ଉଦ୍‌ଘାଟିତ ହେଲା କିସ୍‌ର ବୌଦ୍ଧ ଶାଖା ଓ ୧୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ୍ ଭୂମି ପୂଜନ ବିପିଏଲ୍ ବର୍ଗର ଛାତ୍ରଛାତ୍ରୀଙ୍କୁ ବିନାଦେୟରେ ଇଂରାଜୀମାଧ୍ୟମ ଶିକ୍ଷା : Ommtv

ଉଦ୍‌ଘାଟିତ ହେଲା କିସ୍‌ର ବୌଦ୍ଧ ଶାଖା ଓ ୧୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ୍ ଭୂମି ପୂଜନ ବିପିଏଲ୍ ବର୍ଗର ଛାତ୍ରଛାତ୍ରୀଙ୍କୁ ବିନାଦେୟରେ ଇଂରାଜୀମାଧ୍ୟମ ଶିକ୍ଷା

ଉଦ୍‌ଘାଟିତ ହେଲା କିସ୍‌ର ବୌଦ୍ଧ ଶାଖା ଓ ୧୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ୍ ଭୂମି ପୂଜନ  ବିପିଏଲ୍ ବର୍ଗର ଛାତ୍ରଛାତ୍ରୀଙ୍କୁ ବିନାଦେୟରେ ଇଂରାଜୀମାଧ୍ୟମ ଶିକ୍ଷା : Ommtv
ଉଦ୍‌ଘାଟିତ ହେଲା କିସ୍‌ର ବୌଦ୍ଧ ଶାଖା ଓ ୧୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ୍ ଭୂମି ପୂଜନ
ବିପିଏଲ୍ ବର୍ଗର ଛାତ୍ରଛାତ୍ରୀଙ୍କୁ ବିନାଦେୟରେ ଇଂରାଜୀମାଧ୍ୟମ ଶିକ୍ଷା : Ommtv
ବୌଦ୍ଧ, ୧୯ ।୨: କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ ବୌଦ୍ଧ ଜିଲ୍ଳା ଲୁଣିବାହାଲଠାରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିିଆଲ୍ ସାଇନ୍‌ସେସ୍ (କିସ୍‌)- ବୌଦ୍ଧ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଉଦ୍‌ଘାଟନ ଓ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍‌ପିଟାଲ୍‌ର ଭୂମି ପୂଜନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପଂଚାୟତିରାଜ ଓ ପାନୀୟଜଳ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ କଂଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମହୀଧର ରଣା, ଜିଲ୍ଲା ପରିଷଦ ସଭାପତି ପ୍ରଭାସିନୀ ଦାସ, ବୌଦ୍ଧ ଜିଲ୍ଲାପାଳ ଜେ ସୋନାଲ୍ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । 
ଶ୍ରୀ ଅମାତ କହିଲେ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସକୁ ଆହୁରି ଆଗକୁ ନେଇଛନ୍ତି ଅଚ୍ୟୁତ ସାମନ୍ତ । ଲୁଣିବାହାଲରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କିସ୍‌-ବୌଦ୍ଧ ଓ ହସ୍‌ପିଟାଲ୍ ପ୍ରତିଷ୍ଠା ହେବା ଦ୍ୱାରା ବୌଦ୍ଧ ଜିଲ୍ଲାରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଗତି କରିବ । ସ୍ୱାଗତ ଭାଷଣ ଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ କହିଲେ, ବୌଦ୍ଧ ଜିଲ୍ଲାର ଗରିବ (ବିପିଏଲ୍‌) ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ କିସ୍‌-ବୌଦ୍ଧ ପ୍ରତିଷ୍ଠା କରାଯାଇଛି । ଏହି ବିଦ୍ୟାଳୟରେ ବିପିଏଲ୍ ବର୍ଗର ପିଲାମାନେ ବିନା ଦେୟରେ ଇଂରାଜୀ ମାଧ୍ୟମ (ସିବିଏସ୍‌ଇ)ରେ ଶିକ୍ଷାଲାଭ କରିବେ । ଏହି ବିଦ୍ୟାଳୟ କିସ୍‌- ଭୁବନେଶ୍ୱର ଦ୍ୱାରା ପରିଚାଳିତ ହେବ । ଚଳିତ ଶିକ୍ଷାବର୍ଷଠାରୁ ଏହି ବିଦ୍ୟାଳୟରେ ନାମଲେଖା ଆରମ୍ଭ ହୋଇ ଶିକ୍ଷାଦାନ କରାଯାଇପାରିବ । ଏଠାରୁ ଊତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀ କିଟ୍‌ରେ ପଢ଼ିବାର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ସାମନ୍ତ କହିଥିଲେ । ସେହିପରି ବୌଦ୍ଧ ଜିଲ୍ଲାର ଲୋକମାନଙ୍କୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ସାଂସଦଙ୍କ ପ୍ରୟାସ କ୍ରମେ ଲୁଣିବାହାଲଠାରେ ୧୦୦ କୋଟି ଟଙ୍କା ବ୍ୟୟରେ ୧୦୦ ଶଯ୍ୟା ବିଶିଷ୍ଟ ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ହସ୍‌ପିଟାଲ୍ ନିର୍ମାଣ ହେବାକୁ ଯାଉଛି । ସାଂସଦଙ୍କ ପ୍ରତିଷ୍ଠିତ କିମ୍‌ସ ଭୁବନେଶ୍ୱର ଦ୍ୱାରା ଏହି ହସ୍‌ପିଟାଲ୍ ପରିଚାଳନା ହେବ । ପରେ ଏହି ହସ୍‌ପିଟାଲକୁ ୨୦୦ ଶଯ୍ୟା ବିଶିଷ୍ଟ କରାଯିବ । ଏହି ହସ୍‌ପିଟାଲ୍‌ରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ନିଦାନ ଉପଲବ୍‌ଧ ହେବ ବୋଲି ସେ ସୂଚନା ଦେଇଥିଲେ । କିସ୍‌-ବୌଦ୍ଧରେ ବୌଦ୍ଧ ଜିଲ୍ଲାର ୧୦୦ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବାକୁ ଥିବା ବେଳେ ଉକ୍ତ ହସ୍‌ପିଟାଲ୍‌ରେ ଜିଲ୍ଲାର ୧୫୦ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । କଂଟାମାଳ ବିଧାୟକ ଶ୍ରୀ ରଣା କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଚ୍ୟୁତ ସାମନ୍ତ ଭଳି ଜଣେ ବ୍ୟକ୍ତିଙ୍କୁ ଆମକୁ ସାଂସଦ ଭାବେ ଦେଇଥିବାରୁ ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୩୬ ସୁଦ୍ଧା ଶ୍ରେଷ୍ଠ ଓଡିଶା ଗଠନର ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ସାଂସଦ ଶ୍ରୀ ସାମନ୍ତ ଦୁଇ ପାଦ ଆଗେଇ ନେଇଛନ୍ତି ବୋଲି ସେ କହିଥିଲେ ।