି ତାର ଯତ୍ନ ନେବାପାଇଁ ଶପଥ ନେଇଥିଲେ ।

ଉକ୍ତ ସ୍ଥାନରେ ପ୍ରେସ୍ କ୍ଲବ ପକ୍ଷରୁ ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧନା କରିଥିଲେ କ୍ଲବ୍ର ସଭାପତି ସ୍ମରଜିତ ଆର୍ଯ୍ୟ ଓ ଉପଦେଷ୍ଟା ରଶ୍ମିତା ଖଟୁଆ । ପରେ ଅନ୍ୟାନ୍ୟ ଅତିଥିମାନଙ୍କୁ ଅନୁଷ୍ଠାନପକ୍ଷରୁ ସମ୍ମାନିତ କରିବା ସହିତ ଚାରା ପ୍ରଦାନ କରା ଯାଇଥିଲା l ‌ ନିଉ ଭୁବନେଶ୍ୱର ପ୍ରେସ କ୍ଲବ୍ ସମ୍ପାଦକ ବିଦ୍ୟାଧର ବାରିକ ସଭା କାର୍ଯ୍ୟକୁ ସଭାପତିତ୍ୱ କରିଥିଲେ । ପ୍ରେସ୍ କ୍ଲବ୍ ଆବାହକ ସୁକାନ୍ତ ରାଉତ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ୱାକାଥାନରେ ସ୍ଥାନୀୟ  ଅଞ୍ଚଳର ଯୁବକ ଯୁବତୀମାନେ ଉପସ୍ଥିତରହି ଏହି ଅନ୍ତର୍ଜାତୀୟ ଯୁବ ଦିବସଟିକୁ ନିରାଡ଼ମ୍ବର ଭାବେ ପାଳନ କରିଥିଲେ।